ନୂଆ ବ୍ୟବସ୍ଥା ଦ୍ୱାରା ଡିଟିଏଚ ବିଲ ମହଙ୍ଗା ହୋଇଛି, ଦର କମାଇବାକୁ ଉପାୟ ଖୋଜୁଛି ଟ୍ରାଇ

ନୂଆଦିଲ୍ଲୀ : ଭାରତୀୟ ଟେଲିକମ ନିୟାମକ (ଟ୍ରାଇ) ପକ୍ଷରୁ ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିବା ନୂଆ  ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କ କେବୁଲ ବା ଡିଟିଏଚ ବିଲ କମିବ କଣ ବଢିଯାଇଥିବା ଅଭିଯୋଗ ହେଉଛି । ଏହି ନୂଆ ବ୍ୟବସ୍ଥାକୁ ନେଇ ଦେଶବ୍ୟାପୀ ଉପଭୋକ୍ତାମାନେ ଆପତ୍ତି ଉଠାଇବାରୁ ଟ୍ରାଇର ଚେତା ପଶିଛି । ଟ୍ରାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ନୂଆ ବ୍ୟବସ୍ଥା ଆଶାନୁରୂପ କାମ କଲା ନାହିଁ । ଏଣୁ ଖୁବଶୀଘ୍ର ଏକ ନୂଆ କନସଲଟେସନ ପେପର ଆଣିବାକୁ ଟ୍ରାଇ ବିଚାର କରୁଛି । ଡିଟିଏଚ ଓ କେବୁଲ ବିଲ ହ୍ରାସ କରିବା ପାଇଁ କଣ କରାଯାଇପାରିବ ସେ ସଂପର୍କରେ ଏହା ମାଧ୍ୟମରେ ବିଚାର କରାଯିବ ।

ଟ୍ରାଇର ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ ଫଳରେ ଅନାବଶ୍ୟକ ଚ୍ୟାନେଲ ଲାଗି ଗ୍ରାହକମାନେ ପୂର୍ବରୁ ଦେଉଥିବା ଅର୍ଥ କମିଯିବା ଫଳରେ ମାସିକ ଡିଟିଏଚ ବା କେବୁଲ ଟିଭି ବଜେଟ କମିଯିବ  ବୋଲି ଦାବି କରାଯାଉଥିଲା । କିନ୍ତୁ ପ୍ରକୃତ ପକ୍ଷେ ମାସିକ ଦେୟ ଆଗ ଅପେକ୍ଷା ଆହୁରି ମହଙ୍ଗା ହୋଇଯାଇଛି ବୋଲି ଗ୍ରାହକମାନେ ଅଭିଯୋଗ କରୁଛନ୍ତି ।

ସମ୍ବନ୍ଧିତ ଖବର