ଦେଖନ୍ତୁ ଶ୍ରେଣୀଗୃହରେ କିପରି ନିଦରେ ଟଳମଳ ହେଉଛି ଶିଶୁ, ସହପାଠୀ ଓ ଶିକ୍ଷକ ଯେତେ ଡାକିଲେ ବି କିଛି ଶୁଣୁ ନାହିଁ

ନୂଆଦିଲ୍ଲୀ: କିଛିଦିନ ତଳେ ଜଣେ ଶିଶୁ ଏକ ସ୍କୁଲ ଶ୍ରେଣୀଗୃହ ମଧ୍ୟରେ ଟେବୁଲ ଉପରେ ମୁଣ୍ଡ ରଖି ନିଦରେ ଟଳମଳ ହେବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିକୁ ଯିଏ ଦେଖୁଛି ସେ ଏହି କୁନି ଶିଶୁର କାରନାମା ଦେଖି ହସିହସି ବେଦମ୍‌ ହୋଇଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଏକ କୁନି ଶିଶୁ କମଳା ରଙ୍ଗର ସ୍କୁଲ ପୋଷାକ ପିନ୍ଧି ଶ୍ରେଣୀଗୃହରେ ବସିଛି। ଶ୍ରେଣୀଗୃହରେ ତାର ଅନ୍ୟ ସହପାଠୀ ବି ଅଛନ୍ତି। ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ପ୍ରବେଶ କରି ପିଲାଙ୍କୁ ଗୁଡ ମରନିଙ୍ଗ ଜଣାଉଥିଲା ବେଳେ ଏହି ଶିଶୁଟି ଟେବୁଲ ଉପରେ ଖାତା ବହି ଖୋଲି ନିଘୋଟ ନିଦରେ ଶୋଇ ପଡ଼ିଛି। ଶିକ୍ଷୟିତ୍ରୀ ଶିଶୁରଟିର ନାମ ମାନସୀ ମାନସୀ ଧରି ଯେତେ ଡାକୁଥିଲେ ବି ସେ ଶିକ୍ଷୟିତ୍ରୀଙ୍କ କୌଣସି କଥା ଶୁଣି ପାରୁ ନାହିଁ। ଏହାପରେ ଶିକ୍ଷୟିତ୍ରୀ ତା’ର ପାଖରେ ବସିଥିବା ପିଲାକୁ ମାନସୀକୁ ଡାକିବାକୁ କହୁଛନ୍ତି। ସେ କୁନି ପିଲାଟି ତାର ସାଙ୍ଗକୁ ଯେତେ ଡାକିଥିଲେ ବି ମାନସୀ କାହାରି କିଛି କଥା ନଶୁଣି ଟିକେ ଉଠୁଥାଏ ପୁଣି ଶୋଇ ପଡ଼ୁଥାଏ। ଏହି ଭିଡିଓର ମାନସୀର ଶୋଇବାର ଦୃଶ୍ୟ ଦେଖିବାକୁ ବେଶ୍‌ ମଜାଦାର ଲାଗୁଛି।

ସମ୍ବନ୍ଧିତ ଖବର