ଥାଇଲାଣ୍ଡ ଯାଉଛନ୍ତି ତ ଭୁଲନ୍ତୁ ନାହିଁ ଏସବୁ ସ୍ଥାନ ଦେଖିବାକୁ

ଥାଇଲାଣ୍ଡ ଏକ ମନୋରମ ଦେଶ । ଏହାର ରାଜଧାନୀ ବ୍ୟାଙ୍କକ୍‌ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏଠାକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସି ଥାଆନ୍ତି। ଥାଇଲାଣ୍ଡ ଭ୍ରମଣ ମାନେ ଅଧିକାଂଶ ପର୍ଯ୍ୟଟକ ବୁଝନ୍ତି ବ୍ୟାଙ୍କ୍‌ ପର୍ଯ୍ୟଟନ। କିନ୍ତୁ ମନେ ରଖିବା ଉଚିତ ବ୍ୟାଙ୍କକ ଏହାର ରାଜଧାନୀ ହୋଇଥିଲେ ମଧ୍ୟ ଏହି ଦେଶରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ରହିଛି । ଆସନ୍ତୁ ନଜର ପକାଇବା ଏଭଳି ଆକର୍ଷଣୀୟ ସ୍ଥାନ ଗୁଡିକ ଉପରେ….

ଟଂ ଟ୍ରି ଟପ୍‌ ଆଡ୍‌ଭେଞ୍ଚର ପାର୍କ: ଯଦି ଆପଣ ରୋମାଞ୍ଚରେ ବିଶ୍ୱାସ କରୁଥାଆନ୍ତି, ତେବେ ଏହି ସ୍ଥାନ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ । ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଏହି ପାର୍କରେ କିଛି ସମୟ ବୁଲିଲେ ଆପଣ ନିଜକୁ ଟାର୍ଜନ ବୋଲି ମନେ କରିବେ । ଏଠାରେ ଗଛମାନଙ୍କରେ ବାଇସାଇକେଲିଂର ସୁବିଧା ରହିଛି । ଯାହା ଏସିଆ ମହାଦେଶର ଅନ୍ୟତ୍ର କେଉଁଠି ବି ଦେଖିବାକୁ ମିଳେ ନାହିଁ । ଏତଦ୍‌ବ୍ୟତୀତ ଲମ୍ବା ଜିପ୍‌ ଲାଇନ୍‌, ରୋପ୍‌-ଟ୍ରିଜ୍‌ , ଟାର୍ଜନ୍‌ ସ୍ୱିଙ୍ଗ୍‌, ଫ୍ଲାଇଙ୍ଗି ସ୍କେଟ୍‌ ବୋର୍ଡ ଇତ୍ୟାଦି ମଧ୍ୟ ରହିଛି ।
ଫ୍ରା ନାଙ୍ଗ୍‌ ବିଚ୍‌ : ବିଶ୍ୱର ସର୍ବଶ୍ରେଷ୍ଠ ଦଶଟି ବିଚ୍‌ ମଧ୍ୟରେ ଏହାକୁ ସ୍ଥାନ ମିଳିଛି । ଏଥିରେ ଧଳାବାଲି ଦେଖିବାକୁ ମିଳେ । ଏହି ସ୍ଥାନଟି ଖୁବ୍‌ ଶାନ୍ତ ଓ ମନୋରମ ।

photo-thebackpackers.net_

ହୋଙ୍ଗ ଦ୍ୱୀପ୍‌ – ‘ ହୋଙ୍ଗ୍‌ ଦ୍ୱୀପ ’ ପ୍ରକୃତରେ ଏକ ଦ୍ୱୀପମାନଙ୍କର ସମୁହ । ଏଠାକାର ସ୍ନୋର୍କଲିଙ୍ଗ୍‌ ଓ ସ୍କୁବା ଡାଇଭିଂ ଖୁବ୍‌ ଲୋକପ୍ରିୟ ।
ରେଲ ବିଚ୍‌ : କ୍ରାବୀ ଓ ଏଓ ନାଙ୍ଗ୍‌ ମଧ୍ୟରେ ଡ଼ିବା ଏହା ଏକ ଛୋଟ ଦ୍ୱୀପ । ତିନିପଟେ ଜଳ ଓ ଗୋଟିଏ ପଟେ ଚୂନ ପଥରର ପାହାଡ଼ ପରିବେଷ୍ଠିତ ଏହି ବିଚ୍‌ କୁ ଆସିଲେ ପାହାଡ ଚଢିବାକୁ ଇଚ୍ଛା ହୁଏ ।
ଟାଇଗର କେବ୍‌ ମନ୍ଦିର: କାବ୍ରୀ ସହର ଠୁଁ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର । ଏଠାରେ ବୌଦ୍ଧ ଉପାସନା କେନ୍ଦ୍ର ରହିଛି । ମନ୍ଦିରରେ ପହଞ୍ଚିବା ପାଇଁ ୧୨୭୨ ଶିଡି ଚଢିବାକୁ ପଡେ ।
ଟୁପ୍‌ ଆଇଲାଣ୍ଡ: ଏହା କାବ୍ରୀ ନିକଟସ୍ଥ ଏକ କ୍ଷୁଦ୍ର ଦ୍ୱୀପ । ଏଠାକାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ।
ଏମରଲଡ୍‌ ପୁଲ୍‌: ଏଠାରେ ଆପଣ ଗରମ ଜଳରେ ମଧ୍ୟ ସନ୍ତରଣ କରି ପାରିବେ । ଥାଇଲାଣ୍ଡର ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାକୁ ହେଲେ ଆପଣଙ୍କୁ କ୍ରାବିରେ ଥିବା ଅନ୍ତରାଷ୍ଟ୍ରୀୟ ବିମାନଘାଟିରେ ପହଞ୍ଚିବାକୁ ପଡିବ ।

photo-pinimg.com_.

ପଟ୍ଟାୟା: ଏହା ହେଉଛି ଥାଇଲାଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର । ଏହାର ସମୁଦ୍ରତଟ ଅତ୍ୟନ୍ତ ମନୋରମ । ଏଠାରେ ରାତି ମଧ୍ୟ ବେଶ୍‌ ମନଲୋଭା । କେବଳ ପଟ୍ଟାୟା ର ପର୍ଯ୍ୟଟନ କରିବା ଲୋଭରେ ସାରା ବିଶ୍ୱରୁ ପ୍ରତି ବର୍ଷ ପ୍ରାୟ ୫ ମିଲିଅନ୍‌ ପର୍ଯ୍ୟଟକ ଥାଇଲାଣ୍ଡରେ ପହଞ୍ଚି ଥାଆନ୍ତି ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର