ନିଆରା ପରମ୍ପରା: ପ୍ରେମ ଏବଂ ସମ୍ମାନ ଜଣାଇବା ପାଇଁ ଫୋପାଡ଼ନ୍ତି ଛେପ

0 164

ଦୁନିଆରେ ସମସ୍ତଙ୍କୁ ପରସ୍ପର ସହ ପ୍ରେମ ଯୋଡ଼ି ରଖିଛି । ତେବେ ପ୍ରେମର ଅନେକ ରୂପ ଥିବା ସହ ଏହାକୁ ପରିପ୍ରକାଶ କରିବାର ଅନେକ ଭିନ୍ନ ଉପାୟ ରହିଛି । ପ୍ରେମିକ ପ୍ରେମିକା ପରସ୍ପର ମଧ୍ୟରେ ପ୍ରେମ ଆଦାନପ୍ରଦାନର ବିଭିନ୍ନ ରାସ୍ତା ଆପାଣାଇଥାନ୍ତି । ତେବେ ଆପଣ କେବେ ଶୁଣିଛନ୍ତି ଛେପ ଫୋପାଡ଼ି ପ୍ରେମ ଏବଂ ସମ୍ମାନ ଦେବା । ଆଜ୍ଞା ହଁ! କେନିଆର ତଞ୍ଜାନିଆରେ ସସାଇ ସମ୍ପ୍ରଦାୟର ଲୋକ ଛେପ ଫୋପାଡ଼ି ପରସ୍ପର ପ୍ରତି ପ୍ରେମ ପ୍ରକାଶ କରିଥାନ୍ତି ।

Wahgazab.com

ସାଧାରଣତଃ କାହାକୁ ଛେପ ଫୋପାଡ଼ିବାମାନେ ତାଙ୍କୁ ତିରସ୍କାର କିମ୍ବା ତାଙ୍କ ପ୍ରତି କ୍ରୋଧଭାବ ପ୍ରକାଶ କରିବା । କିନ୍ତୁ କେନିଆରେ ଏହି ସମ୍ପ୍ରଦାୟରେ ଛେପ ଫୋପାଡ଼ିବାମାନେ ସମ୍ମାନ ଏବଂ ଭଲ ପାଇବା ଦେବା । ଏଠାରେ ଲୋକମାନେ ହାତ ମିଶାଇବା ପୂର୍ବରୁ ପରସ୍ପରଙ୍କର ହାତକୁ ଛେପ ଫୋପାଡ଼ିଥାନ୍ତି । ଏପରି ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ସମ୍ମାନ ବଢ଼ିଥାଏ ବୋଲି ଭାବିଥାନ୍ତି ସେଠାକାର ଜନଜାତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା କି ନବଜାତ ଶିଶୁ ଏବଂ ବିବାହିତ ଦମ୍ପତି ଆଦିଙ୍କୁ ଶୁଭେଚ୍ଛା ଏବଂ ଆର୍ଶୀବାଦ ହେବା ପାଇଁ ହାତରେ ଛେପ ଫୋପାଡ଼ିଥାନ୍ତି । ଶିଶୁଙ୍କ ହାତରେ ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ଭାଗ୍ୟଭଲ ହେବା ସହ ଆୟୁଷ ବୃଦ୍ଧି ହୋଇଥାଏ ବୋଲି କହିଥାନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରେମ ଏବଂ ସମ୍ମାନ ଦେବା ପାଇଁ ଏହା ଦୁନିଆର ସବୁଠାରୁ ନିଆରା ନିୟମ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.