ସହପାଠୀକୁ ସାହାଯ୍ୟର ହାତ ବଢ଼ାଇଲେ କଲେଜର ୩୨ ଛାତ୍ରଛାତ୍ରୀ, ଭଉଣୀର କିଡନୀ ପ୍ରତିରୋପଣ ପାଇଁ ଖୋଲିଲେ ଭୋଜନାଳୟ

ଥିରୁବନନ୍ତପୁରମ୍: କେରଳର ୩୨ଜଣ କଲେଜ ପିଲାମାନେ ମିଶି କରିଥିବା କାମ ଏବେ ପ୍ରଶଂସାର ବିଷୟ ପାଲଟିଛି। ଜାତୀୟ ରାଜପଥ କଡ଼ରେ ସେମାନେ ଏକ ଭୋଜନାଳୟ ଖୋଲି ଲୋକମାନଙ୍କୁ ତାଙ୍କ ମନ ମୁତାବକ ଖାଇବା ଯୋଗାଉଥିବା ଜଣାପଡ଼ିଛି। ତେବେ ଏହି ପିଲାମାନେ କୌଣସି ଲାଭ ଆଶାରେ ନୁହେଁ ବରଂ ନିଜ ସହପାଠୀକୁ ଆର୍ଥିକ ସହାୟତା ଦେବା ପାଇଁ ଭୋଜନାଳୟ ଖୋଲିଥିବା ସାମ୍ନାକୁ ଆସିଛି। ସହପାଠୀଙ୍କ ଭଉଣୀର କିଡନୀ ପ୍ରତିରୋପଣ ପାଇଁ ଯଥେଷ୍ଟ ଟଙ୍କା ନ ଥିବା ଜାଣି ୩୨ଜଣ ମିଶି ଭୋଜନାଳୟ ମାଧ୍ୟମରେ ଟଙ୍କା ଆୟ କରିବା ଆରମ୍ଭ କରିଛନ୍ତି। ୩୨ଜଣ ଛାତ୍ର-ଛାତ୍ରୀ ଥୁରାଭୁରରେ ଥିବା ଶ୍ରୀ ଗୋକୁଲମ୍ ଏସଏନଜିଏମ୍ କ୍ୟାଟରିଂ କଲେଜରେ ପଢ଼ନ୍ତି।

ସୂଚନା ମୁତାବକ, ସହପାଠୀ କେଏସ ଅରୋମାଲାଙ୍କ ଭଉଣୀ ଐଶ୍ବର୍ଯ୍ୟାଙ୍କ କିଡନୀ ସମସ୍ୟା ଥିବାରୁ କିଡନୀ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ଚିକିତ୍ସା ପାଇଁ ଐଶ୍ବର୍ଯ୍ୟାଙ୍କ ବାପା ନିଜର ସମସ୍ତ ଜମି ବିକ୍ରି କରି ସାରିଥିଲେ ମଧ୍ୟ ପ୍ରତିରୋପଣ ପାଇଁ ଟଙ୍କା ଯୋଗାଡ଼ କରି ପାରି ନଥିଲେ। ପ୍ରତିରୋପଣ ପାଇଁ ୨୦ଲକ୍ଷ ଟଙ୍କା ଦରକାର ଥିବା ବେଳେ ଏହା ହିଁ ଐଶ୍ବର୍ଯ୍ୟାଙ୍କ ଜୀବନ ବଞ୍ଚାଇବା ପାଇଁ ଏକମାତ୍ର ବାଟ ବୋଲି ଡାକ୍ତର ଜଣାଇଥିଲେ।

Image result for kidney-transplant
Max Hospital

ତେବେ ସହପାଠୀ କେଏସ ଅରୋମାଲାଙ୍କ ଆର୍ଥିକ ଅବସ୍ଥା ଦେଖି ତାଙ୍କର ୩୨ଜଣ ସହପାଠୀ ମିଶି ଥଟ୍ଟୁକଡ୍ଡା ନାମକ ଏକ ଭୋଜନାଳୟ ଆରମ୍ଭ କରିଛନ୍ତି।  ୩୨ଜଣ ମିଶି ଦିନକୁ ୪,୦୦୦-୫,୦୦୦ଟଙ୍କା ଆୟ କରୁଥିବା ବେଳେ ଏବେ ଐଶ୍ବର୍ଯ୍ୟାଙ୍କ ଚିକିିତ୍ସା କୋଟ୍ଟାୟମ ମେଡିକାଲ କଲେଜରେ ଚାଲୁ ରହିଛି। ଟଙ୍କା ଯୋଗାଡ଼ ହେବା ପରେ ତାଙ୍କୁ ଏର୍ଣ୍ଣାକୁଲମରେ ଥିବା ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର