ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଲେ ୨ବର୍ଷିୟା ଅମାଇରା,ଏକ ମିନିଟ୍‌ ମଧ୍ୟରେ ଭାରତର ସବୁ ରାଜ୍ୟର ରାଜଧାନୀ ନାଁ କହି ଭାଙ୍ଗିଲେ ବିଶ୍ୱ ରେକର୍ଡ଼

ପଞ୍ଚକୁଲା : ଛୋଟ ବେଳେ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ କିପରି ଘରେ ମାତା-ପିତାମାନେ ଆମମାନଙ୍କୁ ସାଧାରଣ ଜ୍ଞାନ ଶିଖାଇଥାନ୍ତି ତାହା ତ ଆପଣମାନଙ୍କର ମନେଥିବ । କିପରି ନାଁ,ଗାଁ ଠିକଣା ଆମକୁ ଶିଖାଇବା ସହ ଦେଶରେ କେତୋଟି ରାଜ୍ୟ ଏବଂ ତାର ରାଜଧାନୀର ନାଁ କ’ଣ ସେ ବିଷୟରେ ମାତା-ପିତାମାନେ ଶିଖାଉଥିଲେ ତାହା ଏ ଭାଇରାଲ ହୋଇଥିବା ଭିଡ଼ିଓ ଦେଖିବା ପରେ ଆପଣମାନେ ମନେ ପକାଇବେ । ଦେଶରେ ଥିବା ସମସ୍ତ ରାଜ୍ୟର ରାଜଧାନୀକୁ ଦୁଇ ବର୍ଷିୟ ଶିଶୁଟି କିପରି ମନେ ରଖି କହୁଛି ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ।

ନିଜର ଜ୍ଞାନବଳରେ ଖୁବ୍‌ କମ ବୟସରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛନ୍ତି ଅମାଇରା ଗୁଲାଟି । ଗୋଟେ ମିନିଟ୍‌ ମଧ୍ୟରେ ଅମାଇରା ଭାରତରେ ଥିବା ସବୁ ରାଜ୍ୟର ରାଜଧାନୀର ନାଁ ସଠିକ୍‌ କହି ବିଶ୍ୱ ରେକର୍ଡ଼ କରିଥିବା ଜଣାପଡ଼ିଛି । ଭିଡ଼ିଓରେ ଶିଶୁଟିର ମା’ ସବୁ ରାଜ୍ୟର ନାଁ କହୁଥିବା ବେଳେ ସମସ୍ତ ରାଜଧାନୀର ସଠିକ୍‌ ନାଁ କହିଥିଲେ ଅମାଇରା । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ଅମାଇରାଙ୍କ ଜ୍ଞାନକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସମ୍ବନ୍ଧିତ ଖବର