ଭ୍ରମଣରେ ଯିବା ପୂର୍ବରୁ କରନ୍ତୁ ଏହିସବୁ କାମ ,ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି !

ବର୍ତ୍ତମାନ ଭ୍ରମଣ ଋତୁ ଚାଲିଛି। ଏଣୁ ଆପଣ କେଉଁ ସ୍ଥାନକୁ ଭ୍ରମଣ କରିବା ଲାଗି ବାହାରିବା ଆଗରୁ ଟିକେ ସତର୍କ ରହିଲେ ଅସୁବିଧାରେ ପଡ଼ି ନ ପାରନ୍ତି। ଏଣୁ ପ୍ରଥମେ କେଉଁଠାକୁ ଯାଉଛନ୍ତି ତା’ ସଂପର୍କରେ ଯେତେ ଅଧିକ ତଥ୍ୟ ହାସଲ କରିପାରିବେ, ସେତେ ଭଲ,। ଏପରିକି ଯଦି କୌଣସି ବନ୍ଧୁ ସେହି ସ୍ଥାନ ବୁଲିବାକୁ ଯାଇଥାନ୍ତି, ତାଙ୍କଠୁଁ ମଧ୍ୟ ତଥ୍ୟ ହାସଲ କରିପାରନ୍ତି । ଏହା ଦ୍ୱାରା ଆପଣଙ୍କୁ ସେଠି ବେଶି ହଇରାଣ ହେବାକୁ ପଡିବ ନାହିଁ ।

photo-greencrest.com

କୌଣସି ସ୍ଥାନକୁ ଭ୍ରମଣରେ ଯିବା ପୂର୍ବରୁ ପ୍ଲାନିଙ୍ଗ ବହୁତ ଜରୁରୀ । ଯେଉଁଠାକୁ ଯାଉଛନ୍ତି, ସେଠାକାର ପରିବେଶ, ପାଣିପାଗ, ପିକ୍‌ସିଜିନ୍‌ ଆଦିକୁ ଲକ୍ଷ୍ୟ କରି ଯିବା ସମୟରେ ସ୍ଥିର କରନ୍ତୁ । ଯେଉଁ ସମରେ ସେଠାରେ ବେଶି ଭିଡ ହୁଏ, ସେହି ସମୟରେ ପ୍ରଥମ ଥର ଯାତ୍ରା ନ କରିବା ଭଲ । କାରଣ ପିକ୍‌ସିଜିନରେ ଟ୍ରେନ୍‌ ରିଜଭର୍ସନ, ଫ୍ଲାଇଟ୍‌, ହୋଟେଲ ବ ।ଟ୍ୟାକ୍ସି ଆଦି ବୁକିଂରେ ଲମ୍ବା ଲାଇନ୍‌ ଲାଗିଥାଏ । ଆପଣଙ୍କ ଏହି ଯୋଜନା ନିର୍ଦ୍ଧାରିତ ହେବା ପରେ ପ୍ୟାକିଙ୍ଗ କରନ୍ତୁ । ଅଯଥା ଏଣୁତେଣୁ ଜିନିଷ ନ ଦେବା ଉଚିତ । ତେବେ ଯାତ୍ରା ପାଇଁ ଔଷଧ, କ୍ୟାମେରା ଲାଗି ଏକ୍ସଟ୍ରା ମେମୋରିକାର୍ଡ, ବ୍ୟାଟେରୀ ଓ ଟଙ୍କା ଆଦି ନେବା ଭୁଲନ୍ତୁ ନାହିଁ ।

ଯଦି ଆପଣ ପ୍ରଥମ ଥର ପାଇଁ ଯାତ୍ରା କରୁଥାଆନ୍ତି, ତେବେ ଫ୍ଲାଇଟ୍‌ ବା ଟ୍ରେନ୍‌ର ଡିପାର୍ଚର ଟାଇମ୍‌ ପୂର୍ବରୁ ଷ୍ଟେସନ ବା ଏୟାରପୋର୍ଟରେ ପହଞ୍ଚିଯାଆନ୍ତୁ , କାରଣୁ ଟ୍ରାଫିକ୍‌ ଜାମ୍‌ ଓ ସିକ୍ୟୁରିଟ୍‌ କ୍ଲିଅରାନ୍ସରେ ସମୟ ଲାଗିହଯାଏ । ଏତଦ୍‌ବ୍ୟତୀତ ଆପଣ କାହାରିକୁ ଜଣାଇବାକୁ ଦିଅନ୍ତୁ ନାହିଁଯ ପ୍ରଥମ ଥର ପାଇଁ ଭ୍ରମଣରେ ବାହାରିଛନ୍ତି । ଏଥିପାଇଁ ମାନସିକ ସ୍ତରରେ ଶାନ୍ତ ଓ ପ୍ରସନ୍ନ ରହନ୍ତୁ ।

ସମ୍ବନ୍ଧିତ ଖବର