ଘନ ଜଙ୍ଗଲରେ ଆଖି ପଡ଼ିଲା ଏହି ରହସ୍ୟମୟ ପାଇପ୍‌ ଉପରେ , ଭିତରକୁ ଯାଇ ଯାହା ଦେଖିଲେ ଉଡିଗଲା ଦୁଇ ଯୁବକଙ୍କ ହୋସ୍‌

ନୂଆଦିଲ୍ଲୀ: ଦୁନିଆରେ ଏବେ ବି ଏଭଳି କିଛି ସ୍ଥାନ ଓ ଜିନିଷ ଅଛି, ଯାହା ରହସ୍ୟମୟ ହୋଇ ରହିଛି, ଯାହାକି ଏଯାବତ୍‌ ଲୋକମାନଙ୍କ ଦୃଷ୍ଟିରେ ପଡ଼ି ନାହିଁ। ଏମିତି ଏକ ରହସ୍ୟମୟ ଅଜଣା ସ୍ଥାନକୁ ସାମ୍ନାରେ ପାଇ ଦୁଇଜଣ ଯୁବକ ନିକଟରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆସନ୍ତୁ ଜାଣିବା ଘଟଣାଟି କ’ଣ ?

ନିକଟରେ ଦୁଇଜଣ ଯୁବକ ରିସର୍ଚ୍ଚ କରିବାକୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଯାହ ଘଟିଥିଲା, ତାହା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣା ଟି ନର୍ଥ ଜର୍ମାନିରେ ଘଟିଛି। ଜଙ୍ଗଲକୁ ରିସର୍ଚ୍ଚ ପାଇଁ ଯାଇଥିବା ଦୁଇଜଣ ଯୁବକଙ୍କ ଆଖି ଏକ ଅଦ୍ଭୁତ ପାଇପ୍‌ ଉପରେ ପଡ଼ିଥିଲା। ସେ ଏହି ପାଇପ୍‌କୁ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ କି ଏତେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ପାଇପ୍‌ ଆସିଲା କେଉଁଠୁ?

ଏହି ପାଇପ୍‌କୁ ଦେଖି ୧୦୦ମିଟର ଦୂରକୁ ଯିବା ପରେ ଜଙ୍ଗଲ ପାଖରେ ଢ଼ଙ୍ଗା ଯାଇଥିବା ଏକ ସୁଡ଼ଙ୍ଗ ରାସ୍ତା ଥିବା ଦୁହେଁ ଦେଖିବାକୁ ପାଇଥିଲେ। ଦୁହେଁ ସେହି ରାସ୍ତା ଦେଇ ଭିତରକୁ ଯିବାକୁ ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସାଥୀରେ ଟର୍ଚ୍ଚ ଓ କ୍ୟାମେରା ନେଇ ସୁଡ଼ଙ୍ଗ ଥିବା ରାସ୍ତାରେ ଆଗକୁ ବଢ଼ିଥିଲେ। କିଛି ଦୂର ଗଲା ପରେ ସେମାନେ ଏକ  କୋଠରୀ ଥିବା ଦେଖିବାକୁ ପାଇଥିଲେ। ମାଟି ତଳେ ତିଆରି ହୋଇଥିବା ଏହି କୋଠରୀକୁ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଠାରେ ଥିବା ଆଉ ଏକ ରାସ୍ତା ହସ୍‌ପିଟାଲ କାନ୍ଥ ଭଳି ଲାଗୁଥିଲା। ଏହି କାନ୍ଥରେ କିଛି କୋଡ ଥିବା ନଜର ଆସିଥିଲା। ତେବେ ଏଠାରେ ସମସ୍ତ ସାମଗ୍ରୀ ଦେଖି ଲାଗୁଥିଲା କି ଏହାକୁ ଅନେକ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଯେମିତି ଯେମିତି ସେମାନେ ଆଗକୁ ବଢ଼ିଥିଲେ ଦେଖିବାକୁ ପାଇଥିଲେ କି କିଛି କବାଟରେ ସାହାଯ୍ୟ କର ବୋଲି ଲେଖାଯାଇଛି, ତ ଅନ୍ୟ କେଉଁଠି ସଇତାନ୍‌ ନାମ ଲେଖାଯାଇଛି। ଏହାକୁ ଦେଖି ସେମାନେ ଭୟଭୀତ ହୋଇଯାଇଥିଲେ । ଆଉ ଟିକେ ଆଗକୁ ବଢ଼ିଲା ପରେ ଦୁହେଁ ଏକ କୋଠରୀରେ ବିରାଟ ବଡ଼ .ମେସିନ୍ ଥିବା ଦେଖିବାକୁ ପାଇଥିଲେ। ଏହି ମେସିନ ଦେଖି ଲାଗୁଥିଲା କି ଏଠାରେ ଏକ ବିସ୍ଫୋରଣ ଘଟିଛି ଓ ମେସିନ୍ ପାଖକୁ ଯିବାକୁ ମନା କରାଯାଇଛି ବୋଲି ଲେଖା ଯାଇଥିଲା। ଦୁହେଁ ସାହାସ କରି ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ସମୟରେ କ୍ୟାମେରା ହାତରୁୁ ଖସି ପଡ଼ିଥିଲା। ଏହାପରେ ନୁହେଁ ଭୟଭୀତ ହୋଇ ସେଠାରୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।

ଏଠାରୁ ବାହାରି ଦୁହେଁ ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ କହିବା ସହିତ କିଛି ଫଟୋ ମଧ୍ୟ ସେୟାର କରିଥିଲେ। ଯାବତ୍‌ ଏହା ଅସ୍ପଷ୍ଟ ରହିଛି କି ବଙ୍କରକୁ କିଏ ଓ କାହିଁକି ନିର୍ମାଣ କରିଥିଲା। ତେବେ ଏହି ଫଟୋକୁ ଦେଖି କିଛି ଲୋକ ଲେଖିଛନ୍ତି କି, ବଙ୍କରକୁ ଜର୍ମାନି ସେନା ଦ୍ୱାରା ପରମାଣୁ ହମ୍‌ଲାରୁ ବଞ୍ଚିବା ପାଇଁ ତିଅାରି କରା ଯାଇଥିଲା।

ସମ୍ବନ୍ଧିତ ଖବର