ଲକ୍ଷ୍ମୌ: ବାପାଙ୍କ ବିରୋଧରେ ଥାନରେ ପୁଅ ଅଭିଯୋଗ ଆଣିବା କିଛି ନୂଆ କଥା ନୁହେଁ। ତେବେ ଉତ୍ତରପ୍ରଦେଶରେ ଏକ ଆଶ୍ଚଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ୧୧ ବର୍ଷିର ପୁଅକୁ ତାର ବାପା ବୁଲାଇ ନନେବାରୁ ସେ ଥାନାରେ ଅଭିଯୋଗ କରିଛି। ପିଲାଟି ଥାନାରେ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରୁଥିବା ସମୟର ଦୃଶ୍ୟକୁ କେହି ଜଣେ କୈଦ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଏହି ଭିଡିଓଟି ଏବେ ଭାଇରାଲ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ହେଉଛି ଏପରି, ପୁଅକୁ ତାର ବାପା ବୁଲାଇ ନନେବାରୁ ପୁଅ କାନ୍ଦି କାନ୍ଦି ଥାନାରେ ପହଞ୍ଚିଛି। ଏହି ନାବାଳକଙ୍କ ନାମ ଓମ ନାରାୟଣ ଗୁପ୍ତା ସେ ଉତ୍ତରପ୍ରଦେଶରେ ବସବବାସ କରନ୍ତି। କିଛିଦିନ ହେବ ଓମ୍ ନାରାୟାଣାଙ୍କୁ ତାଙ୍କ ବାପା ଅମର ନାଥ ଗୁପ୍ତା ବାହାରକୁ ବୁଲାଇ ନେଉ ନଥିଲେ । ଏପରିକି ବାହାରକୁ ବୁଲିଯିବା ପାଇଁ କହିଲେ ମାଡ ମାରୁଥିଲେ । ତେଣୁ ତାଙ୍କ ବାପାଙ୍କୁ ପୁଲିସ ମାଡ ମାରିବା ଦରକାର, ଯାହାଫଳରେ ସେ ଆଉ ଏମିତି ମୋତେ ମାରିବେନି ଯେଉଁଆଡେ କହିବେ ବୁଲାଇ ନେବେ ବୋଲି ଭାବି ପିଲାଟି ଥାନାରେ ଅଭିଯୋଗ କରିଥିଲା।
ଇଟାବା ମହୋତ୍ସବ ଦେଖିବା ପାଇଁ ଓମଙ୍କ ସାଙ୍ଗମାନେ ଯାଉଥିଲେ । ଏକଥା ଜାଣିବା ପରେ ସେ ମଧ୍ୟ ମହୋତ୍ସବ ଦେଖିବା ପାଇଁ ତାଙ୍କ ବାପାଙ୍କୁ କହିଥିଲେ କିନ୍ତୁ ତାଙ୍କ ବାପା ସେଠାକୁ ନେବାକୁ ରୋକଠୋକ ମନା କରିଦେଇଥିଲେ । ବାପା ମନା କରିବା ପରେ ପୁଅ ଓମ ସିଧା ଯାଇ ପହଞ୍ଚଥିଲେ ଥାନାରେ ।
ଓମ୍ ଥାନାରେ ପହଞ୍ଚି ଥାନା ବାବୁଙ୍କୁ କହିଥିଲେ, ତାଙ୍କ ବାପା କେଉଁ ଆଡେ ତାଙ୍କୁ ବୁଲାଇବାକୁ ନେଉନାହାନ୍ତି । ଏପରିକି ବୁଲିବା କଥା କହିଲେ ବାପା ମାଡ ମାରୁଛନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ ଓମ । ତେଣୁ ସେ ତାଙ୍କ ବାପାଙ୍କ ନାଁରେ ଅଭିଯୋଗ କରିବାକୁ ଆସିଛନ୍ତି । ଏହାସହ ଓମ ପୁଲିସ ବାବୁଙ୍କୁ କହିଥିଲେ କି,ଯଦି ସେ ଆପଣଙ୍କ କଥା ନ ମାନନ୍ତି ତେବେ ଏମିତି ପିଟିବେ ଯେ ତାଙ୍କ ଦେହ ଥରି ଉଠିବ । ତେବେ ପୁଲିସ ଓମଙ୍କ କଥା ଅନୁସାରେ ତାଙ୍କ ବାପାଙ୍କୁ ବୁଝାଇବା ପରେ ଘଟଣା ଶାନ୍ତ ପଡିଥିଲା ।