ଆପଣ ଜାଣିଛନ୍ତି କି? କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ନୁହନ୍ତି, ଛାତ୍ରଛାତ୍ରୀ, ଶିକ୍ଷକ, କୃଷକ,ରୋଗୀ ଓ ଶ୍ରମିକଙ୍କ ଲାଗି ମଧ୍ୟ ରେଲ ଟିକେଟରେ ରିହାତି ମିଳେ

ନୂଆଦିଲ୍ଲୀ : ସାଧାରଣତଃ ରେଲ ଟିକେଟର କିଛି ବର୍ଗରେ ରିହାତି ଥାଏ ବୋଲି ଆମକୁ ଜଣାଅଛି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ଯାତ୍ରା ଟିକେଟ ରେ ରିହାତି ମିଳିଥାଏ, କିନ୍ତୁ ଏତିକି ନୁହଁ, ରେଳ ବିଭାଗର ଏପରି ବହୁତ ବର୍ଗ ରହିଛି ଯାହାର ଲାଭ ସାଧାରଣ ନାଗରିକ ଯେପରିକି କୃଷକ ଏବଂ ଛାତ୍ରଛାତ୍ରୀ ଉଠାଇ ପାରେିବେ । ଆସନ୍ତୁ ଜାଣିବା ରେଳ ଟିକେଟରେ ରିହାତି ଆଉ କେଉଁମାନଙ୍କୁ ମିଳିଥାଏ।
ରେଲ୍‌ ଟିକେଟର ପ୍ରକୃତ ମୂଲ୍ୟର ପ୍ରାୟ ୭୫ ପ୍ରତିଶତ ରିହାତି ମିଳିଥାଏ , ଏଥି ପାଇଁ କିନ୍ତୁ କିଛି ସର୍ତ୍ତ ରହିଥାଏ। ଏହି ସମ୍ବନ୍ଧରେ ଜାଣିବା ପରେଆପଣଙ୍କ ମଧ୍ୟ ଏହି ସୁବିଧାର ଉପଯୋଗ କରିପାରିବେ । ଆଶ୍ଚର୍ଯ୍ୟର କଥା, ଏହି ରିହାତି ବିଷୟରେ ରେଳବାଇର ନିୟମ ରହିଛି କିନ୍ତୁ ରେଲେଓ୍ଵ ଏହା ସମ୍ବନ୍ଧରେ କୌଣସି ପ୍ରଚାର କରି ନ ଥାଏ, ଯାହା ଦ୍ୱାରା ସାଧାରଣ ଲୋକ ଏହି ସୁବିଧା ବିଷୟରେ ଅଜ୍ଞ ରହିଥାନ୍ତି ।

ଛାତ୍ରଛାତ୍ରୀଙ୍କୁ ୭୫ ପ୍ରତିଶତ ରିହାତି :
ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ଯଦି କୌଣସି ରାଷ୍ଟ୍ରୀୟ ପ୍ରାବେଶିକ ପରୀକ୍ଷା ଦେବା ପାଇଁ ଯାଉଛନ୍ତି ତେବେ ତାଙ୍କୁ ରେଳେଓ୍ଵର ସେକେଣ୍ଡ କ୍ଲାସ ଟିକେଟରେ ୭୫ ପ୍ରତିଶତ ରିହାତି ମିଳିଥାଏ। ସେହିପରି ଯଦି କୌଣସି ଛାତ୍ରୀ କୌଣସ ିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯାତ୍ରା କରୁଥିବେ ତେବେ ତାଙ୍କୁ ୭୫ ପ୍ରତିଶତ ଏବଂ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ୫୦ ପ୍ରତିଶତ ରିହାତି ମିଳିଥାଏ। ଯଦି ଆପଣ ସଂଙ୍ଗୀତ, ନୃତ୍ୟ,ଯାଦୁଗରୀ ଏବଂ ଅପେରା କଳାକାର ତେବେ ତାଙ୍କୁ ସ୍ଲିପରରେ ୭୫ ପ୍ରତିଶତ ଏବଂ ଚେୟାର କାର୍‌ରେ ୫୦ ପ୍ରତିଶତ ରିହାତି ମିଳିଥାଏ।

ଛାତ୍ରଛାତ୍ରୀଙ୍କୁ ଟିକେଟରେ ୫୦ ପ୍ରତିଶତ ରିହାତି :
ଆପଣ ଯଦି ସାଧାରଣ ବର୍ଗର ହେବା ସହିତ ପଢ଼ୁଥିବେ ତେବେ ଆପଣଙ୍କୁ ରେଳ ଟିକେଟରେ ରିହାତି ମିଳି ପାରିବ । ଏଥିରେ ଆପଣଙ୍କୁ ଖାଲି ଯାତ୍ରା କରିବାର ଉଦ୍ଦେଶ୍ୟ କହିବାକୁ ପଡ଼ିବ । ଯଦି ଆପଣ ୟୁପିଏସି ଏବଂ ସେଣ୍ଟ୍ରାଲ ଷ୍ଟାଫ ସିଲେକସନ କମିସନର କୌଣସି ପରୀକ୍ଷା ଦେବା ପାଇଁ ଯାତ୍ରା କରୁଛନ୍ତି ତେବେ ଏହାର ଆଡ଼ମିଟ କାର୍ଡ଼ ଦେଖାଇ ୫୦ ପ୍ରତିଶତ ରିହାତି ପାଇପାରିବେ । ୩୫ ବର୍ଷରୁ କମ ବୟସର ରିର୍ସଚ୍ଚ ସ୍କଲାର ଯଦି ରିର୍ସଚ୍ଚ ପାଇଁ ଯାତ୍ରା କରୁଛନ୍ତି ତେବେ ଟିକେଟରେ ୫୦ ପ୍ରତିଶତ ରିହାତି ମିଳିବ ।

କୃଷକ ଏବଂ ଶ୍ରମିକଙ୍କୁ ମିଳିବ ରିହାତି :
ଯଦି ଆପଣ କୃଷକ ଏବଂ କୌଣସି ରାଲି, କୃଷି ଏବଂ ଶିଳ୍ପ ପ୍ରଦର୍ଶନୀ ଯାଉଛନ୍ତି ତେବେ ଟିକେଟରେ ୨୫ ପ୍ରତିଶତ ରିହାତି ମିଳିବ। ଯଦି କୌଣସି କୃଷକ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ୩୩ ପ୍ରତିଶତ ରିହାତି ମିଳିଥାଏ। କୃଷକମାନେ ଯଦି ୨୦ରୁ ଅଧିକ ଜଣ ଏକା ସାଙ୍ଗରେ ଯାତ୍ରା କରୁଛନ୍ତି ତେବେ ୫୦ ପ୍ରତିଶତ ରିହାତି ମିଳିଥାଏ। ଆପଣ ଯଦି ଭାରତୀୟ କୃଷକ ସମାଜ ଏବଂ ସର୍ବୋଦୟ ସମାଜ ସହ ଯୋଡ଼ି ହୋଇଛନ୍ତି ତେବେ ଟିକେଟରେ ୫୦ ପ୍ରତିଶତ ରିହାତି ମିଳିବାର ସୁବିଧା ରହିଛି।

ଶିକ୍ଷକ/ ଅଧ୍ୟାପକଙ୍କୁ ମିଳିବ ରିହାତି :
ଆପଣ ଯଦି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ଏବଂ କୌଣସି ଶିକ୍ଷକତା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ୨୫ ପ୍ରତିଶତ ରିହାତି ମିଳିବ। ଯଦି ଆପଣ ଭାରତୀୟ ସେବା ଦଳ , ରିଲିଫ େଓ୍ଵଲଫେୟାର ସହ ଜଡ଼ିତ ଥିବେ ତେବେ ରେଲେଓ୍ଵ ଟିକେଟରେ ୨୦ ପ୍ରତିଶତ ରିହାତି ମିଳିବାର ନିୟମ ରହିଅଛି ।

ରୋଗୀ ଏବଂ ସହାୟକଙ୍କୁ ୭୫ ପ୍ରତିଶତ ରିହାତି :
ଯଦି ଆପଣଙ୍କ ପରିବାରରେ କିଏ ଦୀର୍ଘସମୟ ପର୍ଯ୍ୟନ୍ତ ରୋଗଗ୍ରସ୍ତ ଥିବା ସହିତ ଟ୍ରେନରେ ସେ ତାଙ୍କ ସହାୟକଙ୍କ ସହ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ରେଲେଓ୍ଵ ଟିକେଟରେ ୭୫ ପ୍ରତିଶତ ରିହାତି ମିଳିପାରିବ । ସେହିପରି ଥାଲସେମିୟା, ହୃଦ୍‌ରୋଗୀ, ହୋମୋଫେଲିୟା, କିଡ଼ନୀ ରୋଗୀ ଏବଂ ଟିବି ରୋଗୀଙ୍କୁ ୭୫ ପ୍ରତିଶତ ରିହାତି ମିଳିବା ସହ ଏଡ଼ସ୍‌ ରୋଗୀ ଏବଂ ଏନିମିଆ ରୋଗୀଙ୍କୁ ୫୦ ପ୍ରତିଶତ ରିହାତି ମିଳିବା ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର