କ’ଣ କହନ୍ତି ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜୁନେଦ୍‌?

ନୂଆଦିଲ୍ଲୀ: ଶୁକ୍ରବାର ସଂଧ୍ୟାରେ ସିଭିଲ୍‌ ସର୍ଭିସର ପରୀକ୍ଷା ଫଳଫଳ ପ୍ରକାଶ ପାଇଛି। ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ଟପ୍ପରଙ୍କ ବିଷୟରେ ଆମେ ପୂର୍ବରୁ ଆଲୋଚନା କରି ସାରିଛେ। ତେବେ ତୃତୀୟ ସ୍ଥାନ ଅକ୍‌ତିଆର କରିଥିବା ଜୁନେଦ ଅହମ୍ମଦଙ୍କ ସଂପର୍କରେ ଆଜି ଆଲୋଚନା କରିବା।

ଜୁନେଦ ୨୦୧୪ ମସିହାରୁ ଆଇଏଏସ୍‌ ହେବା ପାଇଁ ପ୍ରସ୍ତୁତ ହେଉଥିଲେ। ଶେଷରେ ୨୦୧୯ ମସିହାରେ ତାଙ୍କୁ ସେ ସଫଳତା ପ୍ରାପ୍ତି ହୋଇଛି। ୨୦୧୮ ମସିହାରେ ତାଙ୍କୁ ଭାରତୀୟ ରାଜସ୍ୱ ସେବା(ଆଇଆର୍‌ଏସ୍‌) ପାଇଁ ଚୟନ କରାଯାଇଥିଲା। ମାତ୍ର ସେ ତାଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିଜର ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ।

Hindustan Times

ସେ ଫରିଦାବାଦ୍‌ସ୍ଥିତ ନେସ୍‌ନାଲ ଏକାଡେମି ଅଫ୍‌ କଷ୍ଟମ୍‌ସ ଏକ୍‌ସାଇଜ୍‌ ଆଣ୍ଡ୍‌ ନାର୍କୋଟିକ୍ସରେ ପ୍ରଶିକ୍ଷଣ ନେଉଥିଲେ। ପ୍ରଶାସନିକ ସେବା ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜୁନେଦ କହନ୍ତି, ‘ଦେଖନ୍ତୁ, ଏହା ମୋ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା। ଯେବେ କୌଣସି ବ୍ୟକ୍ତିକୁ ତା’ର ଲକ୍ଷ୍ୟ ପ୍ରାପ୍ତି ହୁଏ ତା’ଠାରୁ ସେ ସମୟରେ ତା’ ପାଇଁ ଆଉ କିଛି ଖୁସି ବଢ଼ିକରି ହୋଇନଥାଏ। ହଁ, ଏହା ସତ ଯେ ଶୁକ୍ରବାର ରାତିରୁ ନେଇ ଏବେ ପର୍ଯ୍ୟନ୍ତ ସେ ଖୁସି ଖବର ମୋତେ ରୋମାଞ୍ଚିତ କରୁଛି। ମାତ୍ର ଆଗକୁ ଆହୁରି ବଡ଼ ବଡ଼ ଦାୟତ୍ୱ ତୁଲାଇବାକୁ ହେବ।’

ସେ ଆହୁରି ବି କହନ୍ତି କି ଚାରି ବର୍ଷ ପର୍ଯ୍ୟନ୍ତ ତାଙ୍କର ଅସଫଳତା ହିଁ ତାଙ୍କୁ ସଫଳତାର ନିକଟତର କରାଇଥିଲା। ପ୍ରତିଥର ଅସଫଳତା ମୋତେ ଲକ୍ଷ୍ୟ ପ୍ରାପ୍ତିର ଆହୁରି ଟିକେ ନିକଟକୁ ନେଇଯାଏ ବୋଲି ଜୁନେଦ୍‌ କହିଛନ୍ତି।

ସମ୍ବନ୍ଧିତ ଖବର