ମୋବାଇଲ୍‌ରେ କରନ୍ତୁ ଏହି ୩ଟି ସେଟିଙ୍ଗ୍‌: ହ୍ୟାଙ୍ଗ୍‌ ହେବନି କି ଶୀଘ୍ର ବ୍ୟାଟେରି ବି ସରିବନି

ସାଧାରଣତଃ ମୋବାଇଲ୍‌ ଫୋନ୍‌ ହ୍ୟାଙ୍ଗ୍‌ ହେବା ଏବଂ ବ୍ୟାଟେରି ବ୍ୟାକ୍‌ଅପ୍‌ ନ ରଖିବା ଏକ ସାଧାରଣ କଥା ଅଟେ। ଯାହାକୁ ନେଇ ଆମକୁ ଅନେକ ସମୟରେ ହଇରାଣ ହେବାକୁ ପଡ଼ିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆଜି ଆମେ ଆପଣଙ୍କୁ ଏପରି ୩ଟି ସିକ୍ରେଟ୍‌ ସେଟିଙ୍ଗ୍‌ ବିଷୟରେ ଜଣାଇବୁ, ଯାହାକୁକି ଆପଣମାନେ ଆଗରୁ କେବେ ହେଲେବି ଜାଣି ନ ଥିବେ! ଯଦି ଆପଣ ଆପଣଙ୍କ ଫୋନ୍‌ରେ ଏହି ସେଟିଙ୍ଗ୍‌କୁ ଆକ୍ଟିଭ କରିବେ, ତେବେ ଫୋନ୍‌ ହ୍ୟାଙ୍ଗ୍‌ ହେବନାହିଁ, ବ୍ୟାଟେରି ବ୍ୟାକ୍‌ଅପ୍‌ ଭଲ ରହିବ ଏବଂ ଭାଇରସ୍‌ ହେବା ଆଦି ସମସ୍ୟାରୁ ପିଛା ଛଡ଼ାଇ ପାରିବେ। ତେବେ, ଏହି ସେଟିଙ୍ଗ୍‌ କରିବାଟା ଅତ୍ୟନ୍ତ ସହଜ । ଚାଲନ୍ତୁ ଜାଣିବା ଏହିି ସେଟିଙ୍ଗ୍‌ ବିଷୟରେ…

ବ୍ୟାଟେରିକୁ ଦୀର୍ଘକାଳ କାର୍ଯ୍ୟକ୍ଷମ ରଖିବା ପାଇଁ କରନ୍ତୁ ଏହି ସେଟିଙ୍ଗ୍‌:
ଆପଣ ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରିକୁ ଦୀର୍ଘ ସମୟ ପାଇଁ କାର୍ଯ୍ୟକ୍ଷମ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ରହିଥିବା ସେଟିଙ୍ଗ୍‌କୁ ଯାଇ Developer Optionକୁ ଯିବାକୁ ହେବ। ଆଉ ଯଦି ଆପଣ ଏହି ଅପସନ୍‌ୁ ଅନ୍‌ କରି ନଥା’ନ୍ତି, ତେବେ ଆପଣଙ୍କୁ ପ୍ରଥମେ ଏହାକୁ ଅନ୍‌ କରିବାକୁ ହେବ। ତେବେ ଏନେଇ ପ୍ରଥମେ ଆପଣ ଫୋନ୍‌ର ସେଟିଙ୍ଗ୍‌ରେ ରହିଥିବା about phoneକୁ ଯାଇ build number ଉପରେ ୭ଥର କ୍ଲିକ୍‌ କରିବାକୁ ହେବ।

ଏହାପରେ ଆପଣଙ୍କର Developer Optionଟି ଅନ୍‌ ହୋଇଯିବ। ଏବେ ଆପଣ Developer କୁ ଯାଇ Running Servicees ଉପରେ କ୍ଲିକ୍‌ କରନ୍ତୁୁ। ତେବେ ଏହାକୁ କ୍ଲିକ୍‌ କରିବା କ୍ଷଣି ହିଁ ଏକ ଲିଷ୍ଟ୍‍ଟିଏ ଓପନ୍‌ ହୋଇଯିବ। ଯେଉଁଥିରେ ଫୋନ୍‌ରେ ଚାଲୁଥିବା ସମସ୍ତ ରନିଙ୍ଗ୍‌ ଆପ୍‌ସ ଗୁଡ଼ିକ ଦେଖାଯିବାକୁ ଲାଗିବ। ଯାହାକି ଲଗାତାର୍‌ ଭାବରେ ଫୋନ୍‌ର ବ୍ୟାଟେରିକୁ ଶେଷ କରିଥାଏ। ତେବେ ଏଠାରେ ଆପଣ ସେହି ସମୟକୁ ବି ଦେଖିପାରିବେ, ଯେବେଠୁଁ କି ଏହି ଆପ୍‌ଟି ଫୋନ୍‌ରେ ରନ୍‌ କରୁଛି। ଏଥିସହିତ ଏଠାରେ ଆପଣଙ୍କୁ ଏପରି ଆପ୍‌ସ ମଧ୍ୟ ନଜରକୁ ଆସିବ ଯାହାକି ବ୍ୟବହାର ହେଉ ନଥିଲେ ବି ଆପଣଙ୍କ ଫୋନ୍‌ରେ ଚାଲୁଅଛି। ତେବେ ଆପଣଙ୍କୁ ଏଠାରେ ଏହି ଆପ୍‌ସକୁ ସିଲେକ୍ଟ କରି ତାହା ଉପରେ କ୍ଲିକ୍‌ କରିବାକୁ ହେବ। ଏଥିରେ ଆପଣଙ୍କୁ Stopର ଅପ୍‌ସନ୍‌ ଦେଖାଯିବ। ଯେଉଁଠାରେ କି ଆପଣଙ୍କୁ କ୍ଲିକ୍‌ କରିବାକୁ ପଡ଼ିବ। ଏହାକୁ କଲାପରେ ଆପଣ ଦେଖିବେ, କିଭଳି ଆପଣଙ୍କ ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଛି।

ଫୋନ୍‌ର ହ୍ୟାଙ୍ଗ୍‌କୁ ବନ୍ଦ୍‌ କରିବାକୁ :
ଫୋନ୍‌ରେ ଗେମ୍‌ ଖେଳୁଥିବା ସମୟରେ ଫୋନ୍‌ ହ୍ୟାଙ୍ଗ୍‌ ହେଲେ ବହୁତ ରାଗ ଲାଗିଥାଏ। ତେବେ ଏହି ଅସୁବିଧାରୁ ମୁକ୍ତି ପାଇବାକୁ ହେଲେ ଆପଣ ଫୋନ୍‌ର ସେଟିଙ୍ଗ୍‌କୁ ଯାଇ ସେଥିରେ ରହିଥିବା Developer settingକୁ ଯିବାକୁ ହେବ। ଏହାପରେ ଆପଣଙ୍କୁ ଏହାର ତଳଭାଗରେ ଏକ Force4*MSAAଅପ୍‌ସନ୍‌ ଦେଖାଯିବ। ଏହାପରେ ଆପଣଙ୍କୁ ଏହାକୁ ଅନ୍‌ କରିଦେବାକୁ ପଡ଼ିବ। ଦେଖିବେ ଏହାପରେ ଆପଣ ଯେବେ ବି ଗେମ୍‌ ଖେଳିବେ ତ ଆପଣଙ୍କ ଫୋନ୍‌ ଆଉ ଆଗଭଳି ହ୍ୟାଙ୍ଗ୍‌ ହେବନାହିଁ।

ଆପଣଙ୍କ ଫୋନ୍‌ ସୁରକ୍ଷିତ ରହିଛି କି ନାହିଁ ଜାଣନ୍ତୁ ଏମିତି:
ଏତଦ୍‌ବ୍ୟତୀତ ଆପଣଙ୍କ ଫୋନ୍‌ଟି ସୁରକ୍ଷିତ ରହିଛି କି ନାହିଁ; ଏହାକୁ ଜାଣିବା ମଧ୍ୟ ଆପଣଙ୍କର ନିହାତି ଦରକାର! କାହିଁକିନା ଯଦି ଫୋନ୍‌ଟି ସୁରକ୍ଷିତ ରହିଥାଏ ତ ଏଥିରେ ଭାଇରସ୍‌ ଆସି ନଥାଏ କି ହ୍ୟାଙ୍ଗ୍‌ ମଧ୍ୟ ହୋଇନଥାଏ। ତେଣୁ ଏନେଇ ଆପଣ Play storeକୁ ଯାଇ ତିନି ଲାଇନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣ ସେଟିଙ୍ଗ୍‌କୁ ଯାଇ ତଳଭାଗରେ ରହିଥିବା device certificationର ଆପ୍‌କୁ ଯାଆନ୍ତୁ। ଆଉ ଯଦି ଏଠାରେ ଆପଣଙ୍କୁ certified ଲେଖାଥିବାର ଦେଖାଯିବ ତ, ଆପଣ ଜାଣନ୍ତୁ କି ଆପଣଙ୍କ ଫୋନ୍‌ଟି ସୁରକ୍ଷିତ ରହିଛି!

ସମ୍ବନ୍ଧିତ ଖବର