କେରଳର ଏହିସବୁ ପଯ୍ୟଟନସ୍ଥଳୀ ଦେଖିବାକୁ ଭୁଲନ୍ତୁ ନାହିଁ
କେରଳରେ ଅନେକ ପ୍ରାକୃତିକ ପଯ୍ୟଟନସ୍ଥଳୀ ରହିଛି। ଆସନ୍ତୁ ସେସଂପର୍କରେ ଜାଣିବା
ଜେଓ୍ଵିସ୍ ସିନଗ୍:- ୧୫୬୮ ମସିହାରେ ନିର୍ମିତ ହୋଇଥିବା ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ।ଏହାର ନିର୍ମାଣ ଶୈଳୀ ଓ ଏଥିରେ ଚାଇନିଜ୍ଟାଇଲ୍ ଓ ବେଲିଜିଆନ୍ କାରୁକାର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।
‘ଚେରାଇ ବିଚ୍’:-୧୩୪୧ରେ ସଂଗଠିତ ମହାବନ୍ୟା ପରେ ବିପନ ଦ୍ୱୀପ ସ୍ଥାପିତ ହୋଇଥିଲା।ଏହାର ଦୈର୍ଘ୍ୟ ପ୍ରାୟ ୨୫ କିଲୋମିଟର ଏବଂ ପ୍ରସ୍ଥ ଦୁଇ କିଲୋମିଟର।
ମାରାଇନ୍ ଡ୍ରାଇଭ୍:- ଏହା କେରଳ ପର୍ଯ୍ୟଟନର ଅନ୍ୟତମ ସୌନ୍ଦର୍ଯ୍ୟମୟ ଅଙ୍ଗ।ଏହାକୁ ‘ସନ୍ମୁଗମ୍ ରୋଡ଼୍’ବୋଲି ମଧ୍ୟ କୁହାଯାଇଥାଏ।ଏଠାକାର ମାରାଇନ୍ ଓ୍ଵାକ୍ ସବୁଠୁଁ ବେଶି ଆକର୍ଷଣୀୟ।ଏଠାକାର ବନ୍ଦର ମଧ୍ୟ ଖୁବ୍ ସଦୃଶ୍ୟ।ରାତିରେ ବିଭିନ୍ନ ଜଳଜାହାଜର ଲାଇଟିଂ ମାରାଇନ୍ ଡ୍ରାଇଭ୍କୁ ଅଧିକ ଲୋଭନୀୟ କରିଥାଏ।
ସାନ୍ତାକ୍ରୁଜ୍ କାଥେ ଡ୍ରାଲ୍ ବାସିଲାକା:- ଏହା ଫୋଟ୍ର୍କୋଚି ରେ ଅବସ୍ଥିତ।ଏହାକୁ ଭାରତର ଶ୍ରେଷ୍ଠ ଆଠଟି ବାସିଲାକା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ।ଏହି ଗୀର୍ଜା ଭାରତର ଅନ୍ୟତମ ସୁନ୍ଦର ଓ ପ୍ରଭାବଶାଳୀ ଗୀର୍ଜାର ମାନ୍ୟତା ପାଇଛି।ଏହି ଗୀର୍ଜାରେ କେରଳୀୟ ସଂସ୍କୃତିର ଛାପ ଦେଖିବାକୁ ମିଳେ।ବର୍ଷସାରା ଏଠାକୁ ପର୍ଯ୍ୟଟକମାନେ ଆସିଥା’ନ୍ତି।ଉଭୟ ଧାର୍ମିକ ଓ ଐତିହାସିକ ଦୃଷ୍ଟିକୋଣରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି।ଏହି ଗୀର୍ଜାର ନିର୍ମାଣ ଶୈଳୀ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଫୋଟ୍ର୍କୋଚି :- ୧୩୪୧ର ବନ୍ୟା ବିଭୀଷିକାରେ ଏହା ତିଆରି ହୋଇଥିଲା।ଏଠାରେ ବିଶ୍ୱର ଏକ ପ୍ରାକୃତିକ ବନ୍ଦର ରହିଛି। ଏଠାରେ ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜ୍ ମାନେ ରହିବା ପରେ ପ୍ରଥମରୁ ୟୁରୋପୀୟ ସହରର ପ୍ରତିଷ୍ଠା ହୋଇଥିଲା।ଏହି କାରଣରୁ ଫୋଟ୍ର୍କୋଚି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି।
ମାଟ୍ଟାନଚେରୀ ପ୍ୟାଲେସ୍:- ଏହା କେରଳର ଏର୍ଣ୍ଣାକୁଲମ୍ ଠାରୁ ମାତ୍ର ବାର କିଲୋମିଟର ଦୂରରେ ଅବସ୍ଥିତ।ଏହାର ନିକଟତମ ବିମାନବନ୍ଦର ହେଲା ନେଡ଼ୁମ୍ବାସେରୀ ଆନ୍ତର୍ଜାତୀୟ ବିମାନବନ୍ଦର।ଏହା ପର୍ତ୍ତୁଗୀଜ୍ କଳାକୃତିର ଏକ ପୁରାତନ ଉଦାହରଣ।ଏହାର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି।
