ଛୁଆମାନଙ୍କ କାନ୍ଦ ରୋକିବା ପାଇଁ ଏହି ଶିଶୁ ବିଶେଷଜ୍ଞ ଦେଲେ ସରଳ ଉପାୟ, ଏମିତି ଧରିଲେ ତତ୍‌କ୍ଷଣାତ ହେବ କାନ୍ଦ ବନ୍ଦ

କାଲିଫର୍ଣ୍ଣିଆର ଡକ୍ଟର ରୋବର୍ଟ ସି. ହାମିଲ୍‌ଟନ୍‌ ଜଣେ ଏପରି ଶିଶୁ ଚିକିତ୍ସକ ଯାହାଙ୍କ କୌଶଳ ଅବଲମ୍ବନ କରି କେଉଁ ବି ବାପାମାଆ ତାଙ୍କ ପିଲାଙ୍କୁ କାନ୍ଦୁଥିବାରୁ ଅଟକାଇ ଦେଇପାରିବେ। ସେ ତାଙ୍କ କୌଶଳକୁ ‘ଦ ହୋଲ୍‌ଡ’ କହୁଛନ୍ତି। ତାଙ୍କର ଏହି କୌଶଳ ଖୁବ୍‌ କାର୍ଯ୍ୟକାରୀ ବୋଲି ମଧ୍ୟ ପ୍ରମାଣିତ ହୋଇ ସାରିଲାଣି। ନବଜାତକମାନଙ୍କୁ କିପରି ଧରିଲେ ସେମାନେ ଆଉ କାନ୍ଦିବେ ନାହିଁ ସେ ସଂପର୍କରେ ଚିକିତ୍ସକ ନବଜାତକଙ୍କ ବାପାମାଆଙ୍କୁ ତରିକା ବତାଉଛନ୍ତି ଏବଂ ତାହା କାର୍ଯ୍ୟ ବି କରୁଛି।

ଯେ ଯେଉଁ କୌଶଳ ବତାଉଛନ୍ତି ସେଥିରେ ୪ଟି ଗୁରୁତ୍ୱପୂର୍ଣ୍ଣ କୌଶଳ ରହିଛି। ପ୍ରଥମେ ଶିଶୁମାନଙ୍କ ହାତ ଧରି ସେମାନଙ୍କୁ ଛାତି ଆଡ଼କୁ ମାଡ଼ିକି ସେହି ହାତକୁ ରଖିବାକୁ ହେବ। ଦ୍ୱିତୀୟରେ ସେମାନଙ୍କୁ ଟିକେ ସହଜ ମନେ କରାଇବା, ଅର୍ଥାତ ଆବଶ୍ୟକ ମୁତାବକ ତାଙ୍କ ଶରୀରକୁ ହାଲ୍‌କା ଭାବେ ଧରିବା। ତୃତୀୟରେ ଗୋଟାଏ ହାତରେ ତାଙ୍କ ହାତ ଧରି ଅନ୍ୟ ହାତର ପାପୁଲିକୁ ତାଙ୍କ ପ୍ୟାଣ୍ଟ ତଳେ ଚ୍ୟାର୍‌ ପରି ରଖି ତାଙ୍କୁ ବସିବାକୁ ଦେବା। ଚତୁର୍ଥରେ ଶିଶୁକୁ ଧୀରେ ଧୀରେ କରି ୪୫ ଡିଗ୍ରି ପର୍ଯ୍ୟନ୍ତ ଅଣେଇବା। ସହ ଟିକେ ଟିକେ ହଲାଇବା। ଏତକ କରିବା ପରେ ସେମାନଙ୍କ କାନ୍ଦ ଏକଦମ୍‌ ବନ୍ଦ ହୋଇଯାଉଛି।

ସମ୍ବନ୍ଧିତ ଖବର