ଦୁଷ୍କର୍ମ ପୀଡିତା ଯୌନ ଦାସୀ ହେବାପରେ ଜର୍ମାନୀରେ ପହଞ୍ଚିଥିଲେ , ଜାଣନ୍ତୁ କିପରି ଏହା ଘଟିଥିଲା

ନାଦିୟା ମୁରାଦ୍‌ କେବଳ ଜଣେ ସାଧାରଣ ୨୪ ବର୍ଷୀୟ ମହିଳା ନୁହଁନ୍ତି। ସେ ଜଣେ ଦୁଷ୍କର୍ମ ପୀଡିତା ମହିଳା। ସେ ଆଇଏସ ଆଇଏସ ଭଳି ଆତଙ୍କବାଦୀ ସଙ୍ଗଠନର ଜଣେ ପୂର୍ବ ଯୌନ ଦାସୀ। ତାଙ୍କର କାହାଣୀ ଏତେ ଭୟାନକ ଓ କ୍ରୁର ଯେ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ପ୍ରାଚୀନ ୟଜିଦି ସଂପ୍ରଦାୟର ସଦସ୍ୟା ନାଦିୟାଙ୍କୁ ୨୦୧୪ରେ ଆତଙ୍କବାଦୀମାନେ ଉଠାଇ ନେଇଥିଲେ। ଆତଙ୍କବାଦୀମାନେ ଅଗଷ୍ଟ ୩ ତାରିଖରେ ନାଦିୟାଙ୍କ ଗ୍ରାମରେ ପ୍ରବେଶ କରିଥିଲେ। ସେମାନେ କହିଲେ ଇସଲାମ୍‌ ଧର୍ମ ଗ୍ରହଣ କର, ନଚେତ୍‌ ମରିବାକୁ ପ୍ରସ୍ତୁତ ହୁଅ।
କିନ୍ତୁ ନାଦିୟା ଏଥିରେ ସହମତ ହେଲେ ନାହିଁ। ଏସବୁ ଦୃଶ୍ୟକୁ ନାଦିୟାଙ୍କ ଭାଇ ଓ ଅନ୍ୟ ମହିଳାମାନେ ଝରକା ବାଟେ ଦେଖୁଥିଲେ। କିନ୍ତୁ ପ୍ରତିବାଦ କରିପାରିଲେ ନାହିଁ।
ଆଗରୁ ଗାଆଁର ୩୦ ପୁରୁଷଙ୍କ ସାମ୍ନାରେ ନାଦିୟାଙ୍କ ବାପା ଓ ମାଆଙ୍କୁ ଆତଙ୍କବାଦୀମାନେ ମାରି ଦେଇଥିଲେ। ଏହାପରେ ନାଦିୟା ଓ ତାଙ୍କ ଭଉଣୀ ମାନଙ୍କୁ ଚରମପନ୍ଥୀମାନଙ୍କ ସହ ବାଧ୍ୟ ହୋଇ ବାହା ହେବାକୁ ପଡ଼ିଥିଲା। ନାଦିୟା କହନ୍ତି ଯେ ତାଙ୍କ ସହିତ ଏତେ ପୁରୁଷ ଦୁଷ୍କର୍ମ କହିଛନ୍ତି ଯେ ସେ ଶେଷରେ ଗଣିବା ଛାଡ଼ି ଦେଇଥିଲେ।


ତିନି ମାସ ପରେ ନାଦିୟା କୌଶଳ କ୍ରମେ ସେଠାରୁ ଖସି ଆସି ଜର୍ମାନୀରେ ରହିଲେ। ସେଠାରେ ତାଙ୍କର ଦୁଇ ଭଉଣୀ ବି ଜର୍ମାନୀରେ ମିଶିଲେ। ଏହି ସାହସିକତା ପାଇଁ ନାଦିୟାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନ ମିଳିଥିଲା।

ସମ୍ବନ୍ଧିତ ଖବର