ଅଜବ ପ୍ରଥା! ରାଜସ୍ଥାନର ଏହି ମନ୍ଦିରରେ ପ୍ରସାଦ ଆକାରରେ ଦିଆଯାଏ ପିଆଜ

ଚୁରୁ(ରାଜସ୍ଥାନ) : ଚୁରୁ ଜିଲ୍ଲାର ସାଦୁଲପୁର ଅଞ୍ଚଳରେ ଥିବା ଦାଦ୍‌ରେଓ୍ଵା ଧାମ୍‌ରେ ଏକ ମନ୍ଦିର ରହିଛି ଯେଉଁଠି ପ୍ରସାଦ ଆକାରରେ ପିଆଜ ଭୋଗ ଲଗା ଯାଇଥାଏ । ଏଠାରେ ଭୋଗ ଆକାରରେ ପିଆଜ ଚଢ଼ାଇବା ପ୍ରଥା ବହୁ ବର୍ଷ ପୁରୁଣା । ୮ଦିନ ହେବ ଦାଦ୍‌ରେଓ୍ଵା ଧାମ୍‌ରେ ଥିବା ଗୋରଖ୍‌ପୁର ମନ୍ଦିରରେ ବାର୍ଷିକ ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ଭକ୍ତମାନେ ପିଆଜ ନେଇ ଆସୁଥିବାରୁ ମନ୍ଦିର ପରିସରରେ ପିଆଜ ଗଦା ହୋଇଥିବା ଦେଖିବାକୁ ମିଳିଛି । ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଏହି ମେଳା ଆରମ୍ଭ ହେଉଥିବା ବେଳେ ମାସେ ପର୍ଯ୍ୟନ୍ତ ଏହା ଚାଲିଥାଏ ।

The Atlantic

ଏହି ମେଳାକୁ ପାଖାପାଖି ପ୍ରତିବର୍ଷ ୪-୫ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ବିଭିନ୍ନ ରାଜ୍ୟରୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପିଆଜ ନେଇ ଆସୁଥିବାରୁ ପ୍ରତି ବର୍ଷ ଏହି ସମୟରେ ମନ୍ଦିର ପରିସରରେ ୫୦-୬୦କ୍ୱିଣ୍ଟାଲ ପିଆଜ ଗଦା ହୋଇଥିବାରୁ ଦେଖିବାକୁ ମିଳିଥାଏ । ତେବେ ଏହା ପଛର ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ପ୍ରଥା ଆରମ୍ଭ ହେବା ସମୟରେ ପିଆଜର ଦର କମ ଥିବାରୁ ଏହାକୁ ଭୋଗ ହିସାବରେ ଲଗାଯିବା ଆରମ୍ଭ କରାଯାଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର