ଗରିବ ପିଲାଙ୍କ ପାଇଁ ରାକ୍ଷସ ପାଲଟିଯାଆନ୍ତି ଏହି ବ୍ୟକ୍ତି !

ବାଙ୍ଗାଲୋର: କର୍ଣ୍ଣାଟକର ଉଡୁ଼ପିରେ ପ୍ରତିବର୍ଷ କୃଷ୍ଣ ଜନ୍ମାଷ୍ଟମୀରେ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି | ଏହି ଅଵସରରେ ବହୁ ସ୍ଥାନୀୟ କଳାକାର ଭିନ୍ନ ଭିନ୍ନ ବେଶ ଧାରଣ କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି | ଏହି ସବୁ କଳାକାର ନିଜର କଳାକୃତି ଦେଖାଇ କିଛି ଅର୍ଥ ମଧ୍ୟ ଆୟ କରିବାକୁ ଚାହାଁନ୍ତି | ଏହି କଳାକାରମାନଙ୍କ ମଧ୍ୟରେ ରବି କଟାପାଡ଼ି ନାମକ କଳାକାର କିନ୍ତୁ ସମସ୍ତଙ୍କଠାରୁ ନିଆରା | ରବି ଏହି ତିନିଦିନରେ ଯାହା ବି ଆୟ କରିଥାନ୍ତି ତାହା ଗରିବ ଦିବ୍ୟାଙ୍ଗଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି |

PHOTO-BetterINDIA

ରବି ନିଜେ ଜଣେ ମିସ୍ତ୍ରୀ ହୋଇଥିବାବେଳେ ନିଜ ପାଖରେ ସେଭଳି ଆର୍ଥିକ ସମ୍ବଳ ମଧ୍ୟ ନାହିଁ | କେବେ କାମ ମିଳୁଥିବାବେଳେ କେବେ ପୁଣି ମିଳେନାହିଁ | କିନ୍ତୁ ସବୁବେଳେ ଗରିବ ପିଲାଙ୍କ ସେବା ପାଇଁ ଆଗକୁ ଆସିଥାନ୍ତି ରବି | ଗରିବ ଦିବ୍ୟାଙ୍ଗ ପିଲାଙ୍କୁ କିଛି ସାହାଯ୍ୟ କରିବା ପାଇଁ ୫ ବର୍ଷ ତଳେ ଏଭଳି ପ୍ରୟାସ ଆରମ୍ଭ କରିଥିଲେ ରବି | ନିଷ୍ପତ୍ତି ନେଇଥିଲେ, ଜନ୍ମାଷ୍ଟମୀରେ ନିଜ କଳାନୈପୁଣ୍ୟ ପ୍ରଦର୍ଶନ କରି କିଛି ଆୟ କରିବେ ତାହାକୁ ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିବେ |

PHOTO-Mangalore today

ଏହାପରେ ‘ପେନ୍ସ ଲାବ୍ରିଇନ୍ତଃ’ ଫିଲ୍ମର ରାକ୍ଷସ ‘ଫୋନ’ ର ଚରିତ୍ର ପାଇଁ ସେ ନିଜକୁ ସଜାଇଥିଲେ | ଏଥିପାଇଁ କଷ୍ଟ୍ୟମ ତିଆରି କରି ୫ ବର୍ଷ ହେଲା ପିନ୍ଧି ଆସୁଛନ୍ତି ରବି | ତେବେ ଏହି ବେଶଭୂଷା ପାଇଁ ରବିଙ୍କୁ ୨୨ ଘଣ୍ଟା ସମୟ ଲାଗିଥାଏ ଏବଂ ତିନିଦିନ ଯାଏଁ ସେ ଏହି ପୋଷାକକୁ ଖୋଲିନଥାନ୍ତି | କାଳେ ବାରମ୍ବାର ପୋଷାକ ଖୋଲିବାକୁ ପଡିବ ତେଣୁ ସେ ତିନିଦିନ ଯାଏଁ କିଛି ଖିଆପିଆ ମଧ୍ୟ କରନ୍ତି ନାହିଁ | ରବି ଏପର୍ଯ୍ୟନ୍ତ ୧୧ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ଚିକିତ୍ସା କରାଇ ସୁସ୍ଥ କରିସାରିଲେଣି |

PHOTO-BETTERINDIA
ସମ୍ବନ୍ଧିତ ଖବର