ପୃଥିବୀର ସବୁଠାରୁ ବଡ଼ ଟ୍ରି-ହାଉସ ୬ଟି ଗଛରେ ତିଆରି, ନିର୍ମାଣ ପାଇଁ ଲାଗିଥିଲା ୧୧ବର୍ଷ

ଟେନେସି : ଆମେରିକାର ଟେନେସି ରାଜ୍ୟରେ ଦୁନିଆର ସବୁଠାରୁ ବଡ଼ ଟ୍ରି ହାଉସ ରହିଛି । ଯାହାର ନାମ ରଖା ଯାଇଛି ‘ଦ ମିନିଷ୍ଟର୍ସ ଟ୍ରି’ । ଏହି ‘ଟ୍ରି ହାଉସ’ର ଉଚ୍ଚତା ୧୦ ମହଲା କୋଠା ଭଳି ବୋଲି ଜଣାପଡ଼ିଛି । ଟେନେସିର ଜଣେ ପୂର୍ବମନ୍ତ୍ରୀଙ୍କ କହିବା ଅନୁଯାୟୀ ଏପରି ଘର କରିବା ପାଇଁ ତାଙ୍କୁ ଭଗବାନ କହିଥିଲେ । ଭଗବାନଙ୍କ ଆଦେଶ ପରେ ସେ ଏଭଳି ଗୋଟେ ଘର କରିବା ବିଷୟରେ ଚିନ୍ତା କରିଥିଲେ । ସେ ସକାଳ ସମୟରେ ପ୍ରାର୍ଥନା କରିବା ସମୟରେ ଭଗବାନ ତାଙ୍କ ସ୍ୱପ୍ନରେ ଆସି ଗଛ ମଧ୍ୟରେ ଘର କରିବା ପାଇଁ କହିଥିଲେ । ଏପରି କଲେ ତାଙ୍କର ସବୁ ଦୁଃଖ ଦୂର ହେବା ବୋଲି ଭଗବାନ କହିବାରୁ ଟେନେସିର ପୂର୍ବମନ୍ତ୍ରୀ ଏପରି କରିଥିବା ଜଣାପଡ଼ିଛି ।

Roadside America

ଲୋକମାନେ ଏହି ଘରର ଉପର ମହଲାକୁ ଯିବା ପାଇଁ ଡ଼ରିଥାନ୍ତି । ୬ଟି ଗଛକୁ ମିଶାଇ ଏହି ଘର ତିଆରି କରାଯାଇଥିବା ବେଳେ ଏହାର ଉଚ୍ଚତା ୧୦୦ଫୁଟ୍‌ । ଏହି ଘରଟି ୧୦ହଜାର ସ୍କୋୟାର ଫୁଟ୍‌ ଆୟତନ ଅଞ୍ଚଳରେ ନିର୍ମାଣ କରାଯାଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ପ୍ରାୟ ୧୧ବର୍ଷ ସମୟ ଲାଗିଥିଲା । ଏହି ଘର ଭିତରେ ମିନି ବାସ୍କେଟ୍‌ ବଲ କୋର୍ଟ ମଧ୍ୟ ରହିଛି । ସେ ସମୟରେ ଏହି ଘରକୁ ତିଆରି କରିବା ପାଇଁ ପ୍ରାୟ ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସମ୍ବନ୍ଧିତ ଖବର