ଦୁଇଟି ସାପକୁ ମାରିବା ପରେ ଘରୁ ବାହାରିଲା ୪୦୦ଟି ସାପ, ଘଟଣାଟି କ’ଣ ଜାଣନ୍ତୁ

ଲକ୍ଷ୍ମୌ: ଘରୁ ସାପ ବାହାରିବା ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ। ତେବେ ଉତ୍ତରପ୍ରଦେଶର ମେରଠର ମବାନାରେ ଜଣେ ବ୍ୟକ୍ତିଙ୍କ ଘରୁ ୪୦୦ ସାପ ବାହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘର ସଫା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରଥମେ ଦୁଇଟି ସାପ ବାହାରି ଥିଲା। ସେ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। କ’ଣ କରିବେ ଜାଣି ପାରି ନଥିଲେ। ଶେଷରେ ସେ ଦୁଇଟି ସାପକୁ ମାରିବା ଦେଇଥିଲେ। ସାପକୁ ମାରିବା ଉକ୍ତ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି।

ସୂଚନା ମୁତାବକ, ମେରଠର ମବାନା ଅଞ୍ଚଳରେ ଜଣେ ବ୍ୟକ୍ତି ଘର ସଫା କରୁଥିବା ସମୟରେ ଘରେ ଥିବା ଏକ ଛିଦ୍ରରୁ ଦୁଇଟି ସାପ ବାହାରିଥିଲା। ଆଶ୍ଚର୍ଯ୍ୟର କଥା ସାପ ଦୁଇଟିକୁ ବ୍ୟକ୍ତି ଜଣକ ମାରିବା ପରେ ସେହି ସ୍ଥାନରୁ ଗୋଟେ ପରେ ଗୋଟେ ସାପ ବହାରିବାକୁ ଲାଗିଲା। ଏପରି କି େସେହି ସ୍ଥାନରୁ ୪୦୦ଟି ସାପ ବାହାରିଥିବା ଶୁଣିବାକୁ ମିଳିଛି। ଏହି ଖବର ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା। ଏହାପରେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଗୁଣିଆଙ୍କୁ ଡ଼କା ଯାଇଥିଲା, ଯିଏକି ମନ୍ତ୍ର କରି ସେହି ଛିଦ୍ରଟିରୁ ସାପ ବାହାରିବା ବନ୍ଦ କରିଥିଲେ ।

ଘର ବହୁ ଦିନ ହେବ ବନ୍ଦ ରହିଥିବାରୁ ସେଠାରେ ସାପ ରହିଥିବା ବୋଲି କେହିକେହି କହୁଥିବା ବେଳେ କୌଣସି ପ୍ରେତାତ୍ମା ଯୋଗୁଁ ଏପରି ହୋଇଥିଲା ବୋଲି ଜୈନିକ ଗୁଣିଆ କହିଥିଲେ।

ସମ୍ବନ୍ଧିତ ଖବର