ଟିକ୍‌ଟକ୍‌ ବନାମ ମିତ୍ରୋଁ: ଜାଣନ୍ତୁ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ଆପ୍‌ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଟିକ୍‌ଟକ୍‌ ଆପ୍‌ର ଜଣେ ଫ୍ୟାନ୍‌ ହୋଇଥିବେ ତେବେ ମିତ୍ରୋଁ ଆପ୍‌କୁ ବି ଅଳ୍ପବହୁତ ଜାଣିଥିବେ। କାରଣ ଏହି ଆପ୍‌ର ଟିକ୍‌ଟକ୍‌ ସହ ଅନେକ ସାମଞ୍ଜସ୍ୟ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଟିକ୍‌ଟକ୍‌ର ପ୍ରତିଦ୍ବନ୍ଦ୍ବୀ ଏହି ଆପ୍‌ଟି ଗତ ଏକ ମାସ ମଧ୍ୟରେ ୫୦ ଲକ୍ଷ ଥର ଡାଉନ୍‌ଲୋଡ୍‌ ହୋଇ ସାରିଲାଣି। ଗୁଗୁଲ୍‌ ପ୍ଲେରେ ଥିବା ବଛା ବଛା ୧୦ ଶୀର୍ଷ ଆପ୍‌ ଭିତରୁ ମିତ୍ରୋଁ ଅନ୍ୟତମ।

ଏହି ଆପ୍‌ଟି ପ୍ରାୟତଃ ଟିକ୍‌ଟକ୍‌ ପରି। ମାତ୍ର ଏହି ଆପ୍‌ଟି କେବଳ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ। ଆଇଫୋନ ବ୍ୟବହାରକାରୀମାନେ ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଆଇଓଏସ୍‌ରେ ମିତ୍ରୋଁ ଆପ୍‌ ଉପଲବ୍ଧ ହେବ ନାହିଁ। ମାତ୍ର ଟିକ୍‌ଟକ୍‌ ଦୁଇଟା ଯାକ ପ୍ଲାଟ୍‌ଫର୍ମରେ ଉପଲବ୍ଧ।


Times of India

ଟିକ୍‌ଟକ୍‌ ୭୪ ଏମ୍‌ବି ହୋଇଥିବା ବେଳେ ଟିକ୍‌ଟକ୍‌ ମାତ୍ର ୮ ଏମ୍‌ବି। ଟିକ୍‌ଟକ୍‌ ଓ ମିତ୍ରୋଁର ନେଭିଗେସନ୍‌ ବଟନ୍‌ ପ୍ରାୟତଃ ସମାନ। ମିତ୍ରୋଁ ଆପ୍‌ରେ ସାଇନ୍‌ ଇନ୍‌ କରିବା ପାଇଁ ଆପଣ ଆପଣଙ୍କ ଜିମେଲ୍‌ ଆଇଡି ବ୍ୟବହାର କରିପାରିବେ। ଟିକ୍‌ଟକ୍‌ ପାଇଁ ମଧ୍ୟ ଆପଣଙ୍କୁ ଜିମେଲ୍‌ ଆଇଡି ବ୍ୟବହାର କରିବାକୁ ହେବ।

ମିତ୍ରୋଁ  ବ୍ୟବହାରକାରୀଙ୍କୁ ୧୮ ସେକେଣ୍ଡ୍‌ ଦିଏ ଭିଡିଓ ରେକର୍ଡ ଓ ପୋଷ୍ଟ୍‌ କରିବାକୁ।

ସମ୍ବନ୍ଧିତ ଖବର