କାଡ଼ନାଡ଼ ହାତୀ ଅଭୟାରଣ୍ୟ:- ଏହା କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଏକ ନଦୀତଟବର୍ତ୍ତୀ ଏକ ଗ୍ରାମରେ ଅବସ୍ଥିତ।ଏହା ଏକ ଲୋକପ୍ରିୟ ପିକ୍ନିକ୍ ସ୍ପଟ୍।ଏହା କେରର ଏକ ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳ ମଧ୍ୟ ।କୋଡ଼ାନ୍ ହାତୀ ଅଭୟାରଣ୍ୟ କେରଳର ଏକମାତ୍ର ହାତୀ ସଂରକ୍ଷଣ ପ୍ରଶିକ୍ଷଣ କେନ୍ଦ୍ର।ଜଙ୍ଗଲରୁ ହାତୀଛୁଆ ମାନଙ୍କୁ ଉଦ୍ଧାର କରାଯାଇ ଏଠାରେ ସଂରକ୍ଷିତ ଅବସ୍ଥାରେ ରଖାଯାଉଛି। ହାତୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।
ଏଜାଟ୍ଟୁମୁଗମ୍ ପ୍ରାକୃତିକ ଗ୍ରାମ:- ଏହା କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ଅବସ୍ଥିତ ଏକ ବିଶିଷ୍ଟ ଗ୍ରାମ।କୋଚିନ୍ଠାରୁ ଏହାର ଦୂରତ୍ୱ ୪୦ କିଲୋମିଟର ହୋଇଥିବାବେଳେ କୋଚି ବିମାନବନ୍ଦରରୁ ଏହାର ଦୂରତା ହେଉଛି ମାତ୍ର ୧୧ କିଲୋମିଟର ୮ଶହ ମିଟର।
ତିରୁବନନ୍ତପୁରମ୍:- ଏହା କେରଳ ରାଜ୍ୟର ରାଜଧାନୀ ପୂର୍ବରୁ ଏହାର ନାମ ଥିଲା ତ୍ରିଭାନ୍ଦ୍ରମ୍। ଏହା ତିରୁବନନ୍ତପୁରମ୍ ଜିଲ୍ଲାରେ ଅବସ୍ଥିତ।ଏହା େଓ୍ଵଷ୍ଟକୋଷ୍ଟ୍ରେ ଅବସ୍ଥିତ।ମହାତ୍ମାଗାନ୍ଧି ଏହି ସହରକୁ ‘ଏଭରଗ୍ରୀନ୍ ସିଟି’ବୋଲି ଆଖ୍ୟା ଦେଇଥିଲେ। ଏଠାରେ ସମୁଦ୍ରତଟବର୍ତ୍ତୀ ପର୍ବତ ଓ ମାର୍କେଟ୍ ବେଶ୍ ଆକର୍ଷଣୀୟ ଥାଏ।ଏଠାରେ ସମୁଦ୍ରତଟବର୍ତ୍ତୀ ପର୍ବତ ଓ ମାର୍କେଟ୍ ବେଶ୍ ଆକର୍ଷଣୀୟ।
ତ୍ରିଶୂର:- ଏହାକୁ କେରଳର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଇଥାଏ।ଏଠାରେ ସାଂସ୍କୃତିକ,ଆଧ୍ୟାତ୍ମିକ ଓ ଧାର୍ମିକ ଐତିହ ସବୁ ଦେଖିବାକୁ ମିଳେ। ଏଠାରେ କେରଳ ସଙ୍ଗୀତ ନାଟକ ଏକାଡ଼େମୀ କେରଳ ଲଳିତକଳା ଏକାଡ଼େମୀ ଓ କେରଳ ଆୟୋଜିତ ତ୍ରିଶୂର ପୁରମ୍ ଫେଷ୍ଟିଭାଲ୍ ବେଶ୍ ପ୍ରସିଦ୍ଧ।ଏହା କେରଳର ସବୁଠୁଁ ରଙ୍ଗମୟ ଓ ଲୋକପ୍ରିୟ ମନ୍ଦିର ଉତ୍ସବ ବୋଲି ପରିଗଣିତ।
ଆନାକ୍ୟାୟମ୍:- କେରଳର ଶୋଲାୟାର୍ ଠୁଁ ପେରିନଙ୍ଗଲକୁଥୁ ରାସ୍ତାରେ ଯିବାବେଳେ ଆନାକ୍ୟାୟମ୍ ପଡ଼େ।ଏହା ହ୍ରଦ ପାଇଁ ପ୍ରସିଦ୍ଧ।ଏଠାରେ ଏକ ଜଳପ୍ରପାଦ ମଧ୍ୟ ଅଛି।ପ୍ରାକୃତିକ ଓ ଜଳପ୍ରେମୀ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ।