ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ନିଜ ପାଖରେ ରଖନ୍ତୁ ଏହି ନମ୍ବର, ଯାହାକି ଆପଣଙ୍କର ଅସୁବିଧା ସମୟରେ ବହୁତ କାମରେ ଆସିବ

0 1,071

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ଟ୍ରେନ ଯାତ୍ରୀ। ଅନେକ ସମୟରେ କୌଣସି ନା କୌଣସି ଠାରେ କିଛି ନା କିଛି ଅଘଟଣ ଘଟିବାରେ ଲାଗିଛି। ଏପରିକି ଟ୍ରେନ୍‌ ଯାତ୍ରା ସମୟରେ ମହିଳା ଯାତ୍ରୀଙ୍କ ପ୍ରତି ଅତ୍ୟାଚାର ହେଉଥିବା ଅଭିଯୋଗମାନ ହେଉଛି। ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଏହି ନମ୍ବର ଜାଣିରଖିବା ଉଚିତ। ଯାହାକି ଆପଣଙ୍କର ଅସୁବିଧା ସମୟରେ ବହୁତ କାମରେ ଆସିପାରେ।

ମହିଳା ହେଲ୍‌ପ ଲାଇନ

୧୮୨ : ଏହି ନମ୍ବରଟି ଆରପିଏଫର ହେଲପଲାଇନ ନମ୍ବର। ଏହି ନମ୍ବରରେ ଆପଣ କଲ କରି କୌଣସି ବି ଅପରାଧ ସମ୍ବନ୍ଧିତ ଅଭିଯୋଗ କରିପାରିବେ।

୧୫୧୨ : ଜିଆରପିର ଏହି ହେଲ୍‌ପଲାଇନ ନମ୍ବରରେ ଆପଣ କଲ କରି ନିଜ ପ୍ରତି ଘଟିବାକୁ ଯାଉଥିବା କୌଣସି ଅଘଟଣ ସଂପର୍କରେ ବି ଜଣାଇପାରିବେ।

୧୩୮ : ଏହି ନମ୍ବରଟି ମଧ୍ୟ ଜିଆରପିର କେ ହେଲ୍‌ପଲାଇନ ନମ୍ବର। ଏଥିରେ ଯାତ୍ରାଙ୍କ ସୁବିଧା ସଂପର୍କରେ ଫୋନ କରି ଜାଣିପାରିବେ।

ଅନ୍ୟାନ୍ୟ ଟୋଲ ଫ୍ରି ନମ୍ବର

୯୭୧୭୬୩୦୯୮୨ : ଏହି ନମ୍ବରରେ ଆପଣ ଏସଏମଏସ ଜରିଆରେ ନିଜର ଅଭିଯୋଗ ଜଣାଇପାରିବେ।
୧୮୦୦୧୧୧୧୩୨୨ : ଏହି ଟୋଲ ଫ୍ରି ନମ୍ବରରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଫୋନ କରିପାରିବେ।
୧୮୦୦୧୧୧୩୨୧ : ଖାଦ୍ୟପେୟରେ କୌଣସି ବି ଅସୁବିଧା ପାଇଁ ଆପଣ ଫୋନ କରି ଜାଣିପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.