ନିଜ ଜୀବନକୁ ବାଜି ଲଗାଇ ଟ୍ୟାଙ୍କର ଚାଳକ ଏପରି ବଞ୍ଚାଇଲେ ଗାଈର ଜୀବନ, ଭିଡିଓ ଦେଖନ୍ତୁ

ଗାନ୍ଧିନଗର: ସାଧାରଣତଃ ଦେଖିବାକୁ ମିଳୁଛି ରାସ୍ତାରେ ବେପରୁଆ ଗାଡି ଚାଳନା ହେତୁ ପ୍ରତିଦିନ ଅନେକ ପଶୁଙ୍କ ଜୀବନ ବଳି ପଡ଼ି ଯାଉଛି। ନିକଟରେ ଗୁଜରାଟର ଜୁନାଗଢ଼ରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଟ୍ୟାଙ୍କର ଚାଳକ ନିଜ ଜୀବନକୁ ବାଜି ଲଗାଇ ଏକ ଗାଈର ଜୀବନ ବଞ୍ଚାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଦ୍ରୁତଗତିରେ ଏକ ଟ୍ୟାଙ୍କର ରାସ୍ତାରେ ଯାଉଛି। ଏହି ସମୟରେ ଟ୍ୟାଙ୍କର ସାମ୍ନାରେ ହଠାତ ଏକ ଗାଈ ପଶି ଆସୁଛି। ଏହାପରେ ଟ୍ୟାଙ୍କର ଚାଳକ ନିଜ ଜୀବନକୁ ବାଜି ଲଗାଇ ଆକସ୍ମିକ ଭାବେ ବ୍ରେକ୍‌ ଦେଇ ଦେଉଛନ୍ତି। ଯେଉଁଥି ପାଇଁ ଗାଈର ଜୀବନ ରକ୍ଷା ପାଇ ଯାଉଛି। ଯଦି ଚାଳକ ଏହି ବ୍ରେକ୍‌ ନମାରି ଥାଆନ୍ତେ ଗାଈର ଜୀବନ ହୁଏତେ ଆଜି ରକ୍ଷା ହୋଇ ପାରି ନଥାଆନ୍ତା।

ହଠାତ୍‌ ଏତେ ଜୋର୍‌ରେ ବ୍ରେକ୍‌ ମାରିବା ଦ୍ୱାରା ଟ୍ୟାଙ୍କରଟି ଓଲଟିବାର ବି ଅନେକ ସମ୍ଭାବନ ଥିଲା। କିନ୍ତୁ ଚାଳକ ଏଥିପ୍ରତି ତିଳେ ମାତ୍ର ଚିନ୍ତା ନକରି ନିଜ ଉପସ୍ଥିତ ବୁଦ୍ଧି ଘଟାଇ ଗାଈର ଜୀବନ ବଞ୍ଚାଇ ପାରିଥିଲେ।  ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଚାଳକଙ୍କୁ ଲୋକମାନେ ତାଙ୍କ କାମ ପାଇଁ ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର