ଏହି ସ୍ଥାନକୁ ଭ୍ରମଣରେ ଗଲେ ମିଳିବ ୪୦ ଲକ୍ଷ ଟଙ୍କାର ପ୍ୟାକେଜ

0 498

ଆଜିକାଲି ଅଧିକାଂଶ ଲୋକ ନିଜର ରୋଜଗାରକୁ ବହୁଗୁଣା କରିବାକୁ ଚାହଁଛନ୍ତି। ହଁ ଯଦି ଆପଣଙ୍କୁ ଏଭଳି ଚାକିରି ମିଳେ,ଯେଉଁଥିରେ ଆପଣଙ୍କୁ ଭ୍ରମଣ ପାଇଁ ବି ଦରମା ମିଳିବ,ତେବେ କେମିତି ହେବ! ହଁ ଭ୍ରମଣ ପାଇଁ ଓ ଏକ ଜାଗାର ପ୍ରମୋସନ ପାଇଁ ଆପଣଙ୍କୁ ମିଳିବ ୪୦ ଲକ୍ଷ ଟଙ୍କାର ପ୍ୟାକେଜ୍‌।
ଏହି ସ୍ଥାନ ହେଲା ମେକ୍‌ସିକୋର କୈନ୍‌କୁନ୍‌ ।ଏଠାରେ ଛଅ ମାସ ରହିଲେ ଷାଠିଏ ହଜାର ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କାର ଚାକିରି ଦିଆଯିବ ବୋଲି ଏକ ଟୁରିଷ୍ଟ ଓ୍ଵବ୍‌ ସାଇଟ୍‌ରେ ଦର୍ଶାଯାଇଛି। ଏହି ଚାକିରି ପାଇଥିବା ଲୋକେ କେବଳ ସେହି ସହରର ପର୍ଯ୍ୟଟନକୁ ପ୍ରମୋସନ୍‌ କାର୍ଯ୍ୟରେ ଲାଗିବେ। ତା’ଛଡ଼ା ସେମାନେ କୈନ୍‌କୁନ୍‌ ସହରରେ ଥିବା ହୋଟେଲ,ରେସ୍ତୁରାଁ ଓ ଭିନ୍ନ ଭିନ୍ନ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ନିଜର ଅନୁଭବ ଲୋକଙ୍କ ଆଗରେ ବଖାଣିବେ।

Panda Mobile only

ଏହିଚାକିରିରେ ଦରମା ବ୍ୟତୀତ ସହରରେ ରହିବା ସମୟରେ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବି ବହନ କରିବ ଓ୍ଵବ୍‌ସାଇଟ୍‌। ଏହି ଚାକିରି ପାଇଁ କୌଣସି ପୂର୍ବ ଅଭିଜ୍ଞତାର ଆବଶ୍ୟକତା ନାହିଁ । ଏପରିକି କୌଣସି ଡିଗ୍ରି ବା ଡ଼ିପ୍ଲୋମା ବା ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ତେବେ ନିଯୁକ୍ତ ଦାତାଙ୍କର ମନମୁତାବକ କାମ କରିବାକୁ ହେବ। ଏହି ଚାକିରି ଚଳିତ ମାସରେ ଶେଷ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.