ଚାକିରି ହରାଇବେ ହଜାର ହଜାର ଅନୁବାଦକ ! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ଭବିଷ୍ୟତରେ ନିଜର ଚାକିରି ହରାଇବାକୁ ଯାଉଛନ୍ତି ହଜାର ହଜାର ଅନୁବାଦକ । ଏହି ଖବରଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜିକାଲି ବଜାରରେ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ଟ୍ରାନ୍ସଲେଟର ଡିଭାଇସ୍ ଉପଲବ୍ଧ ହେଲାଣି । ଯାହାର ବ୍ୟବହାର କରି ଲୋକେ ବିଭିନ୍ନ ଭାଷାକୁ ଖୁବ୍ ସହଜରେ ବୁଝି ପାରୁଛନ୍ତି । ତେବେ ଏଭଳି ଡିଭାଇସ୍ ଆସିବା ପରେ ଅନୁବାଦକ ଭାବେ କାମ କରୁଥିବା ଲୋକେ ନିଜର ଚାକିରି ହରାଇବା ସୁନିଶ୍ଚିତ । ଲୋକେ ଧିରେ ଧିରେ ଏହାକୁ ବ୍ୟବହାର କରି ଖୁବ୍ କମ ସମୟରେ ଭାଷା ବୁଝି ପାରୁଥିବା ସହ ବୁଝାଇ ପାରୁଥିବା ବେଳେ ଆଗକୁ ସମସ୍ତେ ଏହାକୁ ବ୍ୟବହାର କରିବେ ବୋଲି ସ୍ପଷ୍ଟ ଜଣା ପଡ଼ୁଛି । ବିଭିନ୍ନ ନେତା ହୁଅନ୍ତୁ ବା ଅନେକ ସରକାରୀ କାର୍ଯ୍ୟାଳୟରେ ଭାଷା ବୁଝି ଅନୁବାଦ କରିବା ପାଇଁ ଅନୁବାଦକମାନଙ୍କୁ ରଖାଯାଇଥାଏ । ସେମାନଙ୍କୁ ଭାଷା ବୁଝି ଅନୁବାଦ କରିବା ପାଇଁ ଅନେକ ସମୟ ଲାଗିଯାଇଥାଏ । ଏମିତିକି ବେଳେ ବେଳେ ଅନୁବାଦକମାନେ ମଧ୍ୟ କିଛି ଭାଷା ବୁଝି ନ ପାରି ଭୁଲ ଅନୁବାଦ କରିଦିଅନ୍ତି । ଯାହା ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଘଟି ସାରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧନ ଦେଇ ଇଂରାଜୀରେ ଭାଷଣ ଦେଉଥିଲେ । ଯାହାକୁ ଅନୁବାଦ କରି ତାଙ୍କ ଅନୁବାଦକଙ୍କୁ ତାହା ଲୋକଙ୍କୁ ବୁଝାଇବାର ଥିଲା । କିନ୍ତୁ ତାଙ୍କ ଅନୁବାଦକ କେତେବେଳେ ଶୁଣିପାରୁ ନଥିଲେ ତ କେତେବେଳେ ଇଂରାଜୀ ଠିକ୍ ଭାବେ ବୁଝି ପାରୁ ନଥିଲେ । ତେବେ ଇଲେକ୍ଟ୍ରୋନିକ୍ ଟ୍ରାନ୍ସଲେଟର ଡିଭାଇସ୍ ଆସିବା ଦ୍ୱାରା ଲୋକମାନଙ୍କୁ ଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଖୁବ୍ ସହଜରେ ଏବଂ କମ ସମୟ ମଧ୍ୟରେ ଡିଭାଇସ୍ଟି ଅନୁବାଦ କରି ପାରିବ ।
ଗତକାଲି ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘ମନ୍ କି ବାତ୍’ରେ ଟ୍ରାନ୍ସଲେଟର ଡିଭାଇସ୍ର ମହତ୍ତ୍ୱ ବିଷୟରେ ଜଣାଇଥିଲେ । ଟ୍ରାନ୍ସଲେଟର ଡିଭାଇସ୍ ପାଇଁ ହିଁ ମ୍ୟାନ୍ ଭର୍ସେସ୍ ଓ୍ଵାଇଲଡ୍ର ହୋଷ୍ଟ ବେୟର ଗ୍ରୀଲ୍ସ ମୋଦୀଙ୍କ ହିନ୍ଦୀ ଭାଷା ସହଜରେ ବୁଝି ପାରୁଥିଲେ ।