ଏହି ଯୁବ ଆଇଏଏସ୍‌ ଅଧିକାରୀଙ୍କ ପାଇଁ କେରଳରୁ କମିବାରେ ଲାଗିଛି ଖାଦ୍ୟ ଅପମିଶ୍ରଣ

କୋଚି: କେରଳର ଆଇଏଏସ୍‌  ଅଫିସର୍‌ ଟିଭି ଅନୁପମା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। କାର୍ଯ୍ୟଭାର ହାତକୁ ନେବା ପରେ ଅନୁପମା ଏକୁଟିଆ ସଂଘର୍ଷ କରି କେରଳରୁ ଖାଦ୍ୟରେ ଅପମିଶ୍ରମଣ ହାର କମାଇବାରେ ସମର୍ଥ ହୋଇଛନ୍ତି। ଏହି ଆଇଏଏସ୍‌ ଅଧିକାରୀ ଜଣକ ୨୦୧୦ ମସିହା ୟୁପିଏସ୍‌ସି ପରୀକ୍ଷାରେ ୪ ନମ୍ବର ର‍୍ୟାଙ୍କ୍‌ରେ ରହିଥିଲେ। ସେ ପ୍ରମାଣ କରି ଦେଇଛନ୍ତି ଯେ ମହିଳାମାନେ କୌଣସି ମତେ ପୁରୁଷଙ୍କଠାରୁ କମ୍‌ ନୁହଁନ୍ତି।

ଆଇଏଏସ୍‌ ଟିଭି ଅନୁପମା କେରଳର ଖାଦ୍ୟା ନିରାପତ୍ତା କମିସନ୍‌ ଭାବେ କାର୍ଯ୍ୟରତ। ଅନୁପମା ତାଙ୍କର କଠୋର ନିୟମ ସକାଶେ ବେଶ ପରିଚିତ। ସେ କେରଳରେ ଭିନ୍ନ ସ୍ଥାନରେ ଏକା ସମୟରେ ଚଢ଼ଉ କରି ଖାଦ୍ୟରେ ଅପମିଶ୍ରଣ କରୁଥିବା ଅନେକ ସଂସ୍ଥାକୁ ଧରିପାରିଛନ୍ତି।

ଅନୁପମା ତାଙ୍କର ଏହି ଚଢ଼ାଉ ଫଳରେ ୧୫ ମାସ ମଧ୍ୟରେ କୋର୍ଟରେ ୬,୦୦୦ ଖାଦ୍ୟ ନମୂନା ଦାଖଲ କରି ସାରିଛନ୍ତି। ପୂର୍ବରୁ କୋର୍ଟରେ ୭୫୦ ନମୂନା ଦାଖଲ ହୋଇଥିଲା। ଉଲ୍ଲେଖଯୋଗ୍ୟ, କେରଳର ଲୋକେ ଅତ୍ୟଧିକ ରାଗ ପ୍ରତି ରୁଚି ରଖୁଥିବା ହେତୁ ଖାଦ୍ୟରେ ଅପମିଶ୍ରଣ କରାଗଲେ ବି ଜାଣିବା କଷ୍ଟ ହୋଇଥାଏ। ଏହି ସୁବିଧାର ଫାଇଦା ଉଠାଇ କେତେକ କମ୍ପାନି ବଜାରକୁ ଅପମିଶ୍ରିତ ଖାଦ୍ୟ ଛାଡ଼ିଥାନ୍ତି। ଫଳରେ ଅଧିକାଂଶ କେରଳୀ ମାରାତ୍ମକ ରୋଗ ସବୁର ଶିକାର ହୋଇଥାନ୍ତି। ମାତ୍ର ଅନୁପମା ଦାୟିତ୍ୱରେ ରହିବା ପରଠାରୁ କେରଳର ଏହି ସମସ୍ୟା ଦୂରେଇବା ଆରମ୍ଭ ହୋଇଛି।

 

ସମ୍ବନ୍ଧିତ ଖବର