ନିର୍ଦ୍ଧାରିତ ସମୟର ୨୫ ସେକେଣ୍ଡ ପୂର୍ବରୁ ଟ୍ରେନ ଛାଡ଼ିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଲେ ରେଳ ଅଧିକାରୀ

ନୂଆଦିଲ୍ଲୀ: ଟ୍ରେନ ହେଉ ବା ଯେକୌଣସି ଯାନବାହାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଛାଡ଼ିବା କିମ୍ବା ପହଞ୍ଚିବା ବିଷୟରେ ଆପଣ ଅନେକ ସ୍ଥାନରେ ଶୁଣିଥିବେ । ତେବେ ଆପଣ କେବେ ମଧ୍ୟ ଶୁଣିଛନ୍ତି କି ଟ୍ରେନ କିଛି ସେକେଣ୍ଡ ଶୀଘ୍ର ଛାଡ଼ିବା ପାଇଁ ରେଳ କର୍ମଚାରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିବ । ଆଜ୍ଞା ହଁ , ଏପରି ଏକ ଘଟଣା ଜାପାନରେ ଦେଖିବାକୁ ମିଳିଛି । ଜାପାନ ଦୁନିଆରେ ଏପରି ଏକ ଦେଶ, ଯାହା ତାହାର ସମାୟନୁବର୍ତ୍ତିତା ପାଇଁ ଜଣାଯାଇଥାଏ । ନିକଟରେ ଜାପାନରେ ନିର୍ଦ୍ଧାରିତ ସମୟରୁ କେବଳ ୨୫ ସେକେଣ୍ଡ ପୂର୍ବରୁ ଏକ ଟ୍ରେନ ଛାଡ଼ି ଦେଇଥିବାରୁ ରେଳ କର୍ମଚାରୀଙ୍କୁ ଯାତ୍ରୀଙ୍କୁ କ୍ଷମା ମାଗିବା ପାଇଁ ପଡ଼ିିଛି। ଏ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଲୋକମାନେ ବହୁ ମାତ୍ରାରେ ରେଳ କର୍ମଚାରୀଙ୍କୁ ସମାଲୋଚନା କରିଛନ୍ତି ।

Japan Rail Pass

ସୂଚନା ଅନୁଯାୟୀ , ଜାପାନର ନେଟୋଗୋବା ଷ୍ଟେସନରୁ ସକାଳ ୭:୧୨ ବେଳେ ଏକ ଟ୍ରେନ ଛାଡ଼ିବାର ଥିଲା। କିନ୍ତୁ ୭ଟା ୧୧ ସୁଦ୍ଧା କେହି ଯାତ୍ରୀ ଆସୁ ନ ଥିବା ଦେଖି ଚାଳକ ଜଣଙ୍କ ଟ୍ରେନର କବାଟ ବନ୍ଦ କରିଥିବା ବେଳେ କିଛି ସମୟ ଅପେକ୍ଷା କରିବା ପରେ କେବଳ ୨୫ ସେକେଣ୍ଡ ପୂର୍ବରୁ ପ୍ଲାଟଫର୍ମରୁ ଛାଡ଼ିଥିଲା। ଚାଳକଙ୍କର ଏତେ ସତର୍କତା ପରେ ମଧ୍ୟ ଜଣେ ଯାତ୍ରୀଙ୍କର ଟ୍ରେନ୍‌ ଫେଲ୍‌ ହୋଇଗଲା। ଯାହାପରେ ସେ ଷ୍ଟେସନ ମୁଖ୍ୟଙ୍କ ପାଖରେ ଯାଇ ଅଭିଯୋଗ କରିଥିଲେ । ପରେ ରେଳ ମୁଖ୍ୟ ଜଣଙ୍କ ଘଟଣାଟିର ଗମ୍ଭୀରତା ଦେଖି ରେଳ କର୍ମଚାରୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ । ଶେଷରେ ରେଳ କର୍ମଚାରୀ ନିଜ ଭୁଲ ପାଇଁ ଯାତ୍ରୀ ଜଣଙ୍କୁ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର