ଆସନ୍ତା କାଲିଠାରୁ ବେକାର ଯୁବକ ଯୁବତୀଙ୍କୁ ମିଳିବ ୧୦୦୦ ଟଙ୍କାର ମାସିକ ଭତ୍ତା !

ଦେଶରେ ବେକାରୀ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି। ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି। ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି। ତଥାପି ଆମ ଦେଶକୁ ମିଳୁନି ସମ୍ମାନ। ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ। ତେବେ ଦେଶର ଏପରି ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି। ହେଲେ ସେପରି କିଛି ଆଖିଦୃଶିଆ ସଫଳତା ମିଳୁନି।

ତେବେ ଏସମସ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଠାରୁ ୧୦୦୦ ଟଙ୍କାର ମାସିକ ଭତ୍ତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ ଆସନ୍ତାକାଲି ‘ମୁଖ୍ୟମନ୍ତ୍ରୀ ଯୁବା ନେସ୍ତମ’ ଯୋଜନାର ଶୁଭାରମ୍ଭ କରିବା ପାଇଁ ଯାଉଛନ୍ତି। ଏହି ଯୋଜନାର ଲାଭ ଉଠାଇବା ପାଇଁ ୱେବ ପୋର୍ଟାଲରେ ୨ଲକ୍ଷରୁ ଅଧିକ ପଞ୍ଜିକରଣ ହୋଇସାରିଛି।

ସୂଚନା ଅନୁସାରେ ବେକାର ଯୁବକ ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ। ତେଲଗୁ ଦେଶମ ପାର୍ଟି ୨୦୧୪ରେ ନିଜର ନିର୍ବାଚନୀ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲେ। ଯାହା ଏବେ ପୂରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଆନ୍ଧ୍ର ସରକାର। ଏହାସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବେକାର ଯୁବକ ଯୁବତୀଙ୍କୁ ବେରୋଜଗାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବା ସହ ଆଲୋଚନା ମଧ୍ୟ କରିବେ।

ସମ୍ବନ୍ଧିତ ଖବର