ମହିଳା ଜଣଙ୍କ ଜଙ୍ଗଲ ମଧ୍ୟରେ ଏକୁଟିଆ ଜନ୍ମ ଦେଲେ ଶିଶୁ : ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏପରି ମଧ୍ୟ ଅନେକ ଭିଡ଼ିଓ ରହିଥାଏ ଯାହାକୁ ଦେଖିଲେ ହଠାତ୍‌ ବିଶ୍ୱାସ କରିହୁଏନା । ବର୍ତ୍ତମାନ ଅଷ୍ଟ୍ରେଲିଆର ଜଣେ ୪୫ ବର୍ଷୟ ସିନୋମ ନାମ୍ନୀ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ସିନୋମ ବିନା କୌଣସି ଡ଼ାକ୍ତରୀ ସହାୟତା ଏବଂ ଚିକିତ୍ସାରେ ସ୍ୱୟଂ ନିଜେ ଜଙ୍ଗଲ ମଧ୍ୟରେ ଏକୁଟିଆ ନିଜର ଚତୁର୍ଥ ସନ୍ତାନର ପ୍ରସବ କରିଛନ୍ତି । ଏହାର କାରଣ ସେ ତାଙ୍କ ଶିଶୁକୁ ପ୍ରକୃତିର କୋଳରେ ଏବଂ ଏକ ପ୍ରାକୃତିକ ଢ଼ଙ୍ଗରେ ଜନ୍ମ କରିବାକୁ ଚାହୁଁଥିଲେ । ଏହାର ଏକ ଭିଡ଼ିଓ ମଧ୍ୟ ସେ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଯାହା ଭରପୁର ମାତ୍ରାରେ ଭାଇରାଲ ହୋଇଥିଲା। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

punjabkesari.in

୪୩ ବର୍ଷିୟା ସିନୋମଙ୍କ ପୂର୍ବରୁ ତିନିଟି ସନ୍ତାନ ରହିଛନ୍ତି । ସେ ତାଙ୍କର ଚତୁର୍ଥ ସନ୍ତାନକୁ କୌଣସି ଡ଼ାକ୍ତରଖାନାରେ ଜନ୍ମ କରିବାକୁ ଚାହୁଁ ନଥିଲେ । ସେ ତାଙ୍କ ଶିଶୁକୁ ଏକ ପ୍ରାକୃତିକ ଉପାୟରେ ତଥା ପ୍ରକୃତିର କୋଳରେ ଜନ୍କ ଦେବା ପାଇଁ ଚାହିଁଥିଲେ । ଏହା ବିଷୟରେ ସେ ତାଙ୍କ ପରିବାରକୁ ଜଣାଇବାରୁ ତାଙ୍କ ପରିବାର ଲୋକ ତାଙ୍କୁ ଏଥିପାଇଁ ସମର୍ଥନ କରିଥିଲେ । ଏହାପରେ ସିନୋମ ବିନା କୌଣସି ଡ଼ାକ୍ତରୀ ସାହାୟତାରେ ନିଜେ ଏକୁଟିଆ ଶିଶୁଟିର ପ୍ରସବ କରାଇଥିଲେ । ଏହା ଛଡ଼ା ସେ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରିଥିଲେ । ସେହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ଲକ୍ଷାଧିକ ସଂଖ୍ୟାରେ ତାହାକୁ ସେୟାର ମଧ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର