ବିନା ରେଳଧାରଣାରେ ଚାଲିଲା ମାଲଗାଡିର ଇଂଜିନ୍‌

ମୁମ୍ବାଇ: ଖୁର୍ଜା ରେଳ ଜଂକସନ୍‌ରେ ରାତିରେ ଏକ ମାଲଗାଡିର ଇଂଜିନ୍‌ ରେଳ ଟ୍ରାକ୍‌ରୁ ଖସି ପଡ଼ି ତଳେ ଭୂଇଁ ଉପରେ ଦୌଡ଼ିବାରେ ଲାଗିଲା। ଏହି ଘଟଣା ସଂପର୍କରେ ଜାଣିବା ମାତ୍ରେ ରେଳବାଇ ଅଧିକାରୀ ମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହେଲା। ଏହି ଦୃଶ୍ୟ ଦେଖୁଥିବା ଲୋକେ ବି ହତଚକିତ ହୋଇ ଉଠିଲେ।

ଏହାପରେ ରେଳବାଇ ଅଧିକାରୀମାନେ ତତକ୍ଷଣାତ୍‌ ଟୁଣ୍ଡାଲାରୁ ଦୁର୍ଘଟଣାରୁ ରକ୍ଷା କରୁଥିବା ଗାଡି ମଗାଇ ଭୂମିରେ ଚାଲୁଥିବା ରେଳ ଇଂଜିନ୍‌କୁ ଅଟକାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ କାନପୁରରୁ ମାଲ୍‌ ନେଇ ମାଲଗାଡି ପହଞ୍ଚିଥିଲା। ସେତେବେଳେ ଲାଲ ସଙ୍କେତ ଥିବା ସତ୍ତ୍ୱେ ଚାଳକ ବ୍ରେକ୍‌ ଦେଇ ନଥିଲା। ତା’ପରେ ଗାଡିର ଏକ ଲୁହା ଖମ୍ଭ ସହିତ ଧକ୍‌କା ହେଲା।

ଏହାପରେ ଇଂଜିନ୍‌ ରେଳ ଟ୍ରାକ୍‌ ଛାଡ଼ି ପ୍ରାୟ ୧୪୦ମିଟର ଆଗକୁ ଯାଇ ଭୂମି ଉପରେ ପହଞ୍ଚିଗଲା। ତା’ପରେ ଭୂମି ଉପରେ ଚାଲିଥିଲା ମାଲଗାଡ଼ି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଅନ୍ୟପକ୍ଷରେ କୁହାଯାଉଛି ଯେ ରେଳଗାଡିର ଗତି ଅଧିକ ଥିବା ହେତୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଥିଲା ଓ ଏଭଳି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର