କୁଲୁ ଘାଟିରେ ଦେଖିବେ କେଉଁ ଧାର୍ମିକ ଏବଂ ଐତିହାସିକ ସ୍ଥଳ

ହିମାଚଳପ୍ରଦେଶର ପର୍ଯ୍ୟଟନ ପାଇଁ ଆସିଛନ୍ତି ଏବଂ କୁଲୁ ଘାଟି ନ ଦେଖି ଫେରିଯିବ ଏକଥା ତ ଆଦୌ ହୋଇ ନ ପାରେ । କୁଲୁ ଚଣ୍ଡିଗଡ-ମନାଲି ରାଜପଥ ନମ୍ବର ୨୧ରେ ପଡେ । ଏହା ଆସ୍ଥା, ରୋମାଞ୍ଚ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ସ୍ଥଳ । କୁଲୁ ଘାଟିର ଏକ ମନୋହର ସ୍ଥାନ ହେଲା ପଡୋହ ବନ୍ଧ । ଏହା ଦେଖିବା ପରେ ଓଟ ନାମକ ସ୍ଥାନରେ ଆପଣ ଭ୍ରମଣ କରିପାରିବେ । ଏଠାରୁୁ ପ୍ରାୟ ପାଞ୍ଚ କିଲୋମିଟର ଯିବା ପରେ ପଡେ ଏକ ହ୍ରଦ, ଯାହାର ନାଆଁ ହେଲା, ସରଜୁଲସ । ଏହି ଦ୍ରଦକୁ ପରିଷ୍କାର ରଖିବାକୁ ପକ୍ଷୀମାନେ ବେଶ୍‌ ତତ୍ପର । ସେମାନେ ଏହି ହ୍ରଦରେ ପତ୍ରଟିଏ ବି ପଡିଲେ ତା’କୁ ନିଜ ଥଣ୍ଟରେ ନେଇ ବାହାରେ ପକାଇ ଦିଅନ୍ତି । ଏହି ଦୃଶ୍ୟ ଦେଖିଲେ ଯେଯ କେହି ବିସ୍ମିତ ହେବ ।

କଜୌରା ଡ୍ୟାମ୍‌ର ସୀମା ଟପିବା ପରେ କୁଲୁ ପଡ଼େ । କଜୌରାରେ ଅଷ୍ଟମ ଶତାଦ୍ଦୀ ନିର୍ମିତ ବନେଶ୍ୱର ମନ୍ଦିର ରହିଛି । ଏହାର ଶିଳ୍ପ ମନୋମୁଗ୍ଧକର । ଏଠାରୁ ଦୁଇଟି ରାସ୍ତା ଅଛିି । ଏଥିରୁ ଗୋଟିଏ ରାଷ୍ଟ୍ରୀୟ ରାଜ ପଥ ୨୧କୁ ଯାଇଛି ଓ ଅନ୍ୟଟି ବ୍ୟାସ ନଦୀ ପାର ହୋଇ ମନିକର୍ଣ୍ଣ ରେ ପହଞ୍ଚିପାରିବେ ।ଏଠାରୁ ପ୍ରାୟ ଷୋହଳ କିଲୋମିଟର ଦୂରକୁ ଗଲେ ପଡେ ଧାର୍ମିକ ପୀଠ ମନିକର୍ଣ୍ଣ । ଏହା ହିନ୍ଦୁ ଓ ଶିଖ୍‌ ମାନଙ୍କର ଏକ ପ୍ରଧାନ ତୀର୍ଥସ୍ଥଳ । ସେଠାରୁ ବହୁଥିବା ପାହାଡ଼ିଆ ନଦୀ ଓ ପ୍ରାକୃତିକ ରୋମାଞ୍ଚକର ମଜା ନିଆଯାଇପାରେ । ମନିକର୍ଣ୍ଣ ଠାରୁ ଆଗକୁ ଗଲେ ପଡ଼େ ଖୀରଗଙ୍ଗା, ଯାହା ପର୍ଯ୍ୟଟକ ମାନଙ୍କର ପ୍ରିୟ ସ୍ଥଳ ।

photo-kulutourism.com

ଜାତୀୟ ରାଜପଥ-୨୧ ରେ ଯାତ୍ରା କଲେ ଐତିହାସିକ ମୈଦାନ ଢାଲପୁର ଦେଇ ଯିବାକୁ ପଡ଼େ । ଏଠାରେ ଦଶହରା ଉତ୍ସବ ବେଶ୍‌ ପ୍ରସିଦ୍ଧ । ଏହି ଦଶହରାର ବିଶେଷତ୍ୱ ହେଲାଯେ ରାମାୟଣ ସହିତ କୌଣସି ସଂପର୍କ ନାହିଁ । ସାରା ଦେଶରେ ଯେତେବେଳେ ଦଶହରା ସରିଯାଏ, ତା’ପର ସାତ ଦିନ ଏଠାରେ ଚାଲିଥାଏ । ଦଶହରାରେ ଭଗବାନ ରଘୁନାଥ ହେଉଛନ୍ତି ମୁଖ୍ୟ ଆକର୍ଷଣ । କୁଲୁଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରାମଶିଳା ନାମକ ଏକ ସ୍ଥାନ ଅଛିି । ଏଠାରୁ ପ୍ରାୟ ସତର କିଲୋମିଟର ଦୂରରେ ‘ ବିଜଲି ମହାଦେବ’ ଙ୍କ ମନ୍ଦିର ରହିଛି । ଏହା ଏକ ବିସ୍ମୟ ଜନକ ମନ୍ଦିର ।

ଏହା ସମୁଦ୍ର ପତନ ଠାରୁ ପ୍ରାୟ ୨୬୪୦ ମିଟର ଉଚ୍ଚରେ ଅବସ୍ଥିତ । ଏହି ମନ୍ଦିର ପରିସରରୁ ଆପଣ କୁଲୁ ଘାଟିର ଶୋଭା ଦର୍ଶନ କରିପାରିବେ । ସେଠାରୁ ଷୋହଳ କିଲୋମିଟର ଆଗକୁ ଗଲେ ‘ ରାୟସନ’ ନାମକ ସ୍ଥାନ ପଡ଼େ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଆରାମ କରିବାର ପ୍ରକୃଷ୍ଟ ସ୍ଥଳ । ବ୍ୟାସନଦୀ କୂଳରେ ଏହି ସ୍ଥାନ ଅବସ୍ଥିତ । ତଲିକୁଲରେ ପହଞ୍ଚିବା ପରେ ଆପଣଙ୍କୁ ଥରେ ପୁଣି ବ୍ୟାସନଦୀ ପାର ହୋଇ ପାଞ୍ଚ କିଲୋମିଟର ଦୂର ଯାଏଁ ଯାତ୍ରା କରିବାକୁ ପଡିବ, ଯେଉଁଠାରେ ପଡିବ ଐତିହାସିକ ସ୍ଥଳ ନଗର । କୁହାଯାଏ ଏହି ଏଠାରେ ମହର୍ଷି ବ୍ୟାସଙ୍କ ପରାମର୍ଶ କ୍ରମେ ଅର୍ଜୁନ ପଶୁପତି ଅସ୍ତ୍ର ପ୍ରାପ୍ତ କରିବା ପାଇଁ ତପସ୍ୟା କରିଥିଲେ । ସେଠାରୁ ଆଗକୁ ୪ ରୁ ୫ କିଲୋମିଟରର ଯାତ୍ରା କରିବା ପରେ ମନାଲିରେ ପହଞ୍ଚିବାକୁ ପଡିଥାଏ ।

ସମ୍ବନ୍ଧିତ ଖବର