ଏମିତି ଏକ ସ୍ଥାନ, ଯେଉଁଠି ମାଟି ଉପରେ ଡ଼େଇଁଲେ ସଂପୂର୍ଣ୍ଣ ଅଞ୍ଚଳ ହଲିବା ଆରମ୍ଭ ହୋଇଥାଏ

ନୂଆଦିଲ୍ଲୀ : ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯାହାର ରହସ୍ୟ ଏ ପର୍ଯ୍ୟନ୍ତ କେହି ଚେଷ୍ଟା କରି ମଧ୍ୟ ଜାଣି ପାରି ନାହାନ୍ତି। ସେଭଳି ଏକ ସ୍ଥାନ ହେଉଛି ଛତିଶଗଡ଼ରେ ଥିବା ମେନପାଟ । ଏଠାକୁ ଦେଶର କୋଣ ଅନୁକୋଣରୁ ଲୋକ ଛୁଟି ଆସିଥାନ୍ତି । ଏହାକୁ ଛତିଶଗଡ଼ର ଶିମ୍‌ଲା କୁହାଯାଉଥିବା ବେଳେ ଏହି ସ୍ଥାନରେ ଥିବା ରହସ୍ୟ ସମସ୍ତଙ୍କୁ ବିସ୍ମିତ କରେ।

ଏଠାକୁ ଲୋକ ଆସି ମାଟି ଉପରେ ଡ଼େଇଁବାକୁ ଲାଗନ୍ତି। ଡ଼େଇଁବା ପରେ ଭୂଇଁ ହଲିଲା ଭଳି ଅନୁଭୂତ ହୋଇଥାଏ । ଏହା କ’ଣ ପାଇଁ ହୁଏ ତାହା କେହି ସ୍ପଷ୍ଟ ଭାବେ କହି ପାରି ନାହାନ୍ତି । ମେନପାଟରେ ଥିବା ଏହି ସ୍ଥାନ ବିଷୟରେ ସ୍ଥାନୀୟ ଲୋକଙ୍କର ନାନା ପ୍ରକାର କଥା କାହାଣୀ ରହିଥିବା ବେଳେ ବୈଜ୍ଞାନିକମାନଙ୍କର ଏ ନେଇ ଭିନ୍ନ ମତ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ସେହି ସ୍ଥାନରେ ଏକ ଜଳସ୍ରୋତ ରହିଥିଲା, ଯାହା ଏବେ ପୋତି ହୋଇ ଯାଇଛି । ଉପରୁ ଏହା ଶୁଖି ଯାଇଥିଲେ ମଧ୍ୟ ଭିତରେ ଏବେ ପାଣି ଅଂଶ ରହିଛି । ଯାହା ଫଳରେ ମାଟି ଉପରେ ଡେଇଁବା ଦ୍ୱାରା ଭୂମି ହଲିଥାଏ । କାରଣ ଯାହା ବି ହେଉ ଏଠାକୁ ଆସୁଥିବା ପର୍ଯ୍ୟଟକ ଏହାର ଖୁବ୍‌ ମଜା ନେଇଥାନ୍ତି । ଏଠାରେ ଅନେକ ଝରଣା ଥିବା ବେଳେ ଏହି ସ୍ଥାନର ପାଣିପାଗ ସବୁବେଳେ ଥଣ୍ଡା ରହିଥାଏ ।

ସମ୍ବନ୍ଧିତ ଖବର