ଦୁଇ ଘଣ୍ଟା ଅପେକ୍ଷା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ପୁଲିସ ଗାଡ଼ିରେ ନବଜାତକୁ ଜନ୍ମ ଦେଲେ ମହିଳା

ବାନ୍ଦା : ଦୁଇ ଘଣ୍ଟା ଧରି ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ମଧ୍ୟ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନଥିଲା । ଯାହା ପରେ ସେଇ ବାଟ ଦେଇ ଯାଉଥିବା ଏକ ପୁଲିସ ଗାଡ଼ିରେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ ପୁଲିସକର୍ମୀ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ମହିଳାଜଣଙ୍କ ନବଜାତକୁ ଜନ୍ମ ଦେଇଥିଲେ । ଘଟଣାଟି ଶୁକ୍ରବାର ରାତିରେ ବାନ୍ଦା ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଚମେଲିଙ୍କର ହଠାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ରାସ୍ତା ଉପରେ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସି ପହଞ୍ଚି ପାରି ନଥିଲା । ପ୍ରସବ ଯନ୍ତ୍ରଣା ବଢ଼ୁଥିବାରୁ ଚମେଲି ଖୁବ୍‌ ଜୋର୍‌ରେ ପାଟି କରିବାରେ ଲାଗି ପଡ଼ିଥିଲେ । ଏହି ସମୟରେ ସେଇ ବାଟ ଦେଇ ସବ୍‌-ଇନ୍ସପେକ୍ଟର ଗାଡ଼ି ଧରି ଯାଉଥିବା ବେଳେ ଚମେଲିଙ୍କ ଅବସ୍ଥା ଦେଖି ତାଙ୍କୁ ଗାଡ଼ିରେ ବସାଇ ଡାକ୍ତରଖାନା ନେଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚମେଲି ନବଜାତକୁ ଜନ୍ମ ଦେଇଥିଲେ । ଏବେ ଚମେଲିଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣା ପଡ଼ିଛି ।

Image result for up-woman-gives-birth-to-child-in-police-vehicle-due-to-non-availability-of-ambulance
The Guardian

ଅନ୍ୟ ପକ୍ଷରେ, ମେଡିକାଲ ଅଫିସର କହିଛନ୍ତି, ଆମ୍ବୁଲାନ୍ସ ଚମେଲିଙ୍କ ଗାଁରେ ପହଞ୍ଚିଥିଲା । କିନ୍ତୁ ରୋଗୀକୁ ନ ପାଇ ସେ ଫେରି ଆସିଥିଲା । ଏହା ଶୁଣି ଚମେଲିଙ୍କ ବାପା କହିଛନ୍ତି କି, ଆମ୍ବୁଲାନ୍ସକୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ କୁହାଯାଇଥିଲା । କିନ୍ତୁ ଦୁଇ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା ।

ସମ୍ବନ୍ଧିତ ଖବର