ଏହାକୁ ଇନ୍‌ଷ୍ଟଲ୍‌ କରି ଆପଣଙ୍କ ସ୍ମାର୍ଟ୍‌ଫୋନ୍‌କୁ ଭାଇରସ୍‌ ଆକ୍ରମଣ ଏବଂ ହ୍ୟାଙ୍ଗ୍‌ ହେବାରୁ ବଞ୍ଚାନ୍ତୁ

କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ଯୁଗରେ ଆମେ ଇଣ୍ଟରନେଟ୍‌ ଏବଂ ଆପ୍‌ସ ଦ୍ୱାରା ସଂପୂର୍ଣ୍ଣ ଭାବରେ ଘେରି ହୋଇରହିଛୁ। ତେବେ କେତେଥର ଆମର ଛୋଟ ଛୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେ ମୋବାଇଲ୍‌ରେ ଥାର୍ଡ଼ର୍ ପାର୍ଟି ଦ୍ୱାରା ଏପରି କେତେକ ଆପ୍‌ସକୁ ଡାଉନ୍‌ଲୋଡ଼୍‍ କରିବସୁ;ଯାହାକି ବହୁବାର ଆମକୁ ସମସ୍ୟାରେ ପକାଇଥାଏ। ତେବେ ଅଧିକତମ ହ୍ୟାକ୍‌ର ଏବଂ ମାଲ୍‌ଓୟେର୍‌ ଏହି ଥାର୍ଡ଼ପାର୍ଟି ଆପ୍‌ସ ଜରିଆରେ ହ୍ୟାକିଙ୍ଗ୍‌ କରିଥା’ନ୍ତି। ତେଣୁ ମୋବାଇଲ୍‌କୁ ମାଲ୍‌ଓୟେର୍‌ ଠାରୁ ବଞ୍ଚାଇବାକୁ ହେଲେ ଆପଣଙ୍କ ଫୋନ୍‌ରେ ଆଣ୍ଟି ଭାଇରସ୍‌ ରହିବା ବି ନିହାତି ଆବଶ୍ୟକ। ଆଉ ଯଦି ଆପଣ ଆଣ୍ଡ୍ରଏଡ୍‍ ସ୍ମାର୍ଟଫୋନ୍‌ର ବ୍ୟବହାର କରୁଛନ୍ତି ତ, ତେବେ ଏମାନଙ୍କ ମଧ୍ୟରୁ ଯେକୌଣସି ଆଣ୍ଟି-ଭାଇାରସ୍‌କୁ ଇନ୍‌ଷ୍ଟଲ୍‌ କରିପାରନ୍ତି। ଯାହାକି ଆପଣଙ୍କ ମୋବାଇଲ୍‌ ଫୋନ୍‌କୁ ପ୍ରତ୍ୟେକ ଆଣ୍ଟିଅଭାଇରସ୍‌ ଦାଉରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ……

AndroHelm ଆଣ୍ଟିଭାଇରସ୍‌: AndroHelm ଆଣ୍ଟିଭାଇରସ୍‌ ମୋବାଇଲ୍‌ରେ ରହିଥିବା ଆପ୍‌ସରେ ଫିଲ୍ଟର ଭଳି କାର୍ଯ୍ୟ କରିଥାଏ।
Avira ଆଣ୍ଟିଭାଇରସ୍‌: ଆଣ୍ଟି-ଭାଇରସ୍‌ ଲିଷ୍ଟ୍‍ରେ ଅଭିରା ଆଣ୍ଟି-ଭାଇରସ୍‌ ହେଉଛି ଏକ ଜଣାଶୁଣା ନାମ।ଯାହାର ଡ଼ିଭାଇସ୍‌ ସ୍କାନ୍‌, ରିଅଲ୍‌ ଟାଇମ୍‌ ପ୍ରୋଟେକ୍ସନ, ଏସ୍‌ଡ଼ି କାର୍ଡ଼ ସ୍କାନ୍‌ ସହିତ ଅନେକ ଫିଚର୍‌ ରହିଛି।
Avast ମୋବାଇଲ୍‌ ସିକ୍ୟୁରିଟି: ମୋବାଇଲ୍‌ ସିକ୍ୟୁରିଟି କ୍ଷେତ୍ରରେ Avast ହେଉଛି ଏକ ଭଲ ସଫ୍ଟେଓ୍ଵଆର୍‌। ଯାହାକୁ କି ୧୦୦ ମିଲିଅନ୍‌ରୁ ଅଧିକଥର ଡ଼ାଉନ୍‌ଲୋଡ଼୍‍ କରାଯାଇଛି। କଲ୍‌ ବ୍ଲକ୍‌, ଆପ୍‌ ବ୍ଲକ୍‌, ଆଣ୍ଟି ଥେଫ୍ଟ୍‌ ଭଳି ଫିଚର୍‌ କୁ ଏହି ଆପ୍‌ସ ସପୋର୍ଟ କରିଥାଏ।
AVG ମୋବାଇଲ୍‌ ଆଣ୍ଟିଭାଇରସ୍‌: ଏହି ଆଣ୍ଟି-ଭାଇରସ୍‌ର ଅଧିକତମ ଫିଚର୍ସ Avast ସହିତ ପ୍ରାୟ । ଏଥିସହିତ ଏହି ଆପ୍‌ସରେ ଆଣ୍ଟି-ଥେଫ୍ଟ୍‌ ଟ୍ରାକିଙ୍ଗ୍‌ ସିଷ୍ଟମ୍‌ ରହିଥାଏ,ଯାହାକି ଗୁଗୁଲ୍‌ ମ୍ୟାପ୍‌ ସହିତ ବି କାର୍ଯ୍ୟ କରିଥାଏ।
Bitdefender ଆଣ୍ଟିଭାଇରସ୍‌ ଆପ୍‌ସ: ମାଗଣା ଆଣ୍ଟି-ଭାଇରସ୍‌ ମଧ୍ୟରେ ଏହି ଆପ୍‌ସ ଟି ଅନ୍ୟତମ ଅଟେ। ଏହା ସିଂପଲ୍‌ ଇଣ୍ଟରଫେସ୍‌ ସଂଗେସଂଗେ ବେସିକ୍‌ ଫିଚର୍‌ ମଧ୍ୟ ଦେଇଥାଏ।
CM Security Lite ଆଣ୍ଟିଭାଇରସ୍‌: ଏହା ମଧ୍ୟ ଏକ ମାଗଣା ମୋବାଇଲ୍‌ ଆଣ୍ଟି-ଭାଇରସ୍‌। ଏହାକୁ ଯେ କୌଣସି ସ୍ମାର୍ଟଫୋନ୍‌ ଉପଭୋକ୍ତା ବି ଇନ୍‌ଷ୍ଟାଲ୍‌ କରିପାରିବେ! ତେବେ ଏହି ଆଣ୍ଟି-ଭାଇରସ୍‌ ଆପ୍‌ସରେ ମୋବାଇଲ୍‌ ସ୍କାନ୍‌ର ଫିଚର୍‌ ରହିଥାଏ। ମାଗଣା ଆଣ୍ଟି-ଭାଇରସ୍‌ ଥିବା ହେତୁ ଏଥିମଧ୍ୟରେ ବୁଷ୍ଟ୍‍ ଏବଂ କ୍ଲିନର୍‌ ପରି ଫିଚର୍‌ ରହିନଥାଏ।
ସମ୍ବନ୍ଧିତ ଖବର