ଅନ୍‌ଲାଇନ୍‌ ଜରିଆରେ ଦମ୍ପତ୍ତି ମଗାଇଥିଲେ ବାଇ ସାଇକେଲ, ଘରେ ପହଞ୍ଚିିଲା ଝିଟିପିଟି ଭର୍ତ୍ତି ଥିବା ପାର୍ସଲ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନଲାଇନ୍‌ ସପିଂର ଚାହିଦା ଚାରିଆଡେ ଦେଖିବାକୁ ମିଳୁଛି। ଘରର ସାମଗ୍ରୀ ହେଉ କିମ୍ବା ଅନ୍ୟ କୌଣସି ଜିନିଷ ସବୁକିଛି ଅନ୍‌ଲାଇନ୍‌ ଜରିଆରେ ସମ୍ଭବ ହୋଇପାରୁଛି। ଏହି ଅନ୍‌ଲାଇନ୍‌ ଜରିଆରେ ବେଳେବେଳେ ଭୁଲଭଟକା ହେତୁ ଅନେକ ଘଟଣା ଘଟିବାର ମାମଲା ସାମ୍ନାକୁ ଆସିଛି। ଏମିତି କି ଅନ୍‌ଲାଇନ୍‌ରେ ଆମେ ଗୋଟିଏ ସାମଗ୍ରୀ ମାଗାଇ ଥାଉ କିନ୍ତୁ ଘରେ ଆସି ପହଞ୍ଚିଲା ବେଳକୁ ପ୍ୟାକେଟ୍‌ରେ ଥାଏ ଆଉ ଏକ ଜିନିଷ।

କାଲିଫର୍ଣ୍ଣିଆରେ ଏକ ଦମ୍ପତ୍ତି ଅନ୍‌ଲାଇନ୍‌ ଜରିଆରେ ନିକଟରେ ଏକ ବାଇ ସାଇକେଲ ଅର୍ଡର କରିଥିଲେ। କିନ୍ତୁ ଘରେ ଆସି ଯାହା ପହଞ୍ଚିଥିଲା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ନୂଆ ବାଇସାଇକେଲକୁ ଦେଖିବାକୁ ଦମ୍ପତ୍ତି ଖୁବ୍‌ ଖୁସିରେ ଅନ୍‌ଲାଇନ୍‌ରୁ ଆସିଥିବା ଏହି ପାର୍ସଲ ବାକ୍ସକୁ ଖୋଲିଥିଲେ। ଏହା ଭିତରୁ ସାଇକେଲ ବଦଳରେ ଏକ ଦାଢ଼ି ଥିବା ଡ୍ରାଗନ୍‌ ଝିଟିପଟି ବାହାରିଥିଲା। ଯାହାକୁ ଦେଖି ସ୍ୱାମୀ-ସ୍ତ୍ରୀ ଦୁହେଁ ଭୟଭୀତ ହୋଇଯାଇଥିଲେ। ଏହି ଦମ୍ପତ୍ତି ବାଇସାଇକେଲ ତାଙ୍କ ନାତିକୁ ଉପହାର ଦେବା ପାଇଁ ଅନ୍‌ଲାଇନ୍‌ରେ ମଗାଇଥିଲେ। ଏହି ଘଟଣାଟି ଜୁନ୍‌ ୬ ତାରିଖ। ତେବେ ଏହି ଘଟଣା ପ୍ରଘଟ ହେବାପରେ ସୋସିଆଲ ମିଡିଆରେ ଅନ୍‌ଲାଇନ୍‌ କମ୍ପାନିକୁ ଲୋକମାନେ ଦାୟୀ କରିବା ସହିତ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର