ଶିବଲିଙ୍ଗରେ ହଳଦୀ ଅର୍ପଣ କରାଯିବା ଉଚିତ ନା ଅନୁଚିତ ?

ଭଗବାନ ଶିବ ହେଉଛନ୍ତି ହିନ୍ଦୁମାନଙ୍କର ପରମ ଆରାଧ୍ୟ । ଆଉ ଶିବଲିଙ୍ଗ ହେଉଛନ୍ତି ମହାଦେବଙ୍କ ସାକ୍ଷାତ୍‌ ସ୍ୱରୂପ । ଏହାର ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଗଲେ ସମସ୍ତ ଦେବାଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କୁ ସେମାନଙ୍କ କୃପା ପ୍ରାପ୍ତି ହୋଇଥାଏ । ଶିବ ଲିଙ୍ଗ ପୂଜନ ସଂପର୍କରେ କେତେକ ନିୟମ ରହିଛି, ଯାହାର ପାଳନ କରିଲେ, ଭୋଳାନାଥ ଶୀଘ୍ରାତି ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । ଶିବ ଲିଙ୍ଗ ରେ କେତେକ ସାମଗ୍ରୀ ଦିଆଯାଇଥାଏ, ମାତ୍ର ହଳଦୀ ଦେବା ଅନୁଚିତ । ହଳଦୀକୁ ଶିବଲିଙ୍ଗ ରେ ନୁହେଁ ବରଂ ଜଳାଧାରା ଉପରେ ଅର୍ପିତ କରାଯିବା ଉଚିତ୍‌ ।

photo-healthsites.com

ଶାସ୍ତ୍ର ଅନୁଯାୟୀ ଅଧିକାଂଶ ଦେବତାଙ୍କର ପ୍ରିୟ ହେଉଛି ହଳଦୀ । ପୂଜନ କାଣ୍ଡରେ ମଧ୍ୟ ହଳଦୀର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କେତେକ ପୂଜନବିଧିରେ ହଳଦୀ ବିନା ପୂଜା ଅସଂପୂର୍ଣ୍ଣ ବୋଲି କୁହାଯାଇଛି । ହଳଦୀକୁ ମହିଳାମାନେ ସୌନ୍ଦର୍ଯ୍ୟ ଉପଚାରରେ ପ୍ରୟୋଗ କରିଥାଆନ୍ତି । ଯେହେତୁ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ । ଏଣୁ ସେଥିରେ ହଳଦୀ ଦିଆଯିବାକୁ ବାରଣ କରାଯାଇଛି ।

ଜଳଧାରା ରେ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଏହା ସବୁଠୁଁ ସହଜ ସରଳ ଏବଂ ଶ୍ରେଷ୍ଠ ଉପାୟ । ଆପଣ ପ୍ରତିଦିନ ତମ୍ବା ଲୋଟାରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କର ପୂଜା କରିପାରନ୍ତି । ଏପରି କରିଲେ, ଆପଣ ଶିବଙ୍କ ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର କୃପା ମଧ୍ୟ ଲାଭ କରିପାରିବେ । ଏପରିକି ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ କରିପାରିବେ ।

ସମ୍ବନ୍ଧିତ ଖବର