ହଜିଲା ଟେଡ୍ଡି ବିୟର ଆଣି ଦେଲେ ୩୩,୦୦୦ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କଲେ ଦମ୍ପତି!

ନ୍ୟୁୟର୍କ: ଶୀର୍ଷକଟି ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେଣି ନିଶ୍ଚୟ। ମାତ୍ର କଥାଟି ଏକଦମ ସତ। ଆମେରିକାର ଏକ ପରିବାର ହରାଇଥିବା ଟେଡ୍ଡି ବିୟରଟି ଉପରେ ୩୩,୦୦୦ ପୁରସ୍କାର ରାଶି ଘୋଷଣା କରିଛନ୍ତି। ବାସ୍ତବରେ କଥାଟି ହେଉଛି ଆମେରିକାର ଉକ୍ତ ପରିବାରଙ୍କ ଘରେ ଏକ କୁନି ଝିଅ ରହିଛି। ସେହି ଟେଡ୍ଡିି ଥିଲା କୁନି ଝିଅର ପ୍ରିୟ ଟେଡ୍ଡି। ସେହି ଟେଡ୍ଡି ବିନା ସେ ଗୋଟାଏ ଦିନ ବି କାଟିନାହିଁ।

ଟେଡ୍ଡି ବିୟରଟି ବୋଧହୁଏ ରାସ୍ତାରେ ଆସୁଥିବା ସମୟରେ କାର୍‌ ମଧ୍ୟରୁ ଖସି ପଡ଼ିଛି ବୋଲି ସେମାନେ ସନ୍ଦେହ କରୁଛନ୍ତି। ତେବେ, ଏ ସଂପର୍କରେ ଆମି ଏର୍‌ଲି ନାମକ ଫେସ୍‌ବୁକ୍‌ ବ୍ୟବହାରକାରୀ ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଦେଇଛନ୍ତି। ସେ ଫେସବୁକ୍‌ରେ ଏକ ପୋଷ୍ଟ ଦେଇ ଲେଖିଛନ୍ତି ଯେ ‘ଯାତ୍ରା ସମୟରେ ଆମେ ଆମର ଟେଡ୍ଡିଟିକୁ ହରାଇ ବସିଛୁ। ଆମକୁ ଲାଗୁଛି ଯେ ଆମ ଝି ଟେଡ୍ଡିଟିକୁ ଭୁଲବଶତଃ ଝରକାରେ ଖସାଇ ଦେଇଛି। ଟେଡ୍ଡିଟିକୁ ହରାଇବା ପରେ ସେ ଏକଦମ ଭାଙ୍ଗି ପଡ଼ିଛି। ଦୟାକରି ସାହାଯ୍ୟ କରନ୍ତୁ। ମୁଁ ଟେଡ୍ଡିଟି ପ୍ରତିବଦଳରେ ୫୦୦ ଡଲାର(ଭାରତୀୟ ମୁଦ୍ରାରେ ୩୩,୦୦୦ ଟଙ୍କା) ଦେବାକୁ ଘୋଷଣା କରୁଛି।

ସମ୍ବନ୍ଧିତ ଖବର