ହାତୀ ଉତ୍ପାତ ଯୋଗୁଁ ୫୦ ଫୁଟ୍‌ ଉଚ୍ଚ ଗଛରେ ଘର କରିଛନ୍ତି ଆଦିବାସୀ ପରିବାର

କେତେକ ଅଞ୍ଚଳରେ ଲୋକେ ସଉକରେ ଗଛ ଉପରେ ମଞ୍ଚା-ଘର କରି ଥାଆନ୍ତି। ତାହା ସେମାନଙ୍କ ପାଇଁ ଏକ ପ୍ରକାର ଅବସର ବିନୋଦନ କାମରେ ଲାଗିଥାଏ। କିନ୍ତୁ ହାତୀମାନଙ୍କ ଉତ୍ପାତ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଏକ ଆଦିବାସୀ ପରିବାର ୫୦ ଫୁଟ୍‌ ଉଚ୍ଚ ଗଛରେ ତିଆରି କରିଛନ୍ତି ଅସ୍ଥାୟୀ ଆଶ୍ରୟସ୍ଥଳୀ। ସେ ପରିବାରରେ ଅଛନ୍ତି ତିନିଟି ଛୋଟ ପିଲା, ଜଣେ ୮୦ ବର୍ଷିୟ ବୃଦ୍ଧ ଏବଂ ଜଣେ ୭୦ବର୍ଷୀୟ ବୃଦ୍ଧା। ହାତୀଙ୍କ ଉତ୍ପାତରୁ ତ୍ରାହି ପାଇବାକୁ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ।

ହାତୀପଲ ଥରକୁ ଥର ସେମାନଙ୍କ ଘରଦ୍ୱାର ଭାଙ୍ଗି ଫସଲ ଉଜାଡ଼ି ଦେବାରୁ ସେମାନେ ବାଧ୍ୟ ହୋଇ ଗୋଟାଏ ବିଶାଳ ଗଛରେ ମଞ୍ଚା ବାନ୍ଧି ତା’ ଚାରିପଟେ ଛଣବିଡ଼ା ଘେରାଇ ରହୁଛନ୍ତି। କଷ୍ଟକର ବ୍ୟାପାର ହେଲେ ମଧ୍ୟ ପରିବାରର ସମସ୍ତ ସଦସ୍ୟ ଗୋଟାଏ କାଠ ଶିଡ଼ି ଚଢ଼ି ସନ୍ଧ୍ୟାରେ ସେ ଘରକୁ ଉଠୁଛନ୍ତି ଏବଂ ସକାଳେ ପୁଣି ଓହ୍ଲାଉଛନ୍ତି।

ସମ୍ବନ୍ଧିତ ଖବର