ଏମିତି ଏକ ମନ୍ଦିର ଯେଉଁଠି ପୂଜାରୀ ବଦଳରେ ଭଗବାନ ଶିବଙ୍କୁ ପୂଜା କରନ୍ତି ସାପ!

ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ପୂଜାରୀ ବଦଳରେ ଶିବଙ୍କୁ ପୂଜା କରନ୍ତି ସାପ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ମନ୍ଦିର ଉତ୍ତରପ୍ରଦେଶର ଆଗ୍ରା ନିକଟସ୍ଥ ଗ୍ରାମ ସଲେମାବାଦରେ ରହିଛି। ଏହି ପୁରାତନ ମନ୍ଦିରରେ ପ୍ରତିଦିନ ଏକ ନାଗ ସାପ ଭଗବାନ ଶିବଙ୍କୁ ପୂଜା କରୁଛି। ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କିଛି ନିଆରା କଥା।

photo by : Ancient Pages

ଉତ୍ତରପ୍ରଦେଶ ଆଗ୍ରା ନିକଟସ୍ଥ ଗ୍ରାମ ସଲେମାବାଦରେ ଏକ ପୁରାତନ ମନ୍ଦିର ରହିଛି। ଯେଉଁଠାରେ ଶିବ ଲିଙ୍ଗକୁ ପୂଜା କରିବା ଲାଗି ଏକ ସାପ ୧୫ ବର୍ଷ ଧରି ମନ୍ଦିରକୁ ଆସୁଛି। ଏହି ନାଗ ସାପ ପ୍ରତିଦିନ ମନ୍ଦିରରେ ପାଖାପାଖି ୫ ଘଣ୍ଟା ଧରି ଅଟକି ଭଗବାନଙ୍କ ପୂଜା କରୁଛି। ବୈଜ୍ଞାନିକ ମଧ୍ୟ ଏହି ଘଟଣା ସମ୍ବନ୍ଧରେ କୌଣସି ଟେର ପାଇ ପାରୁନାହାନ୍ତି। ଏହି ମନ୍ଦିରର ଏଭଳି ରୋମାଞ୍ଚ ଭରା କାରଣ ଯୋଗୁଁ ଶିବରାତ୍ରୀରେ ଏଠାରେ ଭଗବାନ ଓ ନାଗ ସାପକୁ ଦର୍ଶନ କରିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥାଏ। ଏହାବ୍ୟତୀତ ଅନ୍ୟ ଦିନ ଗୁଡିକରେ ମଧ୍ୟ ଏଠାରେ ଭକ୍ତଙ୍କ ଭିଡ ଲାଗି ରହିଥାଏ।

ଏହି ନାଗ ସାପ ପାଖାପାଖି ସକାଳ ୧୦ଟାରେ ଆସି ମଧ୍ୟାହ୍ନ ୩ଟାରେ ଫେରି ଯାଇଥାଏ। ଲୋକମାନେ ଏହି ମନ୍ଦିରକୁ ଏବଂ ନାଗକୁ ଦର୍ଶନ କରିବା ଲାଗି ଭିଡ ଜମାଇ ଥାଆନ୍ତି। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହି ସାପ ଲାଗି କୌଣସି ଭୟ ଦେଖିବାକୁ ମିଳେ ନାହିଁ କାରଣ ଏହି ସାପ ଆଜି ପର୍ଯ୍ୟନ୍ତ କାହାର କୌଣସି ଅନିଷ୍ଟ କରିନାହିଁ। ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରରେ ଆରାଧନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି କାରଣରୁ ହିଁ ବହୁ ଦୂର ଦୂରାନ୍ତରୁ ଏଠାକୁ ଶ୍ରଦ୍ଧାଳୁମାନେ ଶିବଙ୍କୁ ଦର୍ଶନ କରିବା ଲାଗି ଆସିଥାଆନ୍ତି ।

ମାତ୍ର ଏହି ମନ୍ଦିରରେ ନାଗ ଦେବତାଙ୍କ ପ୍ରବେଶ ପରେ ଦ୍ୱାର ବନ୍ଦ କରାଯାଇଥାଏ କିନ୍ତୁ ଏହାପରେ ମଧ୍ୟ ଶ୍ରଦ୍ଧାଳୁମାନେ ନାଗଙ୍କ ଦର୍ଶନ ଲାଗି ମନ୍ଦିର ବାହାରେ ଛିଡା ହୋଇ ଅପେକ୍ଷା କରିଥାଆନ୍ତି । ନାଗ ସାପ ବାହାରକୁ ଆସିବା ପରେ ଲୋକମାନଙ୍କୁ ଶିବଙ୍କ ଦର୍ଶନ କରିବା ସୁଯୋଗ ମିଳିଥାଏ। ଏହାପୂର୍ବରୁ ଦ୍ୱାର ବନ୍ଦ ରଖାଯାଇଥାଏ।

ସମ୍ବନ୍ଧିତ ଖବର