ଜାଣନ୍ତୁ ହିନ୍ଦୁ ଧର୍ମରେ କେଉଁ ସମୟରେ ନମସ୍କାର କରିବା ପାଇଁ ରହିଛି ବାରଣ, ବୟୋଜ୍ୟେଷ୍ଠଙ୍କୁ ଦେଖିଲେ ବି ଏହି ସମୟରେ ନମସ୍କାର ମନା

ନିଜ ପରିବାର ଲୋକରୁ ନେଇ ଘରକୁ କେହି ବୟୋଜ୍ୟେଷ୍ଠ ପରିଚିତ ବ୍ୟକ୍ତି ଆସିଲେ କିମ୍ବା କେଉଁଠି ଭେଟ ହୋଇଗଲେ ନମସ୍କାର କରିବାର ପ୍ରଥା ଆମ ହିନ୍ଦୁ ଧର୍ମରେ ରହିଛି। ସାମ୍ନା ଲୋକକୁ ନମସ୍କାର କରିବା ସମୟରେ ଆମେ ଯେତିକି ମଥା ତଳକୁ କରନ୍ତି, କଣ୍ଠରେ ଯେତିକି ବିନମ୍ରତା ଥାଏ ତାହା ଆମକୁ ସେହି ପରିମାଣରେ ମାର୍ଜିତ କରି ଗଢ଼ି ତୋଳେ। ନମସ୍କାର ହେଉଛି ହିନ୍ଦୁ ଧର୍ମର ଏକ ଉତ୍ତମ ସଂସ୍କାର। ମାତ୍ର ଯେଉଁ ଶାସ୍ତ୍ରରେ ନମସ୍କାର କରିବା ପାଇଁ କୁହାଯାଇଛି ସେହି ଶାସ୍ତ୍ରରେ କେତେକ ସମୟରେ ନମସ୍କାର ନ କରିବା ପାଇଁ ମଧ୍ୟ କୁହାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ନମସ୍କାର କରିବା ନେଇ ରହିଛି ବାରଣ।

ଯଦି ଆପଣ କେଉଁ ମନ୍ଦିର କିମ୍ବା ଦେବସ୍ଥାନରେ ଅଛନ୍ତି ତେବେ ସେଠାରେ କାହାକୁ ବି ନମସ୍କାର କରନ୍ତୁ ନାହିଁ। ବିଶ୍ୱାସ କରାଯାଏ ସବୁ ନମସ୍କାର ଭଗବାନଙ୍କର। ତେଣୁ ଭଗବାନଙ୍କ ସ୍ଥାନରେ ରହି କେଉଁ ବ୍ୟକ୍ତିକୁ ନମସ୍କାର କରିବା ଭଗବାନଙ୍କ ପ୍ରତି ଅପମାନ ହୋଇଥାଏ। ଦେବସ୍ଥାନରୁ ବାହାରକୁ ଆସିଲେ ଆପଣ ନମସ୍କାର କରିପାରନ୍ତି।

ଖାଉଥିବ ସମୟରେ କିମ୍ବା ଖାଇବା ଅଧାରୁ ଛାଡ଼ି କାହାକୁ ନମସ୍କାର କରନ୍ତୁ ନାହିଁ। ଅନ୍ନରେ ମାଆ ଲକ୍ଷ୍ମୀ ଥାଆନ୍ତି। ଅନ୍ନ ତ୍ୟାଗ କରି କିମ୍ବା ଅଧାରୁ ହାତ କାହାକୁ ନମସ୍କାର କରିବା ଦ୍ୱାରା ମାଆଙ୍କର ଅପମାନ ହୋଇଥାଏ। ତେବେ ମନେ ରଖନ୍ତୁ ଯେ ଆପଣ ନିଜେ ଖାଉଥିଲେ କିମ୍ବା କେହି ଖାଉଥିବା ବ୍ୟକ୍ତିକୁ କେବେ ନମସ୍କାର କରନ୍ତୁ ନାହିଁ।

ମୃତ କାର୍ଯ୍ୟରେ ମଧ୍ୟ ନମସ୍କାର କରିବା ପାଇଁ ବାରଣ କରାଯାଇଛି। ଶବଯାତ୍ରା ସମୟରେ ଶବ ଛୁଇଁଥିବା ସମସ୍ତ ଲୋକ ଙ୍କୁ ନମସ୍କାର କରିବା ପାଇଁ ବାରଣ ରହିଛି। କେବଳ ଶବଯାତ୍ରା ସମୟରେ ନୁହେଁ ପୂରା ସୁଦ୍ଧି କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସଂପର୍କୀୟଙ୍କୁ ନମସ୍କାର କରିବା ମନା। ବିଶ୍ୱାସ କରାଯାଏ ଯେ ସେହି ସମୟରେ ମୁଣ୍ଡ ଝୁକାଇଲେ ଆତ୍ମା କବଳିତ କରିପାରେ।

ନିଜ ବାହାଘର ସମୟରେ ବି ବର-କନ୍ୟାଙ୍କୁ ନମସ୍କାର କରିବା ନେଇ ବାରଣ ରହିଛି। ହିନ୍ଦୁ ଧର୍ମରେ ବିଶ୍ୱରାସ ରହିଛି ଯେ ବିବାହ ସମୟରେ ସେ ଦୁହେଁ ଶଙ୍କର-ପାର୍ବତୀଙ୍କ ରୂପରେ ଥାଆନ୍ତି। ତେଣୁ ବରକନ୍ୟାଙ୍କୁ ନମସ୍କାର କରିବା ମନା।

ସମ୍ବନ୍ଧିତ ଖବର