ସଚ୍ଚୋଟତାକୁ ସଲାମ୍: ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଥିବା ଜାଣି ମଧ୍ୟ ଆରପିଏଫ୍ ଅଧିକାରୀଙ୍କୁ ହସ୍ତାନ୍ତର କଲେ ଦୁଇ ରିକ୍ସା ଚାଳକ

ପୁଣେ: ପୁଣେରେ ସଚ୍ଚୋଟତାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ରିକ୍ସା ଟାଣୁଥିବା ଦୁଇଜଣ ବ୍ୟକ୍ତିଙ୍କ ସଚ୍ଚୋଟତାକୁ ଏବେ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି ଲୋକେ। ଯଦି କୌଣସି ବ୍ୟକ୍ତିର ଆର୍ଥିକ ସମସ୍ୟା ରହିଛି, ତେବେ ସେ ଲକ୍ଷ ଲକ୍ଷ ଟଙ୍କା ଦେଖ‌ିଲେ ନିଶ୍ଚୟ ତାକୁ ଚୋରି କରିବାକୁ ଚେଷ୍ଟା କରିବ। ହେଲେ ପୁଣେର ଦୁଇ ରିକ୍ସା ଚାଳକଙ୍କ ପାଖରେ ୭.୫୭ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିବାର ସୁଯୋଗ ଥାଇ ମଧ୍ୟ ‌ଦୁହେଁ ଏହାକୁ ଫେରାଇ ଦେଇଥିବା ଜଣା ପଡ଼ିଛି। ଖବରଟି ସାମ୍ନାକୁ ଆସିବା ପରେ ଲୋକେ ଦୁହିଁଙ୍କ କାମକୁ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି। ଦୁଇଜଣ ଅତୁଲ ତିଲେକର ଏବଂ ଭାରତ ଭୋସଲେ ବୋଲି ଚିହ୍ନଟ କରାଯାଇଛି।

Image result for rickshaw
Business Line

ସୂଚନା ମୁତାବକ, ରବିବାର ପୁଣେ ରେଳ ଷ୍ଟେସନ‌ରେ ନିଜ ନିଜର ରିକ୍ସା ଧରି ଦୁହେଁ ଯାତ୍ରୀଙ୍କୁ ଅପେକ୍ଷା କରିଥଲେ। ଏହି ସମୟରେ ପାର୍କିଂରେ ଏକ ବ୍ୟାଗ୍ ପଡ଼ିଥିବାର ଦେଖି ଦୁହେଁ ସେଠାକୁ ଯାଇଥିଲେ। ବ୍ୟାଗ୍ ଖୋଲିବା ପରେ ଭିତରେ ସୁନାଗହଣା ଥିବା ଦେଖି ଆରପିଏଫ୍ ଅଧିକାରୀଙ୍କୁ ବ୍ୟାଗ୍ ହସ୍ତାନ୍ତର କରିଥିଲେ। ପରେ ବ୍ୟାଗ୍ ଭିତରେ ୭.୫୭ଲକ୍ଷ ଟଙ୍କାର ସୁନାଗହଣା ଥିଲା ବୋଲି ଜଣା ପଡ଼ିଥିଲା। ଦୀପକ ଚିତ୍ରାଲା ନାମକ ଜଣେ ଯୁବକ ନିଜର ବ୍ୟାଗ୍ ହଜିଯାଇଥିବା ନେଇ ରେଲୱେ ପୁଲିସକୁ ଅଭିଯୋଗ କରିବାକୁ ଆସିବା ପରେ ଆରପିଏଫ୍ ଅଧିକାରୀ ତାଙ୍କୁ ବ୍ୟାଗ୍ ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର