ରାକ୍ଷୀପୂର୍ଣ୍ଣିମାରେ ଖସି ପଳାଇଥିବା କଏଦୀ ଭଦ୍ରାମୀର ସହ ଜେଲ୍‌କୁ ଫେରିଲେ

ନୂଆଦିଲ୍ଲୀ: ସାଧାରଣ ଭାବରେ ଯେଉଁମାନେ ତିହାର ଜେଲ୍‌ରୁ ମୁକ୍ତ ହୁଅନ୍ତି ସେମାନେ ଦେଶର ସବୁଠାରୁ ଭଲ ବା ସୁରକ୍ଷିତ ଜେଲ୍‌ରେ ରହିକରି ଆସିଛନ୍ତି ବୋଲି ମନାଯାଏ। ସେହିପରି ଜଣେ କଏଦୀ ସଲିମ୍‌ ତିହାର୍‌ ସେମି-ଓପନ୍‌ ଜେଲ୍‌ରେ ନିଜର କାରାଦଣ୍ଡ ସମୟ ଅତିବାହିତ କରୁଥିବା ସମୟରେ ରକ୍ଷାବନ୍ଧନ ଦିନ ଖସି ପଳାଇବା ଘଟଣା ସଭିଙ୍କୁ ଚକିତ କରିଥିଲା। ସେମି-ଓପନ୍‌ ଜେଲ୍‌ଗୁଡ଼ିକ ସାଧାରଣ ଜେଲ୍‌ଗୁଡ଼ିକ ମଧ୍ୟରୁ ଭିନ୍ନ ହୋଇଥାଏ। କଏଦୀମାନଙ୍କୁ ଏହି ଜେଲ୍‌ରେ ସେମାନଙ୍କ ଉତ୍ତମ ବ୍ୟବହାର ସକାଶେ ମନେ ରଖାଯାଏ।

ରକ୍ଷାବନ୍ଧନ ଅବସରରେ ସେ ଜେଲ୍‌ ଅଫିସର୍‌ଙ୍କ କାର୍‌ ଧୋଉ ଧୋଉ ଜେଲ୍‌ରୁ ଖସି ପଳାଇଥିଲେ। ସଂଧ୍ୟା ବେଳେ କଏଦୀମାନଙ୍କୁ ଗଣାଯିବା ସମୟରେ ସଲିମ୍‌ ଅନୁପସ୍ଥିତ ଥିଲେ। ମାତ୍ର ସେ ପୁଣି ଥରେ ଫେରି ଆସିଥିବା ଘଟଣା ସମସ୍ତଙ୍କୁ ପ୍ରବଳ ମାତ୍ରାରେ ଆଚମ୍ବିତ କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଲିମ୍‌ ହେଉଛନ୍ତି ମୁଜାଫର୍‌ନଗରର ବାସିନ୍ଦା। ତାଙ୍କୁ ଅଧିକାରୀଙ୍କ କାର୍‌ ଧୁଆ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ସେ ନଜର କ୍ରୋଧ ପ୍ରକାଶ କରିଥିଲେ। ଏପରିକି ଅନେକ ଥର ସେ ଏନେଇ ଅଭିଯୋଗ ମଧ୍ୟ ଆଣିଛନ୍ତି। ସେହି ରାଗରେ ସେ କେଉଁଆଡ଼େ ପଳାଇ ଯାଇଥିଲେ।

ଏ ସଂପର୍କରେ ତିହାର୍‌ ଜେଲ୍‌ ଡିଜି ଅଜୟ କଶ୍ୟପ କହନ୍ତି, ‘ସେମି-ଓପନ୍‌ ଜେଲ୍‌ର କଲଦୀମାନଙ୍କୁ ସାଧାରଣତଃ ଟିକେ ଖୋଲାରେ ଛଡ଼ାଯାଇ ଥାଏ। ସେମାନେ ବିଶେଷ କରି ଜେଲ୍‌ ପରିସର ମଧ୍ୟରେ ହିଁ କାମ କରିଥାନ୍ତି। ସଲିମ୍‌ ଆଜି ନିର୍ଦ୍ଦିଷ୍ଟ ସମୟରେ ନପହଞ୍ଚିବାରୁ ତାଙ୍କ ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା। ସଲିମ୍‌ ହତ୍ୟା ଅଭିଯୋଗରେ ଗତ ୧୩ ବର୍ଷ ହେବ ଜେଲ୍‌ ଭୋଗୁଛନ୍ତି। ତାଙ୍କର ଜେଲ୍‌ ମଧ୍ୟରେ ରେକର୍ଡ ଭଲ ରହିଛି।’

ସମ୍ବନ୍ଧିତ ଖବର