ବୁଦ୍ଧି ପରୀକ୍ଷା: ବିନା ପେନ୍‌ସିଲ୍‌ ଉଠାଇ ଏହି ଚିତ୍ରରେ ଥିବା ସମସ୍ତ ଗାରକୁ ଟାଣିପାରିବେ?

ସାଧାରଣ ଜ୍ଞାନ କହିଲେ କେବ ଳ ଯେ ଦେଶ-ବିଦେଶର କଥା ଜାଣିବା ତାହା ନୁହେଁ, ବରଂ ଆମର ଉପସ୍ଥିତ ବୁଦ୍ଧି କେତେ ତାହା ବି ଦେଖିବାକୁ ହୁଏ। ବେଳେ ବେଳେ ବହୁ ବଡ଼ ବଡ଼ ପ୍ରଶ୍ନର ଉତ୍ତର କ୍ଷଣିକରେ ଦେଇହୁଏ। ପୁଣି କେବେ ଅତି ଛୋଟ ପ୍ରଶ୍ନର ଉତ୍ତର ମୁଣ୍ଡରେ ପଶେ ନାହିଁ। ଏଥିପାଇଁ ମସ୍ତିଷ୍କର ବ୍ୟାୟାମ ଆବଶ୍ୟକ। ଛୋଟ ଛୋଟ ପ୍ରଶ୍ନର ଉତ୍ତର ଖୋଜି ମସ୍ତିଷ୍କକୁ ତୀକ୍ଷ୍ଣ କରିବାକୁ ହେବ। ଏମିତି ଅନେକ ପଜଲ୍‌ ସଂପର୍କରେ ଆମେ ନିକଟ ଅତୀତରେ ଆଲୋଚନା କରିସାରିଛେ। ଏହି ପଜ୍‌ଲକୁଡ଼ିକ କେବଳ ମନୋରଞ୍ଜନଧର୍ମୀ ନୁହେଁ, ଏହାକୁ ଆପଣ ଏକ ପ୍ରକାରର ମସ୍ତିଷ୍କ ବ୍ୟାୟାମ ବୋଲି କହିପାରନ୍ତି।

ଉପରେ ଦିଆଯାଇଥିବା ଚିତ୍ରଟିକୁ ଏକ ପେନ୍‌ସିଲ୍‌ରେ ଟଣା ଯାଇଛି। ପେ୍‌ସିଲ୍‌ରେ ଟଣାଯିବା ବେଳେ ମୁନକୁ ନଉଠାଇ ଗୋଟାଏ ଗାର ସହ ଅରଟିକୁ ସଂଯୋଗ କରାଯାଇଛି। ଆପଣଙ୍କ ସକାଶେ ପ୍ରଶ୍ନ ହେଉଛି। କେଉଁ ପଟରୁ ଟାଣିଲେ ଚିତ୍ରଟି ସଂପୂର୍ଣ୍ଣ ହେବ ମାତ୍ର ପେନ୍‌ସିଲ୍‌ ଉଠିବ ନାହିଁ। ବ୍ୟସ୍ତ ହେବା ଆଦୌ ଆବଶ୍ୟକ ନାହିଁ, ଆପଣ ଯଦି ମସ୍ତିଷ୍କ ଖର୍ଚ କରି ବିଫଳ ହେଉଛନ୍ତି ତେବେ ଆପଣଙ୍କ ସକାଶେ ଏକ ଭିଡିଓ ଦିଆଯାଇଛି। ଆପଣ ତାହାର ସାହାରା ନେଇପାରନ୍ତି।

ସମ୍ବନ୍ଧିତ ଖବର