ସବୁବେଳେ ରୁପା ଚାମଚ ଧରି ଜନ୍ମ ନେଇଥିବା ଶିଶୁ ଭାଗ୍ୟବାନ ହୋଇନଥାନ୍ତି, ବେଳେବେଳେ ଭାଗ୍ୟକୁ ବଦଳାଇବାର ସାହସ ରଖି କେହି କେହି ଉଦାହରଣ ପାଲଟି ଯାଆନ୍ତି। ପ୍ରମାଣ କରନ୍ତି ଯେ ଦକ୍ଷତା ଆଗରେ କୌଣସି ବାଧା ବିଘ୍ନ ପ୍ରଭାବଶାଳୀ ନୁହେଁ। ଶୀର୍ଷକରୁ ତ ଅଧା କଥା ବୁଝି ସାରିଥିବେ ନିଶ୍ଚୟ। ତେବେ, ପୂରା କଥାଟି ହେଉଛି ଏମ୍ଟିଭିରେ ଚାଲିଥିବା ବହୁ ଲୋକପ୍ରିୟ ରିୟଲିଟି ସୋ’ ‘ଇଣ୍ଡିଆଜ୍ ନେକ୍ସଟ୍ ଟପ୍ ମଡେଲ୍ ସିଜିନ-୩’ ଫାଇନାଲ୍କୁ ମାତ୍ର ଆଉ ଅଳ୍ପ ସମୟ ବାକି। ଫାଇନାଲ୍ ଫଳ ଘୋଷଣା ହେବା ପରେ ଏହି ମଞ୍ଚରୁ ଦେଶକୁ ମିଳିବେ ଆଉ ଜଣେ ଟପ୍ ମଡେଲ୍। ସୋ’ ଆରମ୍ଭରେ ୧୬ ଜଣ ମଡେଲ୍ ଅଂଶଗ୍ରହଣ କରିଥିଲେ। ଶେଷକୁ ବଞ୍ଚିଛନ୍ତି ମାତ୍ର ତିନି ଜଣ ବଛା ବଛା ମଡେଲ୍। ସେମାନେ ହେଉଛନ୍ତି ରିୟା ସୁବଦ୍ଧ, ସବିତା କର୍କି ଏବଂ ସ୍ୱେତା ରାଜ। ଫାଇନାଲ୍ରେ ଥିବା ଏହି ତିନି ସୁନ୍ଦରୀ ଅଭିନେତ୍ରୀ ପୂର୍ବ ପର୍ଯ୍ୟାୟରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ସହ ଫଟୋ ପୋଜ୍ ଦେଇଥିଲେ। ତା’ପରେ ସେମାନେ ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚି ପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅହମ୍ମଦାବାଦ୍ର ରୀୟା ସୁବୁଦ୍ଧ ସୋ’ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ତାଙ୍କର କଥା କହିବା ଶୈଳୀ ହେତୁ ହିଁ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ କେନ୍ଦ୍ରିଭୂତ କରିପାରିଥିଲେ। ତାଙ୍କ ବୟସ ୨୦ ବର୍ଷ। ସେ ଏହି ସୋ’ ଦେଖିବା ପରେ ତାଙ୍କୁ ମଡେଲ୍ ହେବାର ଇଚ୍ଛା ହୋଇଥିଲା। ଏହି ସୋ’ର ପ୍ରଥମ ଭାଗରେ ତାଙ୍କ ଘରେ କେବୁଲ୍ ନଥିଲା ଏବଂ ଦ୍ୱିତୀୟ ଭାଗ ବେଳକୁ ସେ ନିଜ ବାପା ମାଆଙ୍କ ସହ ବସି ଏହି ସୋ’ ଦେଖୁଥିଲେ ବୋଲି ଜଣାଇଛନ୍ତି। ରୀୟାଙ୍କ ବାପା ଜଣେ ଦର୍ଜି। ରୀୟା ଜଣେ ଭଲ ବେଲ୍ ଡ୍ୟାନ୍ସର ମଧ୍ୟ।
ସେହିପରି ଦ୍ୱିତୀୟ ଫାଇନାଲିଷ୍ଟ୍ ସବିତା ମାଣ୍ଡୁ କାଠମାଣ୍ଡୁର ଝିଅ। ତାଙ୍କ ବୟସ ୨୨ ବର୍ଷ। ତୃତୀୟ ଫାଇନାଲିଷ୍ଟ୍ ସ୍ୱେତା ରାଜଙ୍କ ବୟସ ୨୧ ବର୍ଷ। ସେ ହିମାଳଚ ପ୍ରଦେଶର ଝିଅ।