ଡିୟୁଟିରେ ନିୟୋଜିତ ଥିବା କନେଷ୍ଟବଳ ରକ୍ତଦେଇ ଏପରି ବଞ୍ଚାଇଲେ ୯ଦିନ ଶିଶୁର ଜୀବନ

ବାରାଣାସୀ: ଉତ୍ତରପ୍ରଦେଶ ପୁଲିସ ଏଭଳି ଏକ କାମ କରିଛି ଯାହା କି ଚର୍ଚ୍ଚାର ପରିସରରେ ରହିଛି। ଉତ୍ତରପ୍ରଦେଶ ପୁଲିସ ନିକଟରେ ସଙ୍କଟମୋଚନ ଭୂମିକା ନିଭାଇଥିବା କୁହାଯାଉଛି।

ବାରାଣାସୀର ଚେତଗଞ୍ଜ ଥାନାରେ ନିୟୋଜିତ ଥିବା ରାକେଶ ସରୋଜ ନାଇଟ୍‌ ଡିୟୁଟି କରୁଥିଲେ। ଏହି ସମୟରେ ସେ ବାରାଣାସୀର ଚେତଗଞ୍ଜ ଥାନା ନିକଟରେ ଆଇଏମଏମ ବିଲଡିଂ ବାହାରେ ଜଣେ ଅସହାୟ ପିତାଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ।

ଘଟଣାଟି ହେଉଛି ଏପରି, ବିହାରରେ ବସବାସ କରୁଥିବା ଅସଫାକ ଜୁନ୍‌ ୧୯ ରାତିରେ ତାଙ୍କ ସାନ ଭାଇଙ୍କ ୯ଦିନର ଅସୁସ୍ଥ ଶିଶୁକୁ ନେଇ ବାରାଣାସୀର ମହସୁରଙ୍ଗଜ ଅଞ୍ଚଳରେ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଶିଶୁର ଅବସ୍ଥା ଦେଖି ରକ୍ତର ଆବଶ୍ୟକତା ଥିବା କଥା କହିଥିଲେ। ରାତି ଅଢ଼େଇଟା ସମୟରେ ଯେତେବେଳେ ଅସଫାକ ଲହୁରାବୀରସ୍ଥିତ ଆଇଏମଏମର ବ୍ଲଡ ବ୍ୟାଙ୍କ ପହଞ୍ଚିଥିଲେ ସେଠାରେ କେହି ରକ୍ତଦାତା ନଥିଲେ। ନା ସେଠାରେ ତାଙ୍କୁ ବ୍ଲଡ୍‌ ମିଳିବାର ସମ୍ଭାବନା ଥିଲା। ଏହାପରେ ଦୁଃଖରେ ସେ ନିରୁପାୟ ହୋଇ ଆଇଏମଏମର ବିଲଡିଂ ବାହାର ରାସ୍ତାରେ ବୁଲୁଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଏଭଳି ଅବସ୍ଥାରେ ବୁଲୁଥିବା ଦେଖି ରାକେଶ ତାଙ୍କ ପାଖକୁ ଯାଇ ଦୁଃଖ ପଚାରି ବୁଝିଥିଲେ। ଏବଂ ଅସଫାକ୍‌ଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ସେ ଯେ କେବେଳ ସାହାଯ୍ୟର ହାତ ବଢ଼ାଇଥିଲେ ତାହା ନୁହେଁ, ରାକେଶ ବ୍ଲଡ ବ୍ୟାଙ୍କ ଖୋଲାଇଥିଲେ ଏବଂ ନିଜେ ରକ୍ତ ଦେଇ ଉକ୍ତ ଶିଶୁର ଜୀବନ ବଞ୍ଚାଇଥିଲେ।

ସମ୍ବନ୍ଧିତ ଖବର