ତିରୁବନନ୍ତପୁରମ୍: ନିକଟରେ କେରଳରେ ହୋଇଥିବା ବନ୍ୟା ରାଜ୍ୟର ନାହିଁ ନଥିବା କ୍ଷତି ଘଟାଇଛି। ମାତ୍ର ଏହି ସମୟରେ ଏକ ଭଲ କଥା ଦେଖିବାକୁ ମିଳିଛି, ଅନେକ ମଣିଷଙ୍କ ଭିତରେ ଥିବା ମଣିଷପଣିଆ ସାମ୍ନାକୁ ଅାସିଛି । ବନ୍ୟାପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ନେଇ ଅନେକ ଉତ୍ସାହପୂର୍ଣ୍ଣ କାହାଣୀ ଦେଖିବାକୁ ମିିଳିଛି। ବହୁ ଲୋକ କେଳରବାସୀଙ୍କୁ ସହାୟତାର ହାତ ବଢ଼ାଇ ପ୍ରେରଣା ପାଲଟିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Ha! The perfectly gender segregated TVM buses ? after a long long time. ?. pic.twitter.com/uMWVph4RY3
— Kannan (@naukarshah) August 27, 2018
ଏହି ଦୌଡ଼ରେ ନୀରବ ଭାବେ ସାମିଲ୍ ଥିଲେ ଜଣେ ଆଇଏଏସ୍ ଅଫିସର୍। ଯାହାଙ୍କୁ କେହି ଚିହ୍ନିପାରି ନଥିଲେ, ମାତ୍ର ସେ ଚୁପ୍ଚାପ୍ କେରଳର ବନ୍ୟାପ୍ରପୀଡ଼ିତଙ୍କ ଉଦ୍ଧାରକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି କି ଜଣେ ଆଇଏଏସ୍ ଅଫିସର୍ ହୋଇ ମଧ୍ୟ ଲୋକଙ୍କ ପାଇଁ ମୂଲିଆ ପରି କାମ କରୁଥିଲେ କାହାକୁ କିଛି ନ କହି।
Aeroplane during turbulence & KSRTC on a good road. Two occasions I am scared as hell! pic.twitter.com/OUgSJeP8tz
— Kannan (@naukarshah) August 28, 2018
ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆଇଏଏସ୍ ଅଫିସର୍ ଜଣକ ସ୍ୱେଚ୍ଛାସେବୀ ଭାବେ ସରକାରଙ୍କ ରିଲିଫ୍ ବଣ୍ଟନ କାର୍ଯ୍ୟରେ ସାମିଲ୍ ଥିଲେ। ଅନ୍ୟମାନଙ୍କ ପରି ସେ ପୂରା ଦିନ ଲୋଡିଂ ଓ ଅନ୍ଲୋଡିଂ କରିବାରେ ବ୍ୟସ୍ତ ରହୁଥିଲେ। ଯେତେବେଳେ ଏର୍ଣ୍ଣାକୁଲମ ଜିଲ୍ଳାର କଲେକ୍ଟର ବୁଲିବାକୁ ଆସିଥିଲେ ସେଠାରେ ଥିବା ଅନ୍ୟ ସମେସ୍ତ ଚକିତ ହୋଇ ଯାଇଥିଲେ। ସେତେବେଳେ ଯାଇ ଜଣାପଡ଼ିଲା ଯେ ତାଙ୍କ ସହ ଜଣେ ସାଧାରଣ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦାଦ୍ରା ଓ ନଗର ହାଭେଲିରର ଜିଲ୍ଲାପାଳ ବୋଲି। ସେ ୨୦୧୨ ମସିହାରେ ଆଇଏଏସ୍ ଅଫିସର୍ ଭାବେ ନିଯୁକ୍ତି ପାଇଥିଲେ।
A collection centre in one of the severely affected areas.
All these materials are what you good people sent with love to Kerala. #RebuildKerala #KeralaFloods pic.twitter.com/L5Tkny5MFW
— Kannan (@naukarshah) August 29, 2018
ଏହି ଆଇଏଏସ୍ ଅଫିସର୍ ଜଣକ ହେଉଛନ୍ତି କନ୍ନନ ଗୋପିନାଥ। ସେ ବନ୍ୟପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ କିଛି ଦିନ ଛୁଟି ନେଇ ବନ୍ୟା ଅଞ୍ଚଳକୁ ଯାଇଥିଲେ। ଗୋପିନାଥ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ଜିଲ୍ଳା ଦାଦ୍ରା ଓ ନଗର ହାଭେଲିର ପକ୍ଷରୁ କେରଳ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଅନୁଦାନ ଦେଇଥିଲେ।