ଗଛ କଟାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ବ୍ୟକ୍ତିଙ୍କ ଅଭିନବ ପ୍ରୟାସ: ବିଭିନ୍ନ ଦେବା-ଦେବୀଙ୍କ ଚିତ୍ର ଆଙ୍କି ବଞ୍ଚାଇଲେଣି ୧,୦୦୦ରୁ ଅଧିକ ଗଛ

ଗୋଣ୍ଡା(ଉତ୍ତରପ୍ରଦେଶ): ଗଛ କଟା ରୋକି ପରିବେଶକୁ ରକ୍ଷା କରିବା ପାଇଁ ଅନେକ ପରିବେଶ ସୁରକ୍ଷାକର୍ମୀ ବିଭିନ୍ନ ବାଟ ଆପଣାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି। କିନ୍ତୁ ସବୁ ‌ପରେ ବି ଅନେକ ସ୍ଥାନରେ ନିଜର କାମ ପୂରା କରିବା ପାଇଁ ଲୋକେ ଗଛ କାଟୁଛନ୍ତି। କିଛି ନିଜ ଘର ତିଆରି ପାଇଁ ତ କିଛି ରାସ୍ତା ନିର୍ମାଣ ପାଇଁ ଗଛ କାଟୁଥିବା ଦେଖାଯାଉଛି। ବାରମ୍ବାର ଏଭଳି ହେଉଥିବା ଦେଖି  ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏକ ଅଭିନବ ରାସ୍ତା ଆପଣାଇଛନ୍ତି।

ଗଛକଟାକୁ ରୋକିବା ପାଇଁ ଉତ୍ତରପ୍ରଦେଶର ପରାଗଦୁତ୍ତ ମିଶ୍ର ସବୁ ଗଛରେ ଏବେ ବିଭିନ୍ନ ଦେବା-ଦେବୀଙ୍କ ଚିତ୍ର ଆଙ୍କୁଥିବା ଦେଖାଯାଇଛି। ତାଙ୍କର ଏଭଳି କାମ ପରେ ଏବେ ଲୋକେ ଗଛ କାଟିବା ପରିବର୍ତ୍ତେ ଗଛକୁ ପୂଜା କରିବା ଆରମ୍ଭ କରିଛନ୍ତି। ଏଭଳି କରି ପରାଗଦୁତ୍ତ ପାଖାପାଖି ୧,୦୦୦ରୁ ଅଧିକ ଗଛକୁ କଟା ହେବାରୁ ବଞ୍ଚାଇ ପାରିଥିବା ଜଣାପଡ଼ିଛି।

Related image
spiritvibrations.wordpress.com

ତାଙ୍କ କହିବା ମୁତାବକ, ବିକାଶ ଓ ରାସ୍ତାକୁ ଚଉଡ଼ା କରିବା ନାଁରେ ଲୋକେ ଏବେ ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛନ୍ତି। ଏହା ଦ୍ବାରା ପରିବେଶ ଉପରେ କ’ଣ ପ୍ରଭାବ ପଡ଼ୁଛି, ତାହା ଗାଁ ଲୋକମାନେ ଜାଣି ପାରୁ ନାହାନ୍ତି। ଏ ନେଇ ମୁଁ ଗାଁ ଲୋକଙ୍କ ମାନସିକତାକୁ ଦେଖି ଗଛର ଗଣ୍ଡିରେ ଦେବା-ଦେବୀଙ୍କ ଚିତ୍ର ଆଙ୍କିବା ପାଇଁ ଭାବିଥିଲି। ଆଜି ମୋର ସେହି ପ୍ରୟାସ ସଫଳ ହୋଇଛି। ଲୋକେ ଗଛ କାଟିବାକୁ ଯିବା ପରେ ସେଥିରେ ଦେବା-ଦେବୀଙ୍କ ଚିତ୍ର ଦେଖି ଗଛକୁ ପୂଜା କରିବା ଆରମ୍ଭ କରୁଛନ୍ତି।

ସମ୍ବନ୍ଧିତ ଖବର