ବିଶ୍ୱବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନିଷିଦ୍ଧ କରିବାକୁ ୟୁଜିସିର ନିର୍ଦ୍ଦେଶ!

ଦେଶରେ ଏବେ ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ପ୍ଲାଷ୍ଟିକକୁ ବ୍ୟାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବେ ଅଣ୍ଟା ଭିଡ଼ିଛି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ଉଚ୍ଚ ଶିକ୍ଷା ସଂସ୍ଥା ଅଧିନରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ପ୍ଲାଷ୍ଟିକ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ ଷ୍ଟ୍ର, କପ୍‌, ଲଞ୍ଚ୍‌ ପ୍ୟାକେଟ୍‌, ବୋତଲ, ବ୍ୟାଗ୍‌ ଆଦିର ବ୍ୟବହାରରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି। ଏହି ପ୍ରୟାସ ପରେ ବିଶ୍ୱବିଦ୍ୟାଳୟକୁ କଠିନ ପଦକ୍ଷେପ ନେବାକୁ ପଡିପାରେ।

କେନ୍ଦ୍ରୀୟ ପର୍ଯ୍ୟାବରଣ ମନ୍ତ୍ରାଳୟ ଏକ ପରାମର୍ଶ ଜାରି କରି କହିଛନ୍ତି ଯେ, ଭାରତ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟାବରଣ ଦିବସ ସମାରୋହରେ ‘ଭାରତର ଥୀମ୍‌ ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁସନ୍‌’ ରହିଛି। ତେଣୁ ଆୟୋଗ ତରଫରୁ ଏଭଳି ନିର୍ଦ୍ଧେଶ ଜାରି କରାଯାଇଛି। ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ପ୍ଲାଷ୍ଟିକ୍‌ ପର୍ଯ୍ୟାବରଣ ଉପରେ ସବୁଠାରୁ ବଡ ସମାରୋହ ରହିଛି । ୟୁଜିସି ତରଫରୁ ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପାଖକୁ ଯାଇଥିବା ପତ୍ରରେ ପ୍ଲାଷ୍ଟିକ୍‌ ବୋତଲ, କପ୍‌, ପଲିଥିନ ଭଳି ଦ୍ରବ୍ୟକୁ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ବ୍ୟାନ୍‌ କରିବାକୁ କୁହାଯାଇଛି। ୟୁଜିସି ତରଫରୁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଏଣେତେଣେ ଫୋପାଡୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି ।

ସମ୍ବନ୍ଧିତ ଖବର