ମୁମ୍ବାଇ: ମୁମ୍ବାଇର ଏକ ଆଞ୍ଚଳିକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଝିଅର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଝିଅ କାନରେ ଇୟରଫୋନ୍ ଲଗାଇଥିଲେ। ଅନ୍ୟମନସ୍କ ହୋଇ ଝିଅଟି ଚଳନ୍ତା ଟ୍ରେନର ଗେଟ୍ ରେ ଛିଡା ହୋଇଥିଲେ। ହଠାତ୍ ସେହି ଟ୍ରେନ୍ ପାଖରୁ ଆଉ ଏକ ଟ୍ରେନ୍ ଅତିକ୍ରମ କରେ। ପାଖରେ ପବନ ହେତୁ ଝିଅଟି ନିଜର ସନ୍ତୁଳନ ବଜାୟ ରଖିପାରିନ୍ତିନି। ସନ୍ତୁଳନ ବିଗିଡିବା ପରେ ଝିଅ ଜଣକ ଟ୍ରେନ୍ ରୁ ତଳକୁ ଖସିବାକୁ ଯାଉଥିବା ବେଳେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେତେବେଳେ ଜଣେ ଯୁବକ ତାଙ୍କୁ ଧରି ପକାନ୍ତି ଓ ପୂରା ଶକ୍ତି ଲଗାଇ ଟ୍ରେନ୍ ଭିତରକୁ ଟାଣିବାକୁ ଲାଗନ୍ତି। ଚଳନ୍ତା ଟ୍ରେନରୁ ଯୁବକ ପୂରା ସାହସର ସହିତ ସେହି ଝିଅକୁ ସୁରକ୍ଷିତ ଭାବେ ଟ୍ରେନ୍ ମଧ୍ୟକୁ ଟାଣନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଯୁବକର ସାହସକୁ ପ୍ରଶଂସା କରିବାକୁ ଲାଗିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
#ViralVideo: Unknown passenger saves a girl falling from the footboard of a running local train.
CAUTION: This video can be disturbing for some of our viewers.@Central_Railway @WesternRly @PiyushGoyal @PiyushGoyalOffc @mumbairailusers pic.twitter.com/ShAU5ToS8O
— Mumbai Mirror (@MumbaiMirror) 2 October 2018