୮ମ ଶ୍ରେଣୀ ଫେଲ ବାଳକ ହେଲା କୋଟିପତି, ମୁକେଶ ଆମ୍ବାନି ତାଙ୍କ କ୍ଲାଏଣ୍ଟ

ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ନିଜ ସନ୍ତାନକୁ ପଢ଼ାଇ ଭଲ ମଣିଷଟିଏ କରିବା ପାଇଁ ସ୍ୱପ୍ନ ଦେଖି ଥାଆନ୍ତି। ଏମିତି ବି ଅନେକଥର ଦେଖିବାକୁ ମିଳିଛି ପିତା-ମାତାଙ୍କ ଆଶାକୁ ପିଲାମାନେ ସାକାର କରି ପାରନ୍ତି ନାହିଁ । ଏପରି କ୍ଷେତ୍ରରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ପିତା-ମାତା ଚିନ୍ତାରେ ପଡ଼ି ଯାଇଥାଆନ୍ତି। ହେଲେ ମୁମ୍ବାଇରେ ରହୁଥିବା ଜଣେ ବାଳକ ପାଠପଢ଼ାରେ ଭଲ ପ୍ରଦର୍ଶନ ନ କରି ମଧ୍ୟ ପିତା-ମାତାଙ୍କ ନାମ ରଖିଛନ୍ତି। ଏହି ବାଳକ ଅଷ୍ଟମ ଶ୍ରେଣୀ  ଫେଲ ହୋଇ ଆଜି କୋଟିପତି ବନିଛନ୍ତି। ବଡ଼ବଡ଼ କମ୍ପାନି ଏହି ବାଳକର କ୍ଲାଏଣ୍ଟ ହୋଇଛନ୍ତି। ୨୩ବର୍ଷର ଏହି ବାଳକ ସାମଜରେ ନିଜର ଏକ ଭିନ୍ନ ପରିଚୟ ବନାଇ ପାରିଛନ୍ତି।

ମୁମ୍ବାଇରେ ବସବାସ କରୁଥିବା ତ୍ରିଶନିତ ଆରୋରାଙ୍କ ପାଠପଢ଼ାରେ ଆଦୌ ମନ ଲାଗେ ନାହିଁ। ଆରୋରା ପାଠପଢ଼ାରେ ଦୁର୍ବଳ ଥିବାରୁ ତାଙ୍କ ପରିବାରଲୋକେ ସବୁବେଳେ ପିଲାର ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଥିଲେ କିନ୍ତୁ ତ୍ରିଶନିତ ନିଜର ଇଚ୍ଛା ଓ ଆତ୍ମବିଶ୍ୱାସ ବଳରେ ୨୩ବର୍ଷ ବୟସରେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ହୋଇ କୋଟିକୋଟି ଟଙ୍କାର ବ୍ୟବସାୟ କରୁଛନ୍ତି।

ସୂଚନାଯୋଗ୍ୟ, ତ୍ରିଶନିତଙ୍କ ପିଲାଟି ବେଳୁ କମ୍ପ୍ୟୁଟରରେ ରୁଚି ଥିଲା। ସେ ସବୁବେଳେ କମ୍ପ୍ୟୁଟରରେ ଭିଡିଓ ଗେମ୍‌ ଖେଳିବାରେ ବ୍ୟସ୍ତ ଥାଆନ୍ତି। ତ୍ରିଶନିତଙ୍କ ଏହି ନିଶା ଦେଖି ତାଙ୍କ ପିତା ସବୁବେଳେ କମ୍ପ୍ୟୁଟରର ପାସ୍‌ଓ୍ଵାର୍ଡ ପରିବର୍ତ୍ତନ କରୁ ଥାଆନ୍ତି, କିନ୍ତୁ ତ୍ରିଶନିତ ଏହି ପାସ୍‌ଓ୍ଵାର୍ଡକୁ ଚୁଟକିରେ ଖୋଲି ଦେଇ ପୁଣି ଗେମ୍‌ ଖେଳିବାରେ ଲାଗି ଥାଆନ୍ତି। ଏକଦା ତ୍ରିଶନିତଙ୍କ ସ୍କୁଲ ପ୍ରିନସ୍‌ନାଲ ତାଙ୍କ ପିତା-ମାତାଙ୍କୁ ସ୍କୁଲକୁ ଡକାଇ ପିଲା ଅଷ୍ଟମ ଫେଲ ହୋଇଯାଇଛି ବୋଲି କହିଥିଲେ। ଏହାପରେ ତ୍ରିଶନିତ କ’ଣ କରିବାକୁ ଚାହୁଁଛନ୍ତି ବୋଲି ତାଙ୍କ ପିତା-ମାତା ପଚାରି ବୁଝିଥିଲେ।

ଏହାପରେ ତ୍ରିଶନିତ ସ୍କୁଲରୁ ପାଠପଢ଼ା ଛାଡି କମ୍ପ୍ୟୁଟରରେ କ୍ୟାରିୟର୍‌ କରିବା ପାଇଁ ସ୍ଥିର କରିଥିଲେ। ୧୯ବର୍ଷ ବୟସରେ ତ୍ରିଶନିତ କମ୍ପ୍ୟୁଟର ଫିକସିଂ ଓ ସପ୍ଟଓ୍ଵୟାର କ୍ଲିନିଂ  ଶିଖି ଯାଇଥିଲେ। ଏହି ଶିକ୍ଷା ପ୍ରାପ୍ତ କରିବା ପରେ ସେ ଏକ ଛୋଟ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରି ଦେଇଥିଲେ। ଏହି କାମ ପାଇଁ ତାଙ୍କୁ ପ୍ରଥମ ପାରିଶ୍ରମିକ ବାବଦକୁ ୬୦ହଜାର ଟଙ୍କାର ଚେକ୍‌ ମିଳିଥିଲା। ଏହି ରାଶିରେ ସେ ନିଜର ଏକ କମ୍ପାନି ଖୋଲିବା ପାଇଁ ଯୋଜନା କରିଥିଲେ। ଆଜି ତାଙ୍କ କମ୍ପାନିକୁ ଟିଏସି ସିକ୍ୟୁରିଟି ସଲ୍ୟୁସନ୍‌ ନାମରେ ଲୋକମାନେ ଜାଣୁଛନ୍ତି।

ତ୍ରିଶନିତଙ୍କ କମ୍ପାନି ସାଇବର ସିକ୍ୟୁରିଟି କ୍ଷେତ୍ରରେ କାମ କରୁଛି। ରିଲାଏନ୍ସ ଜିଓ, ପଞ୍ଜାବ ପୁଲିସ, ଏଭନ ସାଇକଲ ଓ ଅମୁଲ ଭଳି ବଡ଼ବଡ଼ କମ୍ପାନି ସାଇବର ସିକ୍ୟୁରିଟି ସହିତ ଜଡିତ ତ୍ରିଶନିତ କମ୍ପାନିଙ୍କ ସେବା ନେଉଛନ୍ତି। ତ୍ରିଶନିତ ‘ହ୍ୟାକିଂ ର୍ଟାକ ଉଇଥ୍‌ ତ୍ରିଶନିତ ଅରୋଡା’, ‘ଦ ହ୍ୟାକିଂ ଏରା’ ଓ ‘ହ୍ୟାକିଂ ଉଇଥ୍‌ ସ୍ମାର୍ଟ ଫୋନ’ ନାମରେ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର