କମ୍‌ ଖର୍ଚ୍ଚରେ ବୁଲିବାକୁ ଚାହୁଁଛନ୍ତି ତ, ଯାଆନ୍ତୁ ଏହି ଦେଶକୁ , ଏଠାରେ ୧ ଟଙ୍କାରେ ଆପଣଙ୍କୁ ମିଳିବ ବହୁତ କିଛି!

ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି ଦେଶର ବିଦେଶ ଯାତ୍ରା ଯାଇଥିବାବେଳେ ଇଣ୍ଡୋନେସିଆକୁ ବି ଯାତ୍ରା କରିଛନ୍ତି। ତେବେ ଇଣ୍ଡୋନେସିଆ ହେଉଛି ସବୁଠୁଁ ବଡ଼ ମୁସ୍‌ଲିମ୍‌ ବହୁଳ ଦେଶ , ଯେଉଁଠାରେ କି ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ରତଟ ପର୍ଯ୍ୟନ୍ତ ଏବଂ ଜ୍ୱଳାମୁଖୀଠୁଁ ନେଇ ପ୍ରାଚୀନ ମନ୍ଦିର ଯାଏଁ ସବୁ ଦେଖିବାକୁ ମିଳେ।ଏହି କାରଣରୁ ପର୍ଯ୍ୟଟକଙ୍କ ଲାଗି ଏହା କୌଣସି ସ୍ୱର୍ଗ ଠାରୁ ବି କମ୍‌ ହୋଇନଥାଏ।

ଆଉ ଯଦି ଆମେ ଭାରତୀୟଙ୍କ କଥା କହିବା ତ ,ତେବେ ମନ୍ଦିର କାରଣକୁ ନେଇ ଇଣ୍ଡୋନେସିଆ ପର୍ଯ୍ୟଟନ ସ୍ଥଳ ଭାରତୀୟଙ୍କର ଅତି ପ୍ରିୟ ଅଟେ। କେବଳ ଯେ ଏହା ତାହା ନୁହେଁ ବରଂ ଭାରତୀୟମାନେ ଏଠାରେ ସେମାନଙ୍କର ଛୁଟି କଟାଇବାର ଯୋଜନା ବି କରିପାରନ୍ତି!ଏହାର କାରଣ ହେଉଛି ଏଇଆ ଯେ ଭାରତୀୟ ୧ଟଙ୍କାର ମୂଲ୍ୟ ସହିତ ଇଂଣ୍ଡୋନେସିଆର ୨୦୫.୯୪ ଟଙ୍କା ସହିତ ସମାନ ଅଟେ।ଏହାସହିତ ଏଠାରେ ସପିଂ କରିବା ବି ବହୁତ ଶସ୍ତା ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଇଣ୍ଡୋନେସିଆର ଏମିତି କିଛି ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବୁ,ଯେଉଁଠାରେ କି ଆପଣ ଯାତ୍ରା କରିବାର ମଜା ନେଇପାରିବେ!
୧-ଇଣ୍ଡୋନେସିଆର ନାମ ନେବା ମାତ୍ରକେ ପ୍ରଥମତଃ ବାଲିର ନାମ ଆସିଥାଏ। କାରଣ ଏଠାକାର ସମୂଦ୍ର ତଟର ସୌନ୍ଦର୍ଯ୍ୟ ସାରା ଦୁନିଆର ଲୋକଙ୍କ ଲାଗି ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ମନ୍ଦିର ବ୍ୟତୀତ ଆପଣ ମଧ୍ୟ ଏଠାକାର ସାହାସିକ ଖେଳର ବି ମଜା ନେଇ ପାରିବେ।
୨-ଦ୍ୱିତୀୟତଃ ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ବି ପର୍ଯ୍ୟଟନସ୍ଥଳୀ ଭାବରେ ବେଶ୍‌ ପ୍ରସିଦ୍ଧ ଅଟେ। ତେଣୁ ଯଦି ଆପଣ ଜାକର୍ତାର ସଂସ୍କୃତି ଓ ପରମ୍ପରା ଦେଖିବାକୁ ଚାହଁଥାଆନ୍ତି ତ,ତେବେ ଆପଣଙ୍କ ଲାଗି ଇଂଣ୍ଡୋନେସିଆ ହିଁ ସବୁଠୁଁ ଭଲ ପର୍ଯ୍ୟଟକ ସ୍ଥଳୀ ଅଟେ।
୩-ଏଥିସହିତ ଆପଣଙ୍କୁ ଯଦି ନାଇଟ୍‌ ଲାଇଫ୍‌ ପସନ୍ଦ ଥାଏ,ତେବେ ଆପଣ ନିହାତି ଭାବରେ ଇଂଣ୍ଡୋନେସିଆର‘କୁତା’କୁ ଯାଆନ୍ତୁ। ଏଠାରେ ନାଇଟ୍‌ଲାଇଫ୍‌ ଭିତରେ ଆପଣଙ୍କୁ ଏମିତି କିଛି ବିଚ୍‌ ମିଳିଯିବେ,ଯାହାଙ୍କ ସହିତ ଆପଣ ମସ୍ତି ମଧ୍ୟ କରିପାରିବେ।

photo-times higher education

୪-ଏତଦ୍‌ବ୍ୟତୀତ ଆପଣ ଯଦି ଏଠାକାର ମନ୍ଦିର ଓ ମ୍ୟୁଜିୟମ୍‌ ଦେଖିବାକୁ ଚାହୁଁଥାଆନ୍ତି ତେବେ ‘ଡ଼େନପାସର୍‌’ ବୁଲିବାକୁ ନିଶ୍ଚିତ ରୂପରେ
ଯାଆନ୍ତୁ। ଏଠାରେ ଆପଣଙ୍କୁ ଅନେକ ପ୍ରାଚୀନ ମନ୍ଦିର ଏବଂ ମ୍ୟୁଜିୟମ୍‌ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